ପୁରା ଦେଶରେ ୧ ଜାନୁଆରୀ ୨୦୨୧ରୁ କ୍ରେଡ଼ିଟ ଓ ଡେବିଡ କାର୍ଡ଼ର ନୂଆ ନିୟମ ଲାଗୁହୋଇଯିବ। ଶୁକ୍ରବାରକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଗ୍ଭରଣର ଶକ୍ତିକାନ୍ତ ଦାସ କଣ୍ଟେକଟଲେସ କାର୍ଡ଼ ପେମେଣ୍ଟ ନିୟମରେ ବଡ଼ ପରିବର୍ତ୍ତନ କରିଛନ୍ତି। ଏହି ସ୍କିମ ଦ୍ଵାରା ଭାରତୀୟ କମ୍ପାନୀ Rupay କଣ୍ଟେକଟଲେସ ଡେଭିଡ ଓ କ୍ରେଡିଟ କାର୍ଡ଼ ଜାରି କରିଥିଲା।

କାର୍ଡ଼ରେ ୫ ହଜାର ପର୍ଯ୍ୟନ୍ତ ଅଧିକତମ ଟଙ୍କା ନଦେଇ ପିନ ଆରାମରେ କରାଯାଇପାରିବ। କଣ୍ଟେକଟଲେସ ଡେଭିଡ ଓ କ୍ରେଡିଟ କାର୍ଡ଼ରେ ୨ ହଜାର ପର୍ଯ୍ୟନ୍ତ ଟଙ୍କା ନଦେଇ ପିନ କରାଯାଇପାରିବ।
ଆବଶ୍ୟକ ପଡିବ ନାହିଁ ଓଟିପି:-
କଣ୍ଟେକଟଲେସ ପେମେଣ୍ଟର ଅଧିକତମ ସୀମା ୨ ହଜାର ଟଙ୍କା ଅଟେ। ଗୋଟେ ଦିନରେ ୫ଟି କଣ୍ଟେକଟଲେସ ଟ୍ରାନଯାକସନ କରାଯାଇପାରିବ। ଏହାଠୁ ଅଧିକ ଟଙ୍କା ପେମେଣ୍ଟ ପାଇଁ ପିନା ଦେବା ବା ଓଟିପିର ଆବଶ୍ୟକତା ପଡିବ କିନ୍ତୁ ଆରବିଆଇ ନିୟମ ମୁତାବକ ୧ ଜାନୁଆରୀରୁ କଣ୍ଟେକଟଲେସ ପେମେଣ୍ଟର ଅଧିକତମ ସୀମା ୫ ହଜାର ଟଙ୍କା ହୋଇଯିବ।
କଣ୍ଟେକଟଲେସ କ୍ରେଡ଼ିଟ କାର୍ଡ଼ରେ ଦୁଇଟି ଟେକ୍ନିକ ବ୍ୟବହାର ହୋଇଥାଏ। ପାଖ ଫିଲଡ଼ କମ୍ୟୁନିକେସନ ଓ ରେଡ଼ିଓ ଫୁକ୍ୟୁଏନ୍ସି ଆଇଡେଣ୍ଟିଫିକେସନ ଯେବେ ଏହି ଭଳି କାର୍ଡ଼କୁ ଲିସ ମେସନ ପାଖକୁ ଅଣାଯାଇଥାଏ। ସେବେ ପେମେଣ୍ଟ ମନକୁ ମନ ହୋଇଯାଇଥାଏ। ମେସିନରୁ ୨ ରୁ ୫ ସେଣ୍ଟିମିଟର ଦୂରରେ କାର୍ଡ଼କୁ ରଖାଗଲେବି ପେମେଣ୍ଟ ହୋଇଯାଇଥାଏ। ଏହି କାର୍ଡ଼କୁ କୌଣସି ମେସିନରେ ପୁରାଇବା ବା ସ୍ୱାଇପ କରିବାର ଆବଶ୍ୟକତା ପଡିନଥାଏ।ଏହା ସହ ପିନ ବା ଓଟିପି ଦେବାର ଆବଶ୍ୟକତା ପଡିନଥାଏ।

ଏକ ସ୍ମାର୍ଟ କାର୍ଡ଼ ଭଳି ହେବ କାର୍ଡ଼:-
ୱାନ ନେସନ ୱାନ ରାସନ କାର୍ଡ଼ ସ୍କିମ ଅନୁସାରେ ଭାରତୀୟ କମ୍ପାନୀ Rupay କଣ୍ଟେକଟଲେସ କ୍ରେଡ଼ିଟ କାର୍ଡ଼ ଓ ଡେବିଡ଼ କାର୍ଡ଼ ଲାଗୁକରିଥିଲେ। ଦେଶର ସବୁ ବ୍ୟାଙ୍କ Rupay ଯେଉଁ ନୂଆ କ୍ରେଡିଟ ଓ ଡେବିଡ଼ କାର୍ଡ଼ ଏବେ ଲାଗୁକରିବ ସେଥିରେ ନେସନାଲ କମନ ମୋବେଲିଟି କାର୍ଡ଼ ଫିଚର ରହିବ। ଏହି ଟେକ୍ନୋଲୋଜି ସାହାଯ୍ୟରେ କାର୍ଡ଼ ହୋଲଡ଼ରଙ୍କୁ ଟ୍ରାନଜାକ୍ସନ ପାଇଁ କାର୍ଡ଼ ସ୍ୱାଇପ କରିବାକୁ ପଡିବନି। ପଏଣ୍ଟ ଅଫ ସେଲ ମେସିନ ଉପରେ ରଖିବା ପରେ ପେମେଣ୍ଟ ହୋଇଯିବ। ଏହି କାର୍ଡ଼ ଏକ ସ୍ମାର୍ଟ କାର୍ଡ଼ ଭଳି ହୋଇଥାଏ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।