ଏହି ଦେଶରେ ୭ରୁ ଅଧିକ ଛୁଆ ଜନ୍ମ କରିବା ଦ୍ୱାରା ମିଳିଥାଏ ଗୋଲଡ଼ ମେଡାଲ,ରାଶନ ବି ହୋଇଥାଏ ଫ୍ରି,ଜାଣିଲେ ହେବେ ଆଶ୍ଚର୍ଯ୍ୟ ।

ପୁରା ଦୁନିଆ ବଢୁଥିବା ଜନସଂଖ୍ୟାରେ ଚିନ୍ତିତ ଅଛି। ଭାରତ ହେଉ ଅବା ଚିନ ସବୁ ଦେଶରେ ସରକାର ନିଜର ଏଠାକାର ଜନସଂଖ୍ୟାକୁ ନିୟନ୍ତ୍ରଣରେ ରଖିବାକୁ ଭରପୂର ପ୍ରୟାସ କରୁଛନ୍ତି। ଦୁନିଆର ସବୁଠୁ ଅଧିକ ଜନସଂଖ୍ୟାର ଦେଶ ଚୀନରେ ସରକାର କିଛି ସମୟ ପୂର୍ବରୁ କଡା ନିୟମ କରିଦେଇଥିଲେ। ତାଙ୍କ ମତରେ ଏକରୁ ଅଧିକ ଛୁଆ କରୁଥିବା ପଇସା ଵାଲା ଲୋକଙ୍କୁ କେତେ ପ୍ରକାରର ସୁବିଧାରୁ ବଞ୍ଚିତ ରଖାଯାଇଥାଏ।

Google

ଯଦିଓ ଏହି ନିୟମ ଏବେ ହଟାଇ ଦିଆଯାଇଛି,କିନ୍ତୁ ଜନତାଙ୍କୁ କମ ଛୁଆ କରିବାକୁ ଏବେ ବି ଦାଖଲ କରାଯାଉଅଛି। ଭାରତରେ ବି’ଆମେ ଦୁଇ ଆମର ଦୁଇ’ସ୍ଲୋଗାନର ସହିତ ଜନତାକୁ ବୁଝେଇବାର ପ୍ରୟାସ କରାଯାଉଅଛି। ଦୁଇରୁ ଅଧିକ ଛୁଆ ହେବା ଦ୍ୱାରା କିଛି ସରକାରୀ ଲାଭରୁ ବଞ୍ଚିତ ବି ରଖାଯାଇଥାଏ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏପରି ଦେଶ ବିଷୟରେ କହିବାକୁ ଯାଉଅଛୁ ଯେଉଁଠି ଯଦି କୌଣସି ମହିଳା ୭ରୁ ଅଧିକ ଛୁଆ କରିଦେଉଛି ତେବେ ତାକୁ ଗୋଲଡ଼ ମେଡାଲ ପ୍ରଦାନ କରାଯାଏ। ଏତିକି ହିଁ ନୁହେଁ ସେହି ମହିଳାକୁ ଜୀବନସାରାର ରାଶନ, ପାଣି ଏବଂ ଘର ଖର୍ଚ୍ଚ ବି ସରକାରଙ୍କ ତରଫରୁ ମାଗଣାରେ ମିଳିଥାଏ।

ଆମେ ଏଠାରେ ଯେଉଁ ଦେଶର କଥା ଆଲୋଚନା କରୁଅଛୁ ତାର ନାମ କଜାଖସ୍ତାନ ଅଟେ। ଏହି ଦେଶର ସରକାର ମହିଳାମାନଙ୍କୁ ଅଧିକରୁ ଅଧିକ ଛୁଆ କରିବା ପାଇଁ ପ୍ରୋତ୍ସାହିତ କରିଥାନ୍ତି। ୪ରୁ ଅଧିକ ଛୁଆ କରୁଥିବା ମହିଳାଙ୍କୁ ହୀରୋର ମର୍ଯ୍ୟାଦା ଦିଆଯାଇଥାଏ। ଛୁଆକୁ ୨୧ ବର୍ଷ ପର୍ଯ୍ୟନ୍ତ ହେବା ଯାଏଁ ତାଙ୍କୁ ଖର୍ଚ୍ଚ ଏବଂ ରାଶନ ଦିଆଯାଇଥାଏ।

Google

ସେଠାରେ ଯଦି କେଉଁ ମହିଳାର ୬ଟି ଛୁଆ ଅଛି ତେବେ ତାକୁ ସିଲଭର ମେଡାଲ ସହିତ ଜୀବନସାରାର ରାଶନ, ପାଣି ଏବଂ ଘରର ଖର୍ଚ୍ଚ ସରକାରଙ୍କ ତରଫରୁ ମିଳିଥାଏ। ୭ କିମ୍ବା ଏହାଠାରୁ ଅଧିକ ଛୁଆ ହେବାଦ୍ୱାରା ବି ଏହି ସୁବିଧା ସହିତ ଗୋଲଡ଼ ମେଡାଲ ଦିଆଯାଇଥାଏ। ଏହି ରାଶନ,ପାଣି ଏବଂ ଘର ଖର୍ଚ୍ଚ ମହିଳାମାନଙ୍କୁ ମାସିକ ଭର୍ତ୍ତା ରୂପରେ ଦିଆଯାଇଥାଏ।

ଏହି ଅଜବ ପରମ୍ପରାର ଆରମ୍ଭ କଜାଖସ୍ତାନରେ ୧୯୪୪ରୁ ହିଁ ପ୍ରଚଳିତ। ସେବେଠାରୁ ଏଠାରେ ଅଧିକ ଛୁଆ ଜନ୍ମ କରୁଥିବା ମହିଳାମାନଙ୍କୁ ପୁରଷ୍କାର ଦିଆଯାଇଥାଏ।କଜାଖସ୍ତାନର ସାମାଜିକ କାର୍ଯ୍ୟକ୍ରମ ବିଭାଗର ଅକସାନା ଆଲୁସେଜୋବା କହିଥାନ୍ତି କି ଅଧିକ ଛୁଆ ଜନ୍ମ ଦେବା ସରକାରୀ ନିୟମରେ ସାମିଲ ଅଛି।

Google

ବାସ୍ତବରେ ଏହି ଦେଶର ଜନସଂଖ୍ୟା ଅନ୍ୟ ଦେଶଗୁଡିକର ତୁଳନାରେ ବହୁତ କମ ଅଟେ। ଏପରି ଭାବେ ସରକାର ନିଜ ଦେଶର ଜନସଂଖ୍ୟା ବଢ଼େଇବାକୁ ଚାହୁଁଛନ୍ତି। ଯଦି ଦେଶରେ ଜନସଂଖ୍ୟା ବଢିଥାଏ ତେବେ ସେ ଆହୁରି ଶକ୍ତିଶାଳୀ ବି ହୋଇଥାଏ । ସେହିପରି ବହୁତ କମ ଜନସଂଖ୍ୟା ହେବାଦ୍ୱାରା ବିଶ୍ୱରେ ତାର କିଛି ଖାସ ପରିଚୟ ହୋଇପାରିନଥାଏ।

ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଭାରତରେ ଲୋକମାନଙ୍କୁ କେତେ ଛୁଆ ଜନ୍ମ ଦେବା କଥା? ଆମକୁ କମେଣ୍ଟରେ ଜଣାନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *