ସଂକଳ୍ପ ଆଗରେ ହାର ମାନିଛି ବୟସ, ନାତି ନାତୁଣୀଙ୍କ ପାଠ ପଢା ପାଇଁ ଡହ ଡହ ଗରମରେ ବିକୁଛନ୍ତି ପରିବା

ଅନେକ ସମୟରେ ଅନେକ ଲୋକ ଅଳ୍ପ ବୟସରେ ହାର ମାନିଯାଇଥାନ୍ତି କିନ୍ତୁ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ନିଜ ବୟସକୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ନିଜ ସଂକଳ୍ପ ଆଗରେ ଓ ସମାଜରେ ସୃଷ୍ଟି କରିଛନ୍ତି ଏକ ଉଦାହରଣ। ଏପରି ଏକ ଉଦାହରଣ ହେଉଛନ୍ତି ହରବଂଶ ସିଂହ। ଏପରି କରିବା ତାଙ୍କ ଖୁସି ନୁହେଁ ବାଧ୍ୟତାମୂଳକ ଅଟେ ତଥାପି ତାଙ୍କ ସଂକଳ୍ପ ଆଗରେ ହାର ମାନିଯାଇଛି ତାଙ୍କ ବୟସ।

ତାଙ୍କ ବୟସ ୧୦୦ ହୋଇଗଲାଣି କିନ୍ତୁ ଏବେବି ସେ ଠେଲା ଗାଡ଼ିରେ ବୁଲିବୁଲି ପରିବା ବିକୁଛନ୍ତି। ସେ ପଞ୍ଜାବର ମେଗାରେ ପରିବା ବିକିଥାନ୍ତି। କରିବା ପଛରେ କାରଣ ହେଉଛି ତାଙ୍କ ବଡ଼ ପୁଅ ହଟାତ ମରିଯାଇଥିଲେ ଏହା ପରେ ବୋହୁ ମଧ୍ୟ ତାଙ୍କ ପିଲାଙ୍କୁ ଛାଡି କୁଆଡେ ପଳେଇଛି। ତାଙ୍କର ଆଉ ଏକ ପୁଅ ଥିଲେ ମଧ୍ୟ ସେ ହରବଂଶଙ୍କ ଠୁ ଅଲଗା। ଏବେ ନାତି ନାତୁଣୀଙ୍କ ଚଳିବା ପାଠ ପଢିବା ସବୁ ଦାଇତ୍ୱ ହରବଂଶଙ୍କ ଉପରେ।

Google

ସେଥିପାଇଁ ସେ ଅନେକ ବର୍ଷରୁ ଏହିପରି ପ୍ରତ୍ୟେକ ଦିନ ବୁଲିବୁଲି ପରିବା ବିକିଥାନ୍ତି। ତାଙ୍କର କହିବା ଅନୁସାରେ ସେ ଏହା ପୂର୍ବରୁ ୧୮ ବର୍ଷ ପରିବା ବୁହାଉଥିଲେ। ସେ ଏହା ମଧ୍ୟ କହିଥିଲେ ତାଙ୍କ ପ୍ରକୃତ ଘର ଲାହୋର ଥିଲା ଯେବେ ତାଙ୍କ ପରିବାର ବିଭାଜନ ହେଲା ସେ ଭାରତ ଚାଲିଆସିଥିଲେ। ଆପଣଙ୍କୁ କହିରଖିବୁ ସରକାର ହେବେ ତାଙ୍କୁ ସହାୟତା ଘୋଷଣା କଲେ ସେ ମନାକରିଦେଇ କହିଥିଲେ ମୋର କିଛି ଆବଶ୍ୟକ ନାହିଁ। ମୁଁ ବହୁତ ଖୁସିରେ ଅଛି ମୋ ନାତି ନାତୁଣୀଙ୍କ ସହ। ତାଙ୍କ କାମ ହିଁ ତାଙ୍କ ଜୀବନ ବୋଲି ହରବଂଶ କହିଛନ୍ତି। ସେ କାମ ଛାଡିବା ଦିନ ହିଁ ଆରପାରିକୁ ଚାଲିଯିବେ ବୋଲି କହିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *