ଭଲ ପ୍ରଦର୍ଶନ ସତ୍ତ୍ୱେ ଏହି ଖେଳାଳି ହେବେ ଦଳରୁ ବାହାର। ନାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ।

ଅଷ୍ଟ୍ରେଲିଆ ବିରୁଦ୍ଧରେ ଚାଲୁଥିବା ଚାରୋଟି ମ୍ୟାଚର ଟେଷ୍ଟ ସିରିଜରେ ଭାରତକୁ ନିଜ ଖେଳାଳିଙ୍କ ଆଘାତରୁ ବହୁତ ସଂଘର୍ଷ କରିବାକୁ ପଡିଛି। ଏହି କାରଣ ଅଟେ କି ଦଳ ଏ ପର୍ଯ୍ୟନ୍ତ ଚାରୋଟି ଟେଷ୍ଟ ମ୍ୟାଚରେ ସବୁଥର ଗୋଟିଏ ନୂଆ ଚୂଡାନ୍ତ ଏକାଦଶ ସହ ଓହ୍ଲାଇଛି। ନିଜ ତାରକା ଖେଳାଳିଙ୍କ ଅନୁପସ୍ଥିତରେ ଭାରତ ଦଳକୁ ବାଧ୍ୟରେ ନିଜ ନେଟ ବୋଲରମାନଙ୍କୁ ମୌକା ଦେବାକୁ ପଡିଲା। ଯଦିଓ ସେହି ବାଧ୍ୟତା ଭାରତ ଦଳ ପାଇଁ ଆଗକୁ ଆହ୍ୱାନ ମଧ୍ୟ ହୋଇଯାଇଛି।

Google

ଭାରତୀୟ ଦଳ ପ୍ରବନ୍ଧନ ଦ୍ୱାରା ସୁଯୋଗ ଦିଆ ଯାଇଥିବା ପରେ କେତେକ ଖେଳାଳୀ ତାକୁ ଉପଯୋଗ କଲେ ଓ ଭଲ ପ୍ରଦର୍ଶନ ଦ୍ୱାରା ନିଜ ସ୍ଥାନ ସୃଦୁଢ କରିଦେଇଛନ୍ତି। ଯଦିଓ ଏବେ ଅଷ୍ଟ୍ରେଲିଆ ଗ୍ରସ୍ତ ଶେଷ ହେବାକୁ ଅଛି ଓ ଏହାପରେ ଭାରତ ଦଳ ଇଂଲଣ୍ଡର ଅତିଥି ସତ୍କାର କରିବ। ଏମିତିରେ ଆଶା କରାଯାଉଛି କି ସେ ପର୍ଯ୍ୟନ୍ତ ଭାରତର ଅନୁଭବୀ ଓ ମୁଖ୍ୟ ଖେଳାଳି ଆଘାତରୁ ଠିକ ହୋଇଯିବେ। ଏହି କାରଣରୁ ଇଂଲଣ୍ଡର ବିରୁଦ୍ଧରେ ହେବାକୁ ଥିବା ଘରୋଇ ସିରିଜରୁ ଏହି ୪ ଖେଳାଳୀଙ୍କୁ ବାହାରେ ରହିବାକୁ ପଡିପାରେ।

ଶାର୍ଦୁଳ ଠାକୁର: ଦଳର ଏହି ୨୯ ବର୍ଷୀୟ ଅଲରାଉଣ୍ଡରକୁ ରବୀନ୍ଦ୍ର ଜାଡେଜାଙ୍କ ଆଘାତ ହେବା ପରେ ଚତୁର୍ଟ ଟେଷ୍ଟରେ ସାମିଲ କରାଗଲା। ଠାକୁର ୩ ବର୍ଷ ପରେ ନିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳିବାକୁ ଓହ୍ଲାଇଲେ ଓ ସେ ଏହି ସୁଯୋଗର ଉପଯୁକ୍ତ ପ୍ରୟୋଗ କଲେ। ସେ ପ୍ରଥମ ପାଳିରେ ଦ୍ରୁତ ବୋଲିଙ୍ଗରେ ତିନି ୱିକେଟ ଅକ୍ତିଆର କଲେ ଓ ପୁଣି ବ୍ୟାଟିଂରେ ୬୭ରନର ଭଲ ପାଳି ଖେଳିଲେ। ଯଦିଓ ଇଂଲଣ୍ଡ ଗ୍ରସ୍ତ ପୂର୍ବରୁ ରବୀନ୍ଦ୍ର ଜାଡେଜାଙ୍କର ଠିକ ହେବାର ସମ୍ଭାବନା ଅଛି ଓ ପୁଣି ତାଙ୍କର ଦଳକୁ ଫେରିବା ସ୍ଥିର ହେବ। ଏମିତିରେ ଠାକୁରଙ୍କୁ ବାହାରେ ରହିବାକୁ ହୋଇପାରେ।

ଟି ନଟରାଜନ: ଅଷ୍ଟ୍ରେଲିଆ ଗ୍ରସ୍ତରେ ନେଟ ବୋଲର ହିସାବରେ ଭାରତୀୟ ଦଳ ସହ ଜଡିତ ଦ୍ରୁତ ବୋଲର ନଟରାଜନଙ୍କ ପାଇଁ ସବୁକିଛି ଏକ ସ୍ଵପ୍ନର ପୂରା ହେବା ଭଳି ଥିଲା। ଖେଳାଳିମାନଙ୍କର ଆଘାତ ତାଙ୍କୁ ପ୍ରଥମ ଦିନିକିଆ, ପୁଣି ଟି-୨୦ ସିରିଜ ଓ ଏବେ ଶେଷ ଟେଷ୍ଟରେ ମଧ୍ୟ ଭାରତ ତରଫରୁ ପଦାର୍ପଣର ମୌକା ଦେଇଦେଲା। ତାମିଲନାଡୁର ଏହି ଦ୍ରୁତ ବୋଲର ମଧ୍ୟ ସୁଯୋଗର ଭରପୂର ଫାଇଦା ଉଠାଇଲେ ଓ ନିଜ ପ୍ରଦର୍ଶନରେ ସମସ୍ତଙ୍କର ହୃଦୟରେ ଜାଗା ସୃଷ୍ଟି କଲେ। ଯଦିଓ ଇଂଲଣ୍ଡର ବିରୁଦ୍ଧରେ ଘରୋଇ ସିରିଜରେ ଭୁବନେଶ୍ୱର,ଇଶାନ୍ତ,ଶାମୀ ଓ ଉମେଶଙ୍କର ଫେରିବା ପରେ ନଟରାଜନଙ୍କୁ ବାହାରେ ରହିବାକୁ ହୋଇପାରେ।

Google

ୱାସିଙ୍ଗଟନ ସୁନ୍ଦର: ତାମିଲନାଡୁର ଏହି ୨୧ବର୍ଷୀୟ ବୋଲର ଅଲରାଉଣ୍ଡରଙ୍କର ଭାଗ୍ୟ ମଧ୍ୟ ସେବେ ଚମକିଲା ଯେବେ ଶେଷ ଟେଷ୍ଟରେ ତାଙ୍କୁ ଆଘାତ ହୋଇଥିବା ରବୀଚନ୍ଦ୍ରନ ଅଶ୍ଵିନଙ୍କର ଯାଗାରେ ସାମିଲ କରାଗଲା।୨୦୧୭ରେ ନିଜର ଶେଷ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିବା ସୁନ୍ଦରଙ୍କୁ ଏଠାରେ ଟେଷ୍ଟରେ ପଦାର୍ପଣର ସୁଯୋଗ ଦିଆଗଲା। ସେ ମଧ୍ୟ ଏହାର ଫାଇଦା ଉଠାଇଲେ ଓ ନିଜ ପ୍ରଥମ ମ୍ୟାଚର ପ୍ରଥମ ପାଳିରେ ହିଁ କେତେକ ରେକର୍ଡ଼ କରିଦେଲେ। ସେ ବୋଲିଙ୍ଗରେ ତିନୋଟି ୱିକେଟ ନେବା ସହିତ ବ୍ୟାଟିଂରେ ମଧ୍ୟ ୬୨ ରନର ପାଳି ଖେଳିଲେ। ଯଦିଓ ଅଶ୍ୱିନଙ୍କ ଫେରିବା ପରେ ତାଙ୍କର ଚୂଡାନ୍ତ ଏକାଦଶରେ ରହିବା ମୁସ୍କିଲ ହେବ।

Google

ମହମ୍ମଦ ସିରାଜ: ହାଇଦ୍ରାବାଦର ୨୬ ବର୍ଷୀୟ ବୋଲରଙ୍କୁ ମହମ୍ମଦ ଶାମିଙ୍କର ଆଘାତ ହେବାପରେ ମେଲବର୍ନରେ ପଦାର୍ପଣର ସୁଯୋଗ ମିଳିଲା। ଏହାପରେ ସିଡନୀରେ ଉମେଶଙ୍କର ଆଘାତ ହେବାପରେ ସେ ଦଳର ଦ୍ୱିତୀୟ ପ୍ରମୁଖ ବୋଲର ହେଲେ ଓ ଶେଷ ଟେଷ୍ଟରେ ବୁମରାହଙ୍କର ଆଘାତ ହେବାପରେ ସେ ଦଳର ମୁଖ୍ୟ ବୋଲର ହୋଇଗଲେ। ଦୁଇଟି ଟେଷ୍ଟ ଭିତରେ ହିଁ ସିରାଜଙ୍କୁ ଦଳର ପ୍ରମୁଖ ବୋଲର ହେବାର ମୌକା ମିଳିଲା ଓ ସେ ମଧ୍ୟ ନିଜ ବୋଲିଙ୍ଗର ଛାପ ଛାଡିଲେ। ପ୍ରଥମ ମ୍ୟାଚରେ ୫ ୱିକେଟ ନେବା ପରେ ସିଡନୀରେ ମଧ୍ୟ ସେ ୨ ୱିକେଟ ନେଲେ ଓ ବର୍ତ୍ତମାନ ବ୍ରିସବେନରେ ଭଲ ବୋଲିଙ୍ଗ କରୁଛନ୍ତି। ଏହା ସତ୍ତ୍ୱେ ତାଙ୍କର ଇଂଲଣ୍ଡ ବିରୁଦ୍ଧରେ ସାମିଲ ହେବାର ଆଶା କମ ହିଁ ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *