ମଣିଷକୁ ପଇସାରେ ନୁହେଁ ବରଂ ହୃଦୟରୁ ଧନୀ ହେବା ଆବଶ୍ୟକ। ଯଦି ଆପଣଙ୍କ ହୃଦୟ ବଡ଼ ଓ ଆପଣ ଦାନ ଧର୍ମ କରିବାରେ ନିଜ ସକ୍ଷମ ଅନୁସାରେ କୌଣସି ଉଣା କରନ୍ତିନି ତେବେ ଆପଣଙ୍କ ଠୁ ଧନୀ ଏହି ଦୁନିଆରେ କେହି ନାହିଁ।ଆମେ ଏପରି ଅନେକ ଲୋକଙ୍କୁ ଦେଖିଛୁ ଯେଉଁମାନେ ମାସକୁ ଲକ୍ଷେ ଲକ୍ଷେ ଟଙ୍କା କମାଇଥାନ୍ତି କିନ୍ତୁ ଯେବେ ଗରିବଙ୍କ ପାଇଁ କିଛି ଖର୍ଚ୍ଚ କରିବାକୁ କଥା ଆସେ ସେମାନେ ଏକ ଟଙ୍କା ମଧ୍ୟ ଖର୍ଚ୍ଚ କରିନଥାନ୍ତି।

ଆଜି ଆମେ ଆପଣଙ୍କୁ ଏପରି ଏକ ସାଧାରଣ ପୋଲିସବାଲାଙ୍କ କଥା କହିବାକୁ ଯାଉଛୁ ଯିଏକି ପ୍ରତିମାସରେ ନିଜ ଦରମାରୁ ୧୦ ହଜାର ଟଙ୍କା ଗରିବଙ୍କ ସାହାଯ୍ୟ ପାଇଁ ଖର୍ଚ୍ଚ କରିଥାନ୍ତି। ସେହି ମହାନ ପୋଲିସଵାଲାଙ୍କ ନାମ କେ କୃଷ୍ଣ ମୂର୍ତି ଅଟେ। ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ ନଗର ପୋଲିସଷ୍ଟେସନର ହେର୍ଡ କମେଷ୍ଟେବଳ କୃଷ୍ଣ ମୂର୍ତ୍ତି ମୂଳ ରୂପରେ ଶ୍ରୀକାକୁଲମ ଜିଲ୍ଲାର ବୀରଗଟୁମ ମଣ୍ଡଳର କୋଟ୍ରଟୁଗୁମଦା ଗ୍ରାମର ରହିବାବାଲା ଅଟନ୍ତି।
କୃଷ୍ଣ ମୂର୍ତ୍ତି ପ୍ରତିମାସରେ ନିଜ ଦରମାରୁ ୧୦ ହଜାର ଟଙ୍କା ଅଲଗା କରିଦେଇଥାନ୍ତି। ସେହି ପଇସାରେ ସେ ନିଜର ଆଖପାଖ ଅଞ୍ଚଳର ଲୋକଙ୍କୁ ସାହାଯ୍ୟ କରିଥାନ୍ତି। ସେ ଗରିବ ଲୋକଙ୍କୁ ରାସନ ଓ ପୋଷାକ ମୁକ୍ତରେ ଦେଇଥାନ୍ତି।ଏହି ଶୀତ ସମୟରେ ସେ ବୟସ୍କ ବ୍ୟକ୍ତି ମାନଙ୍କୁ କମ୍ବଳ ଦେଉଛନ୍ତି।
କୃଷ୍ଣ ମୂର୍ତ୍ତି ଏହି କାମ ୨୦୧୭ରୁ କରୁଛନ୍ତି। ସେ ପ୍ରତି ମାସରେ ଏପରି ୩୦ ଲୋକଙ୍କୁ ବାଛିଥାନ୍ତି ଯେଉଁମାନଙ୍କୁ ରାସନ ଓ ପୋଷାକର ଦରକାର ଅଛି। ତାଙ୍କର ଏହି କାମ ପାଇଁ ଗରିବ ଲୋକ ଥଣ୍ଡାରେ ରହୁନାହାଁନ୍ତି କି ଭୋକରେ ମଧ୍ୟ ରହୁନାହାଁନ୍ତି। ଏହି ଭଲ କାମ କରିବାର ପ୍ରେରଣା ତାଙ୍କୁ ନିଜ ଜେଜେ ବାପା ଓ ଜେଜେ ମାଙ୍କ ଠୁ ମିଳିଛି।

ଏକ ନ୍ୟୁଜ ପୋର୍ଟାଲକୁ ଦେଇଥିବା ଇଣ୍ଟରଭିଉରେ ସେ କହିଛନ୍ତି,”ଏପରି ଭଲ କାମ କରିବା ପାଇଁ ମୁଁ ପରିବାରର ସଦସ୍ୟ(ଅଜା ଆଇ)ଙ୍କ ଠୁ ପ୍ରେରିତ ହୋଇଛି। ମୁଁ ତାଙ୍କୁ ଛୋଟବେଳୁ ଗରିବ ଲୋକଙ୍କୁ ସାହାଯ୍ୟ କରୁଥିବା ଦେଖିଛି।କିନ୍ତୁ ମୁଁ ଏହି କାମ ସେବେ ଆରମ୍ଭ କଲି ଯେବେ ପୋଲିସ ଚାକିରୀ କଲି”।
କୃଷ୍ଣ ମୂର୍ତ୍ତିଙ୍କୁ ମାସକୁ ୫୦ ହଜାର ଟଙ୍କା ମିଳିଥାଏ। ସେ ଏହାଠାରୁ ୧୦ ହଜାର ଅଲଗା କରି ଗରିବ ଲୋକଙ୍କ ପାଇଁ ଖର୍ଚ୍ଚ କରିଥାନ୍ତି। ପୂର୍ଵ ଦୁଇମାସ ହେବ ସେ ଆଖପାଖ ଗ୍ରାମ ଓ ପାର୍ବତୀପୁରମରେ ପାଖାପାଖି ୬୦ ଟି କମ୍ବଳ ବାଣ୍ଟିସାରିଲେଣି। ସୋସିଆଲ ମିଡିଆରେ ଯେବେ ତାଙ୍କର ଷ୍ଟୋରି ଭାଇରାଲ ହେଲା ତେବେ ସମସ୍ତ ତାଙ୍କୁ ସଲାମ କରୁଛନ୍ତି।
ଭାରତରେ ଏପରି ଗରିବ ଲୋକ ଅଛନ୍ତି ଯେଉଁମାନଙ୍କ ପାଖରେ ଲାଜ ଲୁଚାଇବା ପାଇଁ ମଧ୍ୟ କପଡା ନାହିଁ କି ଖାଇବା ପାଇଁକି ରାସନ ନାହିଁ। ଏହି ପରିସ୍ଥିତିରେ କୃଷ୍ଣ ମୂର୍ତ୍ତିଙ୍କ ଭଳି ଲୋକ ସେମାନଙ୍କ ପାଇଁ ଭଗବାନଙ୍କ ଦୂତ ପରି ଆସିଥାନ୍ତି। ଯଦି ସମସ୍ତେ ନିଜ ଦରମାରୁ କିଛି ପଇସା ଗରିବ ମାନଙ୍କ ପାଇଁ ଖର୍ଚ୍ଚ କରିବେ ତେବେ ପୁରା ଦୁନିଆ ସ୍ୱର୍ଗ ହୋଇଯିବ। ଏଠାରେ କେହି ଦୁଃଖୀ ରହିବନାହିଁ। ଦେଶରୁ ଗରିବ ହଟାଇବାରେ ଏହା ସହାୟକ ହେବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।