ଭାରତ ବନାମ ଅଷ୍ଟ୍ରେଲିଆର ବକ୍ସିଙ୍ଗ ଡେ ଟେଷ୍ଟର ତୃତୀୟ ଦିନରେ ଆଘାତ ଲାଗିଥିବା କାରଣରୁ ବାହାରକୁ ଯାଇଥିବା ଉମେଶ ୟାଦବଙ୍କୁ ତୃତୀୟ ଟେଷ୍ଟରୁ ବି ବାହାର ହେଇଯିବାର ସମ୍ଭାବନା ବହୁତ ଅଛି। ଏମିତି ସମୟରେ ତାଙ୍କର ସ୍ଥାନ ପୁରଣ କରିବା ପାଇଁ ଟି ନଟରାଜନଙ୍କୁ ସୁଯୋଗ ମିଳି ପାରେ। ଏଏନଆଇ ଙ୍କର କହିବା ଅନୁସାରେ ଉମେଶ ଶେଷ ଟେଷ୍ଟ ମ୍ୟାଚ ଯାଏ ପୁରା ପୁରି ଫିଟ ହେଇ ଯିବେ।

ସୁତ୍ର ଅନୁସାରେ ଉମେଶ ଙ୍କର ସ୍କାନ ରିପୋର୍ଟ ଆସି ଯାଇଛି ଆଉ ସେ ତୃତୀୟ ଟେଷ୍ଟ ଖେଳି ପାରିବେ ନାହିଁ। ସେ ସିଧା ଚତୁର୍ଥ ଆଉ ଶେଷ ଟେଷ୍ଟ ଯାଏ ହିଁ ପୁରା ପୁରି ଫିଟ ହେଇ ପାରିବେ। ଶେଷ ମ୍ୟାଚ ଆଗରୁ ଦୁଇ ସପ୍ତାହର ସମୟ ଦିଆ ଯିବ। ଏହି ସମୟ ଭିତରେ ତାଙ୍କର ଫିଟ ହେବାର ସମ୍ଭାବନା ଅଧିକ ଅଛି । ଭାରତୀୟ ଦଳରେ ଉମେଶ ୟାଦବ ଙ୍କର ଜାଗାକୁ ପୂରଣ କରିବା ପାଇଁ ଯେଉଁ ଖେଳାଳିଙ୍କୁ ସ୍ଥାନ ମିଳି ପାରେ ସେ ହୁଏତ ଟି ନଟରାଜନ ହୋଇପାରନ୍ତି। ଟିମ ସିଲେକ୍ଟର ମାନଙ୍କୁ ପଚାରିବା ଦ୍ୱାରା ସେ କହୁଥିଲେ କି ତାଙ୍କ ପାଖରେ ସୀମିତ ବିକଳ୍ପ ଉପଲବ୍ଧ ଅଛି। ଟି ନଟରାଜନ ସୀମିତ ଓଭର କ୍ରିକେଟରେ ବହୁତ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ। ଆଉ ତାଙ୍କର ଏହି ପ୍ରଦର୍ଶନ ପାଇଁ ତାଙ୍କୁ ଟେଷ୍ଟ ଟିମରେ ଜାଗା ମିଳି ପାରେ।
ନେଟ ବୋଲର ହେଉଛନ୍ତି ଟି ନଟରାଜନ:
ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଉମେଶ ୟାଦବ ଯେଉଁ ଜୋ ବର୍ନ୍ସଙ୍କୁ ପ୍ୟାଭିଲିଅନ ପଠେଇ ଥିଲେ, ସେ ପ୍ରାୟ ୩.୩ ଓଭର ହିଁ ବୋଲିଂ କରିପାରିଥିଲେ। ଉମେଶ ୟାଦବ ଯେତେବେଳେ ନିଜର ଚତୁର୍ଥ ଓଭର ବୋଲିଂ କରୁ ଥିଲେ ତାଙ୍କର ଗୋଡ଼ର ମାଂସ ପେଶୀ ଟାଣି ହେଇ ଗଲା। ସେ ବହୁତ କଷ୍ଟ ଅନୁଭବ କରୁ ଥିଲେ ଆଉ ଏହି ସମୟରେ ବିସିସିଆଇ ର ମେଡ଼ିକାଲ ଟିମ ତାଙ୍କର ଚିକିତ୍ସା କରିବା ପାଇଁ ମୈଦାନ ଭିତରକୁ ଆସିଲା। ତାଙ୍କର ଆଘାତର ଗଭୀରତା ଦେଖିବା ପରେ ସେହି ମେଡ଼ିକାଲ ଟିମ ତାଙ୍କର ସ୍କାନ କରିବା ପାଇଁ ତାଙ୍କୁ ମେଡ଼ିକାଲ ଭିତରକୁ ପଠେଇ ଦେଲା।

ନଟରାଜନ ଏବେ ଭାରତୀୟ ଦଳ ପାଇଁ ନେଟ ବୋଲର ଭାବରେ ଯୋଡି ହେଇକି ଅଛନ୍ତି। ସେ ଏକ ଦିବସିୟ କ୍ରିକେଟରେ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ମ୍ୟାଚରେ ନିଜର ଡେବ୍ୟୁ କରି ଥିଲେ। ତୃତୀୟ ଆଉ ଶେଷ ମ୍ୟାଚରେ ସେ ୭୦ରନ ଦେଇକି ପ୍ରାୟ ଦୁଇଟି ବହୁମୂଲ୍ୟ ୱିକେଟ ଲାଭ କରି ଥିଲେ। ଏହାପରେ ସେ ଟି ଟ୍ୱେଣ୍ଟି ମ୍ୟାଚ ସିରିଜରେ ୬ଟି ୱିକେଟ ଅକ୍ତିଆର କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।