IPL ୨୦୨୧: ପ୍ରତିଭା ମାମଲାରେ ବୁମରାହଙ୍କ ଠାରୁ ଭଲ ଅଟନ୍ତି ଏହି ଭାରତୀୟ ବୋଲର, ନେହେରା ପ୍ରଶଂସାରେ କହିଲେ ବଡ଼ କଥା ।

ଯଶପ୍ରୀତ ବୁମରାଙ୍କୁ ବର୍ତ୍ତମାନ ସମୟର ଦୁନିଆର ସବୁଠାରୁ ଭଲ ପ୍ରେସ ବୋଲର କୁହାଯାଉଛି। ସେ ସବୁଠାରୁ ଶୀଘ୍ର ଟେଷ୍ଟରେ ୫୦ ୱିକେଟ ଅକ୍ତିଆର କରିଥିବା ଭାରତୀୟ ଫାଷ୍ଟ ବୋଲର ଅଟନ୍ତି। ସେ ୧୧ଟି ଟେଷ୍ଟରେ ଏହି ଉପଲବ୍ଧି ନିଜ ନାମରେ ନାମିତ କରେଇଛନ୍ତି। ସେ ଇରଫାନ ପଠାନ, ହରଭଜନ ସିଂହଙ୍କ ପରେ ଟେଷ୍ଟରେ ହ୍ୟାଟ୍ରିକ ନେଇଥିବା ତୃତୀୟ ଭାରତୀୟ ବୋଲର ଅଟନ୍ତି। ତାଙ୍କୁ ଡେଥ ଓଭରର ସବୁଠାରୁ ଭଲ ବୋଲର କୁହାଯାଏ। ଯଦିଓ, ପୂର୍ବ ଭାରତୀୟ ପ୍ରେସ ବୋଲର ଆଶିଷ ନେହେରାଙ୍କ କହିବା କଥା କି ମହମ୍ମଦ ସିରାଜଙ୍କ ପାଖରେ ବୁମରାହଙ୍କ ଠାରୁ ଭଲ ପ୍ରତିଭା ଅଛି ଓ ସେ କେତେକ ଦୃଷ୍ଟିରୁ ତାଙ୍କ ଠାରୁ ଭଲ ଅଟନ୍ତି।

Google

ନେହେରା କ୍ରିକବଜ ସହ କଥାବାର୍ତ୍ତା ବେଳେ କହିଲେ କି ଗତ ତିନି-ଚାରି ବର୍ଷରୁ ସମସ୍ତେ ଯଶପ୍ରୀତ ବୁମରାହଙ୍କ ବିଷୟରେ କଥା ହେଉଛନ୍ତି। ସେ ଭଲ ବୋଲର ଅଟନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଯଦି ଆପଣ ପ୍ରତିଭା ବିଷୟରେ କଥା ହେବେ,ତେବେ ମୋ ନଜରରେ ସିରାଜ ତାଙ୍କ ଠାରୁ କୌଣସି ମାମଲାରେ ପଛରେ ନାହାନ୍ତି। ସେ ଆଗକୁ କହିଲେ କି କିଛି ଏପରି ବୋଲର ଥାଆନ୍ତି,ଯାହାଙ୍କୁ ଆପଣ ଟି୨୦ କିମ୍ବା ଦିନିକିଆରେ ଦେଖିବାକୁ ପାଇବେ। କିନ୍ତୁ ସିରାଜ ସବୁ ଫର୍ମାଟରେ ଭଲ ବୋଲିଂ କରିବାର କ୍ଷମତା ରଖନ୍ତି। ତାଙ୍କ ପାଖରେ ପ୍ରତିଭାର କୌଣସି ଅଭାବ ନାହିଁ। ତାଙ୍କ ପାଖରେ ବୋଲିଂର ବିବିଧତା ଅଛି ଓ ଏହି ମାମଲାରେ ସେ ବୁମରାହଙ୍କ ଠାରୁ ଆଗରେ।

ସିରାଜ ସବୁ ଫର୍ମାଟରେ ଭଲ ବୋଲିଂ କରିପାରିବେ,ନେହରା:

ଏହି ବାମ ହାତର ଫାଷ୍ଟ ବୋଲର ଆଗକୁ କହିଲେ କି ସିରାଜଙ୍କ ପାଖରେ ପେସ ଅଛି। ସେ ଅଲଗା ପ୍ରକାରର ଧିମା ବଲ ପକାଇବା ଜାଣିଛନ୍ତି। ସେ ନୂଆ ବଲରେ ମଧ୍ୟ ସ୍ୱିଙ୍ଗ କରାଇବାର କ୍ଷମତା ରଖନ୍ତି। କେବଳ ତାଙ୍କୁ ବୋଲର ହିସାବରେ ନିଜ ଫିଟନେସ ଓ ମତିଷ୍କକୁ ଦୃତ କରିବାକୁ ହେବ। ଯଦି ସେ ଏପରି କରିବାରେ ସଫଳ ହେବେ ତେବେ ତାଙ୍କ ପାଇଁ ଆକାଶ ଫାଙ୍କା ରହିଛି। ସେ ବହୁତ ଆଗକୁ ଗତି କରିପାରିବେ।

Google

ସିରାଜ ଆଇପିଏଲ ୨୦୨୧ରେ ଏ ପର୍ଯ୍ୟନ୍ତ ୫ଟି ୱିକେଟ ଅକ୍ତିଆର କରିଛନ୍ତି। ସିରାଜ ଆଇପିଏଲ ୨୦୨୧ରେ ଏ ପର୍ଯ୍ୟନ୍ତ ୪ଟି ମ୍ୟାଚରେ ୬.୦୬ର ଇକୋନୋମି ରେଟରେ ୫ଟି ୱିକେଟ ନେଇସାରିଛନ୍ତି। ଏହି ସମୟରେ ୨୭ ରନରେ ତିନୋଟି ୱିକେଟ ତାଙ୍କର ସବୁଠୁ ଭଲ ପ୍ରଦର୍ଶନ। ସେ ରାଜସ୍ଥାନ ରୟାଲସ ବିରୁଦ୍ଧରେ ଗତ ମ୍ୟାଚରେ ଭଲ ବୋଲିଂ କରିଥିଲେ ଓ ଯଶ ବଟଲର,ଡେଭିଡ ମିଲର ଓ ରାହୁଲ ତେୱାଟିୟାଙ୍କ ମହତ୍ତ୍ୱପୂର୍ଣ୍ଣ ୱିକେଟ ହାସଲ କରି ଦଳର ବିଜୟର ନିଅଁ ରଖିଥିଲେ। ଏହା ଛଡ଼ା ସେ ସନରାଇଜରର୍ସ ହାଇଦ୍ରାବାଦ ବିରୁଦ୍ଧରେ ମଧ୍ୟ ୨୫ ରନ ଦେଇ ୨ଟି ୱିକେଟ ଅକ୍ତିଆର କରିଥିଲେ। ସେହିପରି,ବୁମରାହ ଏହି ସଂସ୍କରଣରେ ୫ଟି ମ୍ୟାଚରେ ୪ଟି ୱିକେଟ ଅକ୍ତିଆର କରିଛନ୍ତି।

Google

ସିରାଜ ପୂର୍ବ ବର୍ଷ ଅଷ୍ଟ୍ରେଲିଆ ଗ୍ରସ୍ତରେ ମେଲବର୍ନ ଟେଷ୍ଟରେ ଡେବ୍ୟୁ କରିବାର ନଜର ଆସିଥିଲେ। ଏହି ମ୍ୟାଚର ପ୍ରଥମ ପାଳିରେ ସେ ୨ ଓ ଦ୍ଵିତୀୟରେ ୩ଟି ୱିକେଟ ନେଇ ଦଳର ବିଜୟର ମୁଖ୍ୟ ଭୂମିକା ତୁଲାଇଥିଲେ। ଏହି ଫାଷ୍ଟ ବୋଲର ଏ ପର୍ଯ୍ୟନ୍ତ ୫ଟି ଟେଷ୍ଟରେ ୧୬ଟି ୱିକେଟ ଅକ୍ତିଆର କରିଛନ୍ତି। ଯେବେକି ଟି୨୦ରେ ତାଙ୍କ ନାମରେ ୩ ୱିକେଟ ଅଛି ବୋଲି ଜଣା ଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *