ଭାରତୀୟ ଦଳର ପୂର୍ଵତନ ଖେଳାଳୀ ଯୁବରାଜ ସିଂହ ଜଲ୍ଦି ପଡ଼ିଆରେ ଛକା ଚୌକା ମାରୁଥିବା ଦେଖାଯିବେ। ଦୁବାଇରେ ହେବାକୁ ଯାଉଛି ଏକ ଅଦ୍ଭୁତ କ୍ରିକେଟ ଲିଗରେ ଯୁବରାଜ ସିଂହ କରିବାକୁ ଚାହୁଁଛନ୍ତି ୨୦୦୭ ଟି-୨୦ ବିଶ୍ୱକପର କାର୍ଯ୍ୟ କରିବା ପାଇଁ।

ଭାରତର ପୂର୍ଵ ଖେଳାଳୀ ଯୁବରାଜ ସିଂହ ଜଲ୍ଦି ପଡ଼ିଆରେ ଖେଳୁଥିବା ଦେଖାଯିବେ। ଟି-୨୦ରେ ବିସ୍ପୋଟକ ବ୍ୟାଟ୍ସମ୍ୟାନ ମାନଙ୍କ ମଧ୍ୟରେ ଜଣେ ଯୁବରାଜ ସିଂହ ଦୁବାଇରେ ଅଲଟିମେଣ୍ଟ ଚ୍ୟାଲେଞ୍ଜ ଟୁର୍ଣ୍ଣାମେଣ୍ଟ ଖେଳିବେ।ୟୁକେସି ଟୁର୍ଣ୍ଣାମେଣ୍ଟରେ ଯୁବରାଜ ସିଂହଙ୍କ ଛଡା କେବିନ ପିଟରସନ, ରାସିଦ ଖାନ,ଇୟୋନ ମୋର୍ଗନ, ଆଣ୍ଡ୍ରେ ରସେଲଙ୍କର ମଧ୍ୟ ଜଲବା ଦେଖାଯିବ।
ୟୁକେସିରେ ଦେଖାଯିବ କ୍ରିକେଟର ଏହି ନୂଆ ରୂପ:
ଏହି ଟୁର୍ଣ୍ଣାମେଣ୍ଟରେ ୧୬ ଟି ମ୍ୟାଚ ଖେଳାଯିବ। ପ୍ରତିଟି ମ୍ୟାଚରେ ଦୁଇଜଣ ୟୁକେସି ଖେଳାଳୀ ଖେଳିବେ। ଏଠାରେ ଗୋଟି ଖେଳାଳୀର ସାମ୍ନା ଅନ୍ୟ ଖେଳାଳୀ ସହ ହେବ।ମ୍ୟାଚରେ ୧୫ଟି ବଲର ଚାରୋଟି ପାରି ହେବ। ମ୍ୟାଚ ଜିତିବା ଟିମକୁ ଦୁଇଟି ଅଙ୍କ ମିଳିବ। ସବୁଠୁ ଅଧିକ ରନ କରିଥିବା ଖେଳାଳୀ ବିଜୟ ହେବ। ଲିଗ ରାଉଣ୍ଡର ଶେଷରେ ଦୁଇଟି ଟିମ ସେମିଫାଇନାଲକୁ ଯିବ।
ବ୍ୟାଟିଙ୍ଗ କରିବା ସମୟରେ ୟୁକେସି କଣ୍ଟେଣ୍ଡରଙ୍କୁ ରନ ହାସଲ ପାଇଁ ଦୌଡ଼ିବାକୁ ହେବ। ସ୍କୋର ୬ଟି ଜୋନରେ ବିଭାଜିତ ହେବ। ଯେଉଥିରେ ଜୋନ -ଏ ରେ ୧ ରନ, ଜୋନ-ଇ ରେ ୪ ରନ, ଓ ଜୋନ-ଇ ରେ ସିଧା ୬ ରନ ହେବ। ଯଦି ବ୍ୟାଟ୍ସମ୍ୟାନ ବୋଲର ପଛକୁ ମାରିବ ତ ୧୨ ରନ ମିଳିବା ସହ ଏକ ଅତିରିକ୍ତ ବଲ ମିଳିବ। ପ୍ରତିଥର ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ୫ ରନ କଟିବ।

ପୁଣି ୬ ଟି ଛକା ମାରିବାକୁ ଚାହୁଁଛନ୍ତି ଯୁବରାଜ ସିଂହ:
ୟୁବି କ୍ରିକେଟର ଏହି ଫର୍ମାଟିକୁ ସ୍ୱାଗତ କରି କହିଛନ୍ତି ୟୁକେସି କ୍ରିକେଟର ଭବିଷ୍ୟତ ହେବ ଓ ଏହା ପ୍ରଶଂସକଙ୍କ ମଧ୍ୟରେ ବହୁତ ଲୋକପ୍ରିୟତା ହାସଲ କରିବ । ଏହି ଷ୍ଟାର ଅଲରାଉଣ୍ଡର କହିଛନ୍ତି କ୍ରିକେଟ ପ୍ରତିଟି ଭାରତୀୟଙ୍କ ହୃଦୟରେ ଅଛି କିନ୍ତୁ ସମୟ ସହିତ ଏଥିରେ କିଛି ନୂଆ ପଣ ଆଣିବାର ଆବଶ୍ୟକତା ରହିଅଛି। ନୂଆ ଫର୍ମାଟ ବହୁତ ସୁନ୍ଦର ଅଟେ ଯେଉଁଥିରେ ଜଣେ ଖେଳାଳୀର ମୁକାବିଲା ଅନ୍ୟ ଜଣେ ଖେଳାଳୀ ସହ ହେବ।
ପଡ଼ିଆକୁ ଫେରିବାକୁ ଯାଉଥିବା ଯୁବରାଜ ୟୁକେସିକୁ ନେଇ ଅତ୍ୟନ୍ତ ଖୁସି ଅଛନ୍ତି। ସେ କହିଛନ୍ତି କି ଏହି ଟୁର୍ଣ୍ଣାମେଣ୍ଟ ଦର୍ଶକଙ୍କ ମଧ୍ୟରେ ବହୁତ ଲୋକପ୍ରିୟତା ଜିତିବ। ଯୁବରାଜ କହିଛନ୍ତି ମୁଁ ବିଶ୍ୱର କୋଉବି ପରିସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ଅଛି। ସେ ଆଶା କରିଛନ୍ତିକି ୟୁକେସିରେ ୨୦୦୭ ବିଶ୍ୱକପ ଭଳି ଏଠିବି ୬ ଟି ଛକା ମାରିବେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।