ବଡ ଖୁଲାସା: ରାଇନାଙ୍କ ଉପରେ ହେଲା କେସ ଦର୍ଜ, ତାଙ୍କ ସହିତ ଥିଲେ ଏହି ଏହି ଷ୍ଟାର, କାରଣ ଜାଣିଲେ ହେବେ ଚକିତ।

ରିପୋର୍ଟ ଅନୁସାରେ ମୁମ୍ବାଇ ପୋଲିସ ମୋଟ ୩୪ ଲୋକଙ୍କ ଉପରେ ଆକ୍ସନ ନେଇଛି। ଏଥିରୁ ୧୯ ଲୋକ ଦିଲ୍ଲୀ ଓ ପଞ୍ଜାବରୁ ଥିଲେ ବୋଲି ତଥ୍ୟ ଆସିଛି।

Google

ମହାରାଷ୍ଟ୍ରରେ କରୋନା ମହାମାରିର କଡା ନିୟମ ପରେ ମଧ୍ୟ କ୍ରିକେଟର ସୁରେଶ ରାଇନା, ସିଙ୍ଗର ଗୁରୁ ରନ୍ଧାବା ଓ ରିତିକ ରୋସନଙ୍କ ଏକ୍ସ ପତ୍ନୀ ସୁଯେନ ଖାନ ମୁମ୍ବାଇର ଏକ ହୋଟେଲରେ ପାର୍ଟି କରୁଥିବା ଧରାପଡିଯାଇଛନ୍ତି। ସୂତ୍ର ଅନୁସାରେ ମୁମ୍ବାଇ ପୋଲିସ ହୋଟେଲର କ୍ଳବରେ ରାତି ୩ଟାରେ ଅଚାନକ ରେଡ଼ କରିଥିଲା। ସେଠାରେ ଅନେକ ଲୋକ ନାଇଟ କର୍ଫୁର ଉଲଘଂନ କରି ଗୋଟିଏ ଜାଗାରେ ଉପସ୍ଥିତ ଥିଲେ। ପୋଲିସ ସମସ୍ତଙ୍କ ଉପରେ ଆଇପିସି ଧାରା ୧୮୮, ବମ୍ବେ ପୋଲିସ ଏକ୍ଟ ଓ ମହାମାରି ଏକ୍ଟ ଅନୁସାରେ ମାମଲା ଦାଖଲ କରିଛି।

ମିଡିଆ ରିପୋର୍ଟ ଅନୁସାରେ ରାପ ସିଙ୍ଗର ବାଦସାହା ଭି ପାର୍ଟିରେ ଉପସ୍ଥିତ ଥିଲେ କିନ୍ତୁ ସେ ପଛ କବାଟ ଦେଇ ପଳେଇଯାଇଥିଲେ। ପୋଲିସ ମୋଟ ୩୪ ଲୋକଙ୍କ ଉପରେ ଆକ୍ସନ ନେଇଛି। ଏଥିରେ ହୋଟେଲର ଷ୍ଟାପ ମଧ୍ୟ ସାମିଲ ଅଛନ୍ତି। ଏଥିରୁ ୧୯ ଲୋକ ଦିଲ୍ଲୀ ଓ ପଞ୍ଜାବରୁ ପହଁଚିଥିଲେ।ବର୍ତ୍ତମାନ ସମସ୍ତଙ୍କୁ ସିଆରପିସିର ନୋଟିସ ୪୩(ଏ)(୧) ଅନୁସାରେ ଛଡା ଯାଇଛି। ମୁମ୍ବାଇର ବାହାରୁ ଆସିଥିବା ଲୋକ ସକାଳ ୭ରେ ଫ୍ଲାଇଟ ଦ୍ଵାରା ଦିଲ୍ଲୀ ପଳାଇଯାଇଥିଲେ।

Google

ମୁମ୍ବାଇ ଜଏଣ୍ଟସ କମିସନର ଲୋ ଏଡ଼ ଅର୍ଡର ବିଶ୍ୱାସ ନାଗରେ ପାଟେଲ ଏକ ନ୍ୟୁଜ ଚ୍ୟାନେଲରେ ଏହାର ପୃଷ୍ଟି କରିଛନ୍ତି। ସେ କହିଛନ୍ତି,”ଆମକୁ କ୍ଳବ ବିଷୟରେ ଖବର ମିଳିଥିଲା କି ସେଠାରେ ପାର୍ଟି ଚାଲୁଅଛି । ମହିଳାଙ୍କ ସହିତ ୩୪ ଜଣ ଲୋକ ଥିଲେ। ମହାମାରି ଏକ୍ଟ ଅନୁସାରେ ପଦକ୍ଷେପ ଗ୍ରହଣ କରାଯାଇଛି”। ପତ୍ରକାର ଯେବେ ସେମାନଙ୍କ ନାମ ବିଷୟରେ ପଚାରିଥିଲେ ସେ କହିଥିଲେ କି- “ନାମ ଜାଣି କଣ ହେବ”।

କହିରଖିବୁକି ବ୍ରିଟେନରେ କରୋନା ଭାଇରସର ନୂଆ ଷ୍ଟ୍ରେନ ମିଳିବା ପରେ ଉଧ୍ଵବ ସରକାର ପୁରା ମହାରାଷ୍ଟ୍ରର ସବୁ ନଗର ନିଗମରେ ନାଇଟ କର୍ଫ୍ୟୁ ଲାଗୁକରିଛନ୍ତି। ନୂଆ ଘୋଷଣା ଅନୁସାରେ ନାଇଟ କର୍ଫ୍ୟୁ ରାତି ୧୧ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ରହିବ। ଜାନୁଆରୀ ୫, ୨୦୨୧ ଯାଏ ଏହା ଲାଗୁଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *