ବଡ ଖବର : ସୁଶାନ୍ତଙ୍କ କେସରେ ସଲମାନ ଖାନ, କରଣ ଜୋହରଙ୍କ ସହିତ ୮ ଜଣଙ୍କୁ ୭ ତାରିଖରେ କୋର୍ଟରେ ଉପସ୍ଥିତ ହେବାକୁ ନିର୍ଦେଶ ।

ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ କେସରେ ପ୍ରତିଦିନ ନୂଆ ଖୁଲାସା ହେଉଛି, ଜିଲ୍ଲା ଜଜ ସୁଶାନ୍ତଙ୍କ କେସରେ ସଲମାନ ଖାନ, କରଣ ଜୋହରଙ୍କ ସହିତ ୮ ଜଣଙ୍କୁ ନୋଟିସ ପଠାଇଛନ୍ତି। ସେମାନଙ୍କୁ ୭ ଅକ୍ଟୋବରକୁ ନିଜେ ବା କୌଣସି ଅଧିକାରୀଙ୍କ ଦ୍ଵାରା ନିଜ ମନ୍ତବ୍ୟ କୋର୍ଟରେ ରଖିବାକୁ ଆଦେଶ ଦିଆଯାଇଛି।

୮ ଜଣଙ୍କ ମଧ୍ୟରେ କାହା ନାମ ଅଛି ସାମିଲ:

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ କେସରେ ଦାଖଲ ହୋଇଥିବା ପୁନଃ ନିରୀକ୍ଷଣ ପରେ ବିହାରର ମୁଜ୍ଜିଫର ନଗରର କୋର୍ଟ ଶୁଣାଣି ପରେ ଏକ ନୋଟିସ ଜାରିକରିଛି। ଯାହା ମଧ୍ୟରେ ବଲିଉଡର ଜଣାଶୁଣା ନାମ ସାମିଲ କରାଯାଇଛି। ସର୍ବ ପ୍ରଥମେ ବଜରଙ୍ଗୀ ଭାଇଜାନ, ଫିଲ୍ମ ନିର୍ମାତା କରଣ ଜୋହର, ଆଦିତ୍ୟ ଚୋପଡ଼ା, ସାଜିଦ ନାଡିୟାଵାଲା, ସଂଜୟ ଲିଲା ଭଂସାଲି, ଭୂଷଣ କୁମାର, ଏକତା କପୁର ଓ ଦିନେଶ ବୀୟୟାନଙ୍କୁ ନୋଟିସ ପଠାଯାଇଛି।

Google

ବିହାରର ମୁଜ୍ଜିଫର ନଗରର କୋର୍ଟର ଓକିଲ ସୁଧୀର ଓଝା ୧୭ ଜୁନକୁ ସିଜିଏସି କୋର୍ଟରେ ନୋଟିସ ଦାଖଲ କରିଥିଲେ। ଯାହା ପରେ ଏହି ବଲିଉଡ଼ କଳାକାରଙ୍କ ନାମରେ ନୋଟିସ ଜାରିକରାଯାଇଛି। ଜିଲ୍ଲା କୋର୍ଟ ଦ୍ଵାରା ସମସ୍ତଙ୍କୁ ନୋଟିସ ପଠାଯାଇସାରିଛି।

କହିରଖିବୁ କି ଓକିଲ ସୁଧୀର ଓଝା ଏମାନଙ୍କୁ ସୁଶାନ୍ତଙ୍କ ମୃତ୍ୟୁର କାରଣ କହିଛନ୍ତି ଓ ଏମାନଙ୍କ ଉପରେ ଆଇପିସର ଧାରା ୩୦୬, ୫୦୪ ଓ ୫୦୬ ଦ୍ଵାରା ଅଭିଯୋଗ କରିଛନ୍ତି।

ଗିରଫ କରିବା ଜାରୀରହିଛି:

ସୁଶାନ୍ତଙ୍କ କେସରେ ଆସିଥିବା ଡ୍ରଗ୍ସ ମାମଲାରେ ଏନସିବି କର୍ମଚାରୀ ଅନେକ ଲୋକଙ୍କୁ ଗିରଫ କରିସାରିଲେଣି ଗିରଫ ସଂଖ୍ୟା ବଢ଼ିବାରେ ଲାଗିଛି। ଆପଣଙ୍କୁ କହିରଖିବୁ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌକିବ ଚକ୍ରବର୍ତ୍ତୀ ସମେତ ଏନସିବି ଅଧା ଡ଼ର୍ଜନ ଲୋକଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରିସାରିଲାଣି।

କହିରଖିବୁ କି ଗିରଫ ପରେ ରିୟା ଚକ୍ରବର୍ତ୍ତୀ ନିଜ ସାଙ୍ଗ ରକୁଲ ସିଂହ ପ୍ରୀତି ଓ ସାରା ଅଲ୍ଲୀ ଖାନଙ୍କ ନାମ ନେଇଥିଲେ। ଏହା ସହିତ ଏପରି ୨୫ ଲୋକ ଅଛନ୍ତି ଯାହାଙ୍କ ଉପରେ ଏନସିବି (NCB) କଡ଼ା ନଜର ରଖିଛି।

Google

ସୁଶାନ୍ତ ଆତ୍ମହତ୍ୟା କରିବା ପରେ ତାଙ୍କ କେସର ଯାଞ୍ଚ ମୁମ୍ବାଇ ପୋଲିସ କରୁଥିଲା ସେଥିରେ କୌଣସି ସତ୍ୟତା ଜଣା ନପଡିବା ପରେ କେଶକୁ ସିବିଆଇକୁ ଦିଆଗଲା। ଏହା ପରେ ଧୀରେ ଧୀରେ ପ୍ରତିଦିନ ସୁଶାନ୍ତଙ୍କ କେସରେ ନୂଆ ସତ୍ୟତା ସାମ୍ନାକୁ ଆସିବାରେ ଲାଗିଛି । ଏବେ ପର୍ଯ୍ୟନ୍ତ ସୁଶାନ୍ତଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡୁନାହିଁ , ସମସ୍ତେ ଏହାର ଅପେକ୍ଷା କରିଛନ୍ତି ଯେ କେବେ ଉଚିତ ଖବର ମିଳିବ।

ଏବେ ଏହି ମାମଲାରେ ସିବିଆଇ, ଏନସିବି ଓ ଇଡି ଭଳି ବଡ଼ ସଂସ୍ଥା ନିଜର ଯାଞ୍ଚ ଜାରି ରଖିଛନ୍ତି। ଏହା ସହିତ ବଲିଉଡ଼ର ଅନେକ ବଡ଼ ବଡ଼ ଲୋକଙ୍କ ହାତ ମଧ୍ୟ ଥିବା ବୋଲି ପରିଲକ୍ଷିତ ହେଉଛି। ଯାହା ପାଇଁ ଅନେକ ବଡ଼ ବଡ଼ କଳାକାର ଏହା ଉପରେ ନିଜର ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରିଛନ୍ତି। ଏବେ ଲୋକ କେବଳ ସୁଶାନ୍ତଙ୍କର ମୃତ୍ୟୁର କାରଣ ଜାଣିବାକୁ ଅପେକ୍ଷା କରିଛନ୍ତି ଏବଂ ବହୁତ ଶୀଘ୍ର ଏହା ହେବ ବୋଲି ସମସ୍ତଙ୍କର ଆଶା ରହିଛି।

About admin

Blog sharing Information & Tips about Travelling Tips, Health Tips, Daily Living Life, Life Style, Trends and more to help people to Enjoy the beautiful Life.

View all posts by admin →

Leave a Reply

Your email address will not be published. Required fields are marked *