ଆଇପିଏଲ ୨୦୨୧ ପୂର୍ବରୁ ୧୮ ଫେବୁଆରୀରେ ଚେନ୍ନାଇରେ ଏକ ମିନି ନିଲାମୀ ଆୟୋଜନ କରାଯିବ।ଦୁନିଆର ସବୁଠୁ ଧନୀ କ୍ରିକେଟଲିଗରେ ଅଂଶ ଗ୍ରହଣ କରିବା ପାଇଁ ୧୦୯୭ ଖେଳାଳି ରେଜିଷ୍ଟେସନ କରିଥିଲେ। ସେଥିରୁ ୨୯୨ ଖେଳାଳିଙ୍କୁ ନିଲାମୀ ପାଇଁ ଶର୍ଟଲିଷ୍ଟ କରାଯାଇଛି। ଆମେ ଆପଣଙ୍କୁ କହିବାକୁ ଯାଉଛୁ ନିଲାମୀରେ ଚେନ୍ନାଇ ସୁପର କିଙ୍ଗସ ଟିମ କେଉଁ ଖେଳାଳୀ ମାନଙ୍କ ଉପରେ ଦାବି ଲଗାଇପାରେ।

ଧୋନିଙ୍କ ଅଧିନାୟକତ୍ୱ ଟିମ ପାଖରେ ନିଲାମୀ ପାଇଁ ୨୨.୯ କୋଟି ଟଙ୍କା ଅଛ। ସେ ୭ ଜଣ ଖେଳାଳୀଙ୍କୁ କିଣିପାରିବେ।ଏଥିରେ ବିଦେଶୀ ଖେଳାଳୀଙ୍କ ପାଇଁ କେବଳ ଗୋଟିଏ ଜାଗା ଫାଙ୍କା ଅଛି। ଚେନ୍ନାଇ ମହେନ୍ଦ୍ର ସିଂହ ଧୋନିଙ୍କ ସହିତ ସୁରେଶ ରାଇନା, ଅମ୍ବାତି ରାଇଡୁ,କେଏମ ଆସିକ, ଦୀପକ ଚାହର, ଡୁଏନ ବ୍ରାଭୋ, ଫାଫ ଡୁପ୍ଲେସି, ଇମରାନ ତାହୀର, ଏନ ଜଗଦୀସା, କରଣ ଶର୍ମା, ଲୁଙ୍ଗି ଏଙ୍ଗିଡ଼ି, ମିଚେଲ ସ୍ୟାଣ୍ଟନର, ରବିନ୍ଦ୍ର ଜାଡେଜା, ଋତୁରାଜ ଗାଏକବାଡ଼, ସାରଦୁଲ ଠାକୁର, ସାମ କରଣ, ଜୋସ ହେଜଲହୁଡ଼ ଓ ଆର ସାଇ କୋଶରଙ୍କୁ ରିଟନ କରିଛି।ସେହିପରି କେଦାର ଯାଦବ, ହରଭଜନ ସିଂହ, ପିଉସା ଚାଉଲା, ସେନ ୱାଟସନ, ମୋନୁ ସିଂହ, ଓ ମୁରଲି ବିଜୟଙ୍କୁ ରିଲିଜ କରିଛି।
CSK ଟିମ ଏହି ଖେଳାଳୀଙ୍କ ଉପରେ ଦାବି ଲଗାଇପାରେ:
ଷ୍ଟିଭ ସ୍ମିଥ: ସେନ ୱାଟସନଙ୍କ ସନ୍ୟାସ ପରେ ତାଙ୍କ ଜାଗାରେ ଷ୍ଟିଭ ସ୍ମିଥ ଉପଯୋଗୀ ଖେଳାଳୀ ହୋଇପାରିବେ।ସେ ଭବିଷ୍ୟତରେ ଟିମରେ ଅଧିନାୟକତ୍ୱ କରିପାରିବେ।ମାନାଯାଉଛିକି ଏହା ଧୋନିଙ୍କ ଶେଷ ସିଜନ ହେବ। ସ୍ମିଥ ପୂର୍ଵ ସିଜନରେ ରାଜସ୍ଥାନ ରୟାଲ୍ସ ପାଇଁ ୩୧୧ ରନ କରିଥିଲେ। ଏଥିରେ ୩ଟି ଅର୍ଦ୍ଧଶତକ ସାମିଲ ଥିଲା।

ଗ୍ଲେନ ମାକ୍ସୋଏଲ: ଧୋନିଙ୍କ ଟିମ ମାକ୍ସୋଏଲଙ୍କ ଉପରେ ମଧ୍ୟ ଦାବି ଲଗାଇପାରେ। ସେ ପୂର୍ବ ସଂସ୍କରଣରେ ଭଲ ପ୍ରଦର୍ଶନ କରିନାହାଁନ୍ତି। କିଙ୍ଗସ ଇଲେଭେନ ପଞ୍ଜାବ ପାଇଁ ସେ ୧୩ ମ୍ୟାଚରେ ୧୦୮ ରନ କରିଥିଲେ। ମ୍ୟାକ୍ସୋଏଲ ବିଗ ବ୍ୟାଗ ଲିଗରେ ସୁନ୍ଦର ବ୍ୟାଟିଙ୍ଗ ପ୍ରଦର୍ଶନ କରିଛନ୍ତି ।ସେ କୌଣସିବି କ୍ରମରେ ବ୍ୟାଟିଙ୍ଗ କରିପାରିବେ।

ଏରୋଜ ଫିଞ୍ଚ: ଅଷ୍ଟ୍ରେଲିଆର ସୀମିତ ଓଭରର ଅଧିନାୟକ ଏରୋଜ ଫିଞ୍ଚ ପୂର୍ଵ ସଂସ୍କରଣରେ ରୟାଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ପଟୁ ଖେଳିଥିଲେ। ପୂର୍ଵ ସିଜନରେ ସେ ୧୨ଟି ମ୍ୟାଚରେ ୨୬୮ ରନ କରିଥିଲେ। ଟିମ ତାଙ୍କୁ ଓପନର ବ୍ୟାଟ୍ସମ୍ୟାନ ରୂପରେ କମ ପଇସାରେ କିଣିପାରେ।
ଯେସେନ ରୋଏ:ଆଇପିଏଲ ୨୦୧୭ ଓ ୨୦୧୮ ଖେଳିଥିବା ଯେସେନ ରୋଏଙ୍କର ଆଇପିଏଲରେ ରେକର୍ଡ ଭଲ ନାହିଁ।ସେ ଆଇପିଏଲରେ ଏବେ ପର୍ଯ୍ୟନ୍ତ ୮ ଟି ମ୍ୟାଚରେ ୨୯.୮୩ର ଔସତ ରନ ରେଟରେ ୧୭୯ ରନ କରିଛନ୍ତି।ଏହା ମଧ୍ୟ ସତ ଅଟେକି ତାଙ୍କୁ ଖେଳିବାକୁ ପ୍ରଯ୍ୟାପ୍ତ ସମୟ ମିଳିନାହିଁ। ସେ ଇଂଲଣ୍ଡ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି।
ମୁଯିବ ଉର ରହମାନ: ଟି-୨୦ କ୍ରିକେଟରେ ୧୩୨ ମ୍ୟାଚରେ ୧୪୫ ୱିକେଟ ଅକ୍ତିଆର କରିଥିବା ମୁଯିବ ଚେନ୍ନାଇ ଟିମରେ ବିବିଧତା ଦେଇପାରନ୍ତି। ଯଦି ଟିମ ବୋଲିଙ୍ଗ ପାଇଁ କୌଣସି ବିଦେଶୀ ଖେଳାଳୀ ରଖିବ ତେବେ ମୁଯିବ ସବୁଠୁ ଭଲ ବିକଳ୍ପ ଅଟେ।

କୃଷ୍ଣପା ଗୌତମ:କୃଷ୍ଣପା ଗୌତମ ଆଗାମୀ ସଂସ୍କରଣରେ ଚେନ୍ନାଇ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ପାରନ୍ତି। ୩୨ ବର୍ଷୀୟ ଏହି ଅଫସ୍ପିନରଙ୍କୁ ଚେନ୍ନାଇ ଟିମ ଘରୋଇ ମ୍ୟାଚରେ ଚାଲାଖିରେ ବ୍ୟବହାର କରିପାରିବ। ସିଏସକେ ପାଖରେ ଅଫ ସ୍ପିନର ନାହିଁ। ସେଥିପାଇଁ ଚେନ୍ନାଇ ଗୌତମଙ୍କ ଉପରେ ଦାବି ଲଗାଇପାରେ। ସେ ୨୪ ଆଇପିଏଲ ମ୍ୟାଚରେ ୧୩ ଟି ୱିକେଟ ଅକ୍ତିଆର କରିବା ସହ ୧୮୬ ରନ ବନେଇଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।