୨ୟ ଟେଷ୍ଟ ପାଇଁ ଘୋଷଣା ହେଲା ଚୂଡାନ୍ତ ଏକାଦଶ, ରାହୁଲଙ୍କୁ ମିଳିଲାନି ମୌକା, ସାମିଲ ହେଲେ ଏହି ଦୁର୍ଦ୍ଦଶ ବ୍ୟାଟ୍ସମାନ , ଜାଣନ୍ତୁ ଚୂଡ଼ାନ୍ତୁ ଏକାଦଶ।

ଭାରତ ୨୬ ଡିସେମ୍ବରରୁ ଐତିହାସିକ ବକ୍ସିଙ୍ଗ ଡେ ଟେଷ୍ଟରେ ସବୁଠୁ ପ୍ରତିଷ୍ଠିତ ଷ୍ଟାଡ଼ିଯଲୟମ ମଧ୍ୟରୁ ଗୋଟେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବା ପାଇଁ ଓହ୍ଲାଇବ। ଭାରତ ଓ ଅଷ୍ଟ୍ରେଲିଆ ଭିତରେ ଏହା ବର୍ଡର ଗାଭସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ ଅଟେ । ଏଡ଼ିଲେଡ଼ରେ ଭାରତକୁ ୮ ୱିକେଟରେ ହାରିବାକୁ ପଡିଥିଲା। କାରଣ ଦ୍ୱିତୀୟ ପାରିରେ ଭାରତ ମାତ୍ର ୩୬ ରନରେ ଅଟକିଯାଇଥିଲା। ଚାରୋଟି ମ୍ୟାଚ ବିଶିଷ୍ଟ ସିରିଜରେ ବର୍ତ୍ତମାନ ଭାରତ ପଛୁଆ ଅଛି। ଏଡ଼ିଲେଡ଼ରେ ହାରର ସାମ୍ନା କରିବା ପରେ ଭାରତୀୟ ଟିମରେ କିଛି ପରିବର୍ତ୍ତନ କରାଯାଇଛି। ବିରାଟ କୋହଲି ନିଜ ପ୍ରଥମ ପିଲା ଜନ୍ମ ପାଇଁ ସ୍ବଦେଶ ଫେରିବା ପରେ ରାହାଣେ ଟିମର ଅଧିନାୟକତ୍ୱ ଦାୟିତ୍ୱ ତୁଲାଇବେ । ପୃଥୀ ସ୍ୱଙ୍କ ଜାଗାରେ ଶୁଭମନ ଗିଲଙ୍କୁ ସାମିଲ କରାଯାଇଛି। ପୂର୍ବ ବର୍ଷ ଏକଦିବସିୟରେ ଡେଭ୍ୟୁ କରିବା ପରେ ଶୁଭମନ ଗିଲ ବକ୍ସିଙ୍ଗ ଡେ ଟେଷ୍ଟରେ ନିଜର ଟେଷ୍ଟ ଡେଭ୍ୟୁ କରିବେ। ରିଦ୍ଧିମାନ ସାହାଙ୍କ ଜାଗରେ ରିଷଭ ପନ୍ତଙ୍କୁ ୱିକେଟକିପର ଚୂଡାନ୍ତ ଏକାଦଶରେ ସାମିଲ କରାଯାଇଛି।

Google

ପୂର୍ଵ ମ୍ୟାଚରେ ଆଘତ ହୋଇଥିବା ମହମ୍ମଦ ସାମୀଙ୍କ ଜାଗା ମହମ୍ମଦ ସିରାଜ ନେଇଛନ୍ତି। ମହମ୍ମଦ ସିରାଜଙ୍କର ଏହା ଟେଷ୍ଟ ଡେଭ୍ୟୁ ଅଟେ। ସେହିପରି ଫିଟନେସ ଟେଷ୍ଟ ପାସ କରିବା ପରେ ରବୀନ୍ଦ୍ର ଜାଡେଜା ଟିମରେ ସାମିଲ ହୋଇଛନ୍ତି। ଏପରି କୁହାଯାଉଥିଲା କି ରବୀନ୍ଦ୍ର ଜାଡେଜା ହନୁମା ବିହାରୀଙ୍କୁ ରିପ୍ଲେସ କରିବେ କିନ୍ତୁ ଦୁହିଁଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ ଅଛନ୍ତି।

ଶୁଭମନ ଗିଲ କରିଛନ୍ତି ପୃଥୀ ସ୍ୱଙ୍କୁ ରିପ୍ଲେସ:

ପୃଥୀ ସ୍ୱ ନିଜ ଟେକ୍ନିକକୁ ନେଇ ସମସ୍ୟାରେ ଅଛନ୍ତି। ଯାହା ବିଦେଶ ପରିସ୍ଥିତିରେ ଦେଖାଯାଇଛି। ଏଡ଼ିଲେଡ଼ରେ ପୃଥୀ ପ୍ରଥମ ପାରିରେ ଖାତା ଖୋଲିପାରିନଥିଲେ ଓ ଦ୍ୱିତୀୟ ପାରିରେ ମାତ୍ର ୪ ରନ କରିଥିଲେ। ପୃଥୀ ଶରୀରଠୁ ଦୂରରେ ରହି ବଲ ଖେଳୁଛନ୍ତି। ଦ୍ୱିତୀୟରେ ତାଙ୍କ ବ୍ୟାଟ ଓ ପ୍ୟାଡ଼ ମଝିରେ ବହୁତ ଗ୍ୟାପ ରହୁଛି। ସେଥିପାଇଁ ସେ ଅସଫଳ ହେଉଛନ୍ତି। ଆଇପିଏଲ ମଧ୍ୟ ପୃଥୀ ସ୍ୱଙ୍କ ପ୍ରଦର୍ଶନ ବହୁତ ଖରାପ ରହିଥିଲା। ସେ ଆଇପିଏଲର ଶେଷ ଆଠଟି ପାରିରେ ୧୯,୪,୦,୦,୭,୧୦,୯,୦ ରନ କରିଛନ୍ତି। ଯାହା ପରେ ତାଙ୍କୁ ଡ୍ରପ କରାଯାଇଥିଲା। ଅଷ୍ଟ୍ରେଲିଆରେ ମଧ୍ୟ ଅଭ୍ୟାସ ମ୍ୟାଚକୁ ମିଶାଇ ସେ ୬ ପାରିରେ ମାତ୍ର ୬୬ ରନ କରିଛନ୍ତି। ଅନ୍ୟପଟେ ଶୁଭମନ ଗିଲ ନୁଜ ଫାଷ୍ଟକ୍ଳାସ ରେକର୍ଡ ପାଇଁ ଟିମ ରେ ଜାଗା ସୃଷ୍ଟି କରିଛନ୍ତି। ଗିଲ ମାତ୍ର ୨୩ ମ୍ୟାଚରେ ୬୮.୭୮ ଔସତରେ ୨୨୭୦ ରନ କରିଛନ୍ତି।ଏଥିରେ ୭ ଶତକ ଓ ୧୧ ଅର୍ଦ୍ଧଶତକ ସାମିଲ ଅଛି। ଫାଷ୍ଟକ୍ଳାସ କ୍ରିକେଟରେ ଗିଲଙ୍କ ଔସତ ପାଖାପାଖି ୭୦ ଅଟେ।

Google
ମହମ୍ମଦ ସିରାଜ ମଧ୍ୟ କରିବେ ଡେଭ୍ୟୁ:

ଏଡ଼ିଲେଡ଼ରେ ଆଘାତ ଲାଗିବା କାରଣରୁ ମହମ୍ମଦ ସାମୀ ବାହାର ହୋଇଯାଇଛନ୍ତି। ଏହା ଭାରତ ପାଇଁ ଏକ ବଡ଼ ଝଟକା ଅଟେ। ତାଙ୍କ ଷ୍ଟାଇକ ରେଟ ୪୯.୯ ଅଟେ। ଯାହା କି ଦେଶର ଟେଷ୍ଟ କ୍ରିକେଟ ଇତିହାସରେ ଜଣେ ଭାରତୀୟ ଦ୍ରୁତ ବୋଲରର ପାଇଁ ସବୁଠୁ ଭଲ ଅଟେ(୧୫୦ୱିକେଟ)।ଶେଷଥର ୨୦୧୮-୧୯ରେ ଅଷ୍ଟ୍ରେଲିଆ ଗ୍ରସ୍ତରେ ୮ ପାରିରେ ୧୬ ୱିକେଟ ସହିତ ସାମୀ ଦ୍ୱିତୀୟ ସବୁଠୁ ଅଧିକ ୱିକେଟ ନେଇଥିବା ବୋଲର ହୋଇଯାଇଥିଲେ। ୨୦୧୮ରୁ ଏବେ ପର୍ଯ୍ୟନ୍ତ ୨୩ ଟେଷ୍ଟ ମ୍ୟାଚରେ ୪୫.୪ ଷ୍ଟାଇକ ରେଟ ରେ ସାମୀ ୮୫ ୱିକେଟ ଅକ୍ତିଆର କରିଛନ୍ତି। ସାମୀଙ୍କ ଅନୁପସ୍ଥିତରେ ମହମ୍ମଦ ସିରାଜଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇଛି। ଏକଦିବସିୟ ଓ ଟି-୨୦ ପରେ ଏବେ ସିରାଜ ଭାରତ ପାଇଁ ଟେଷ୍ଟ ଡେଭ୍ୟୁ କରିବେ।ସିରାଜଙ୍କର ଫାଷ୍ଟକ୍ଳାସ କ୍ରିକେଟରେ ସୁନ୍ଦର ରେକର୍ଡ ରହିଛି। ସେ ୬୭ ପାରିରେ ୪୪.୯ ଷ୍ଟାଇକରେଟରେ ୧୫୨ ୱିକେଟ ନିଜ ନାମରେ କରିଛନ୍ତି।

ମେଲବର୍ଣ୍ଣ ଟେଷ୍ଟ ପାଇଁ ଭାରତର ଚୂଡାନ୍ତ ଏକାଦଶ:

ଆଜିଙ୍କ୍ୟ ରାହାଣେ(ଅଧିନାୟକ),ମୟଙ୍କ ଅଗ୍ରୱାଲ, ଶୁଭମନ ଗିଲ(ଡେଭ୍ୟୁ), ଚେତେଶ୍ୱର ପୂଜାରା(ଉପ ଅଧିନାୟକ), ହନୁମା ବିହାରୀ, ରିଷଭ ପନ୍ତ(ୱିକେଟକିପର), ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନୀ, ଉମେଶ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ(ଡେଭ୍ୟୁ)

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *