ପାଖାପାଖି ଏକ ସପ୍ତାହ ପୂର୍ବରୁ କୃଷକ ଆନ୍ଦୋଳନ ସମର୍ଥନରେ ପହଁଚିଥିବା କ୍ରିକେଟର ଯୁବରାଜ ସିଂହଙ୍କ ବାପା ଯୋଗରାଜ ସିଂହ କଥିତ ରୂପରେ ହିନ୍ଦୁ ମାନଙ୍କୁ ନେଇ ଆପତ୍ତିଜନକ ବୟାନ ଦେଇଥିଲେ।

ଭାରତୀୟ ଦଳକୁ ଦୁଇଥର ବିଶ୍ୱକପ ବିଜେତା କରିଥିବା କ୍ରିକେଟର ଯୁବରାଜ ସିଂହ ଙ୍କର ଆଜି ଜନ୍ମଦିନ ଅଟେ କିନ୍ତୁ ଏପରି ଲାଗୁଛି ଏଥର ଜନ୍ମଦିନରେ ଏହି ଚାମ୍ପିୟାନ ଖେଳାଳୀ ଖୁସି ନାହାଁନ୍ତି। ସେ ନିଜ ବୟାନରେ କହିଛନ୍ତି କି ସେ ନିଜ ବାପା ଯୋଗରାଜ ସିଂହଙ୍କ ବିବାଦୀୟ ବୟାନରେ ଦୁଃଖୀତ ଅଛନ୍ତି। ଏହା ସହିତ ଯୁବରାଜ ଏହା ମଧ୍ୟ କହିଛନ୍ତି ତାଙ୍କ ବିଚାର ଧାରା ତାଙ୍କ ବାପାଙ୍କ ବିଚାର ଧାରାଠୁ ଅଲଗା।ଯୁବରାଜ ନିଜ ଜନ୍ମଦିନରେ ଏହା ଆଶା କରୁଛନ୍ତିକି କୃଷକ ଆନ୍ଦୋଳନ ଶେଷ ହୋଇଯାଉ ଓ ସରକାର ଏହାର ସମାଧାନ ବାହାର କରନ୍ତୁ।
ବାପାଙ୍କ ବୟାନରେ ଦୁଃଖିତ:-
୧୨ ଡିସେମ୍ବର ୧୯୮୧ରେ ଜନ୍ମ ହୋଇଥିବା ଯୁବରାଜ ସିଂହ ଆଜି ୩୯ ବର୍ଷୀୟ ହୋଇଗଲେଣି। ଯୁବରାଜ ସିଂହ ସୋସିଆଲ ମିଡିଆ ପ୍ଲାଟଫର୍ମ ଇଂଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେହି ପୋଷ୍ଟ ରେ ସେ ଲେଖିଛନ୍ତି “ଜଣେ ଭାରତୀୟ ହୋଇଥିବା ଯୋଗୁଁ ମୁଁ ନିଜେ ବାପା ଯୋଗରାଜ ସିଂହଙ୍କ ଦ୍ଵାରା ଦିଆଯାଇଥିବା ବୟାନରେ ଦୁଃଖିତ ଅଛି। ମୁଁ କହିବାକୁ ଚାହିଁବି କି ଏହା ତାଙ୍କର ଦୁଃଖର ବୟାନ ଅଟେ। ମୋର ବିଚାର ଧାରା ସେହିଭଳି ନୁହେଁ”।
କଣ କହିଥିଲେ ଯୋଗରାଜ ସିଂହ?:-
କହିରଖିବୁକି ପାଖାପାଖି ଏକ ସପ୍ତାହ ପୂର୍ବରୁ କୃଷକ ଆନ୍ଦୋଳନ ସମର୍ଥନରେ ପହଁଚିଥିବା କ୍ରିକେଟର ଯୁବରାଜ ସିଂହଙ୍କ ବାପା ଯୋଗରାଜ ସିଂହ କଥିତ ରୂପରେ ହିନ୍ଦୁ ମାନଙ୍କୁ ନେଇ ଆପତ୍ତିଜନକ ବୟାନ ଦେଇଥିଲେ।ପଞ୍ଜାବରେ ଦେଇଥିବା ଏହି ଭାଷଣରେ ସେ ହିନ୍ଦୁମାନଙ୍କୁ “ଗଦାର” ବୋଲି କହିଥିଲେ। ସେ କହିଥିଲେ ଏହି ହିନ୍ଦୁମାନେ ଗଦାର ଅଟନ୍ତି, ଶହେ ବର୍ଷ ମୋଗଲଙ୍କର ଗୁଲାମି କଲେ।ଏତିକି ନୁହେଁ ସେ ମହିଳାମାନଙ୍କୁ ନେଇ ମଧ୍ୟ ବିବାଦୀୟ ବୟାନ ଦେଇଥିଲେ। ଯୋଗରାଜ ସିଂହଙ୍କ ଭାଷଣ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା ଓ ଲୋକ ତାଙ୍କୁ ଗିରଫ କରିବା ପାଇଁ ଦାବି କରୁଥିବାର ସୂଚନା ମଧ୍ୟ ଆସିଛି”।
ଯୁବରାଜ କୃଷକ ଆନ୍ଦୋଳନ ଶେଷ ହେବା ପାଇଁ କହିଛନ୍ତି:-
ଯୁବରାଜ ନିଜ ବୟାନ କୃଷକ ଆନ୍ଦୋଳନକୁ ନେଇ ଆରମ୍ଭ କରିଥିଲେ। ସେ ଲେଖିଛନ୍ତି”ଜନ୍ମ ଦିନରେ ନିଜ ଇଛା ପୂରଣ କରନ୍ତି”କିନ୍ତୁ ମୁଁ ଏଥର ଜନ୍ମ ଦିନ ମନେଇବା ବଦଳରେ ଏହା ଚାହୁଁଛି ସରକାର ଓ କୃଷକଙ୍କ ଭିତରର ହେବାକୁ ଥିବା ବୈଠକ ଦ୍ଵାରା ଏହାର ସାମାଧନ ବାହାରୁ ଓ କୃଷକ ଆନ୍ଦୋଳନ ଶେଷ ହୋଇଯାଉ। କୃଷକ ଆମ ଦେଶର ଜୀବନକୁ ଚଳାଉଛନ୍ତି। ମୋର ପୁରା ବିଶ୍ୱାସ ଅଛି ଏପରି କୌଣସି କଥା ନାହିଁ ଯାହା କଥାବାର୍ତ୍ତା ଦ୍ଵାରା ସମାଧାନର ବାଟ ବହାରିପାରିବ ନାହିଁ” ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।