ଆଇପିଏଲ ୨୦୨୧ ପାଇଁ ଖେଳାଳି ମାନଙ୍କର ନିଲାମୀ ୧୮ ଫେବୃଆରୀ ଠାରୁ ଆରମ୍ଭ ହେଇପାରେ। ବିସିସିଆଇର ଅଧିକାରୀ ପିଟିଆଇ ର ଭାଷା ମାଧ୍ୟମରେ ଏହି ଖବର ଦେଲେ। ଅଧିକାରୀ କହିଲେ କି “ନିଲାମୀ ୧୮ ଫେବୃଆରୀକୁ ହେଇପାରେ। ଏହା ପାଇଁ ସ୍ଥଳ ଉପରେ ଫଇସଲା ହବା ଜରୁରୀ।” ବୋର୍ଡ ଆଗକୁ ଏହା ଫଇସଲା କରିବ କି ଆଇପିଏଲ ଘରେ ହେବ କି ନାହିଁ , ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ବାର ବାର ଜୋର ଦେଇକି ଏହା କହୁଛନ୍ତି କି ଏହାର ଆୟୋଜନ ଘରୋଇ ମୈଦାନ ଉପରେ କରିବାର ସବୁ ସମ୍ଭବ ଚେଷ୍ଟା କରାଯିବ। ୨୦୨୦ରେ କରୋନା ସଂକ୍ରମଣ ପାଇଁ ଆଇପିଏଲ ୟୁଏଇ ରେ କରାଯାଇଥିଲା। ଆଗାମୀ ମାସରେ ହେବାକୁ ଥିବା ଭାରତ ଆଉ ଇଂଲଣ୍ଡ ଭିତରର ସିରିଜ ଏହି ଟୁର୍ଣ୍ଣାମେଣ୍ଟର ଭାରତରେ ଆୟୋଜନର ରାସ୍ତା ସଫା କରିବ।
ଆପଣଙ୍କୁ କହିରଖୁଛୁ କି ଖେଳାଳି ମାନଙ୍କୁ ରିଟେନ କରିବାର ଶେଷ ତାରିଖ ୨୦ ଜାନୁଆରୀ କୁ ଥିଲା ଯେତେବେଳେ କି ଟ୍ରେଡିଙ୍ଗ ବିନଡୋ ପ୍ରାୟ ୪ ଫେବୃଆରୀ ଯାଏ ଚାଲିବ। ଟିମ ମାନଙ୍କର ରିଲିଜ କରା ଯାଇଥିବା ଖେଳାଳି ମାନଙ୍କ ଭିତରେ ଅଷ୍ଟ୍ରେଲିଆ ର ଷ୍ଟିଭ ସ୍ମିଥ ତଥା ଗ୍ଲେନ ମ୍ୟାକ୍ସ୍ବେଲଙ୍କ ଭଳିଆ ଶ୍ରେଷ୍ଠ ଖେଳାଳି ଅଛନ୍ତି।
ବହୁତ ଚମତ୍କାର ହେବ ଆଇପିଏଲର ନିଲାମୀ:
ଏଥରର ଆଇପିଏଲ ନିଲାମୀ ବହୁତ ଚମତ୍କାର ହେବାକୁ ଯାଉଛି। କାରଣ ପ୍ରାୟ ସମସ୍ତ ଟିମ ନିଜର ବଡ଼ ଖେଳାଳି ମାନଙ୍କୁ ରିଲିଜ କରି ଦେଇଛନ୍ତି। ରାଜସ୍ଥାନ ରୟଲସ ତାଙ୍କର ନିଜ କ୍ୟାପଟେନ ଷ୍ଟିଭ ସ୍ମିଥଙ୍କୁ ହିଁ ରିଲିଜ କରିଦେଇଛି। ଆଉ ଗ୍ଲେନ ମ୍ୟାକସ୍ବେଲ ଯିଏ କି ଟି ଟ୍ୱେଣ୍ଟି ସ୍ପେସାଲିଷ୍ଟ ଭାବେ ଜଣା ଶୁଣା, ତାଙ୍କୁ ବି ତାଙ୍କ ଟିମ ରିଲିଜ କରି ଦେଇଛି। ଏବେ ଦେଖାଯିବ କି କେଉଁ ଟିମ ତାଙ୍କ ଉପରେ କେତେ ପଇସା ଲଗାଉଛନ୍ତି।
କେଉଁ ଟିମ ପାଖରେ ଅଛି କେତେ ଟଙ୍କା:
ଆଇପିଏଲ ୨୦୨୧ ପାଇଁ ଏହା ଦେଖିବାକୁ ହେବ କି କେଉଁ ଟିମ ପାଖରେ କେତେ ଟଙ୍କା ଅଛି। ରୋୟଲ ଚ୍ୟାଲେଞ୍ଜରସ ବାଙ୍ଗାଲୋର ତାଙ୍କର ୧୦ଜଣ ଖେଳାଳିଙ୍କୁ ରିଲିଜ କରି ଦେଇଛନ୍ତି ଯାହା ଦ୍ୱାରା କି ତାଙ୍କ ପାଖରେ ପ୍ରାୟ ୩୫.୭ କୋଟି ଟଙ୍କା ବଂଚିଛି। ଚେନ୍ନାଇ ସୁପର କିଙ୍ଗସ ତାର ପ୍ରାୟ ୬ଟି ଖେଳାଳି ମାନଜକୁ ରିଲିଜ କରିଛି ଯାହାଦ୍ୱାରା କି ତା ପାଖରେ ପ୍ରାୟ ୨୨.୯୦ କୋଟି ଟଙ୍କା ବଂଚିଛି। ରାଜସ୍ଥାନ ରାୟଲସ ନିଜର ୮ଜଣ ଖେଳାଳି ଙ୍କୁ ବାହାର କରିଛି ଯାହାଦ୍ୱାରା କି ତାଙ୍କ ପାଖରେ ପ୍ରାୟ ୩୪.୮୫ କୋଟି ଟଙ୍କା ବଂଚିଛି। ଦିଲ୍ଲୀ ପାଖରେ ୧୨.୮ କୋଟି ଟଙ୍କା ଅଛି ଆଉ ସେମାନେ ୬ଜଣ ଖେଳାଳିଙ୍କୁ ବାହାର କରିଛନ୍ତି।
ସନରାଇଜର୍ସ ହାଇଦ୍ରାବାଦ ପାଖରେ ପ୍ରାୟ ୧୨.୮ କୋଟି ଟଙ୍କା ବଂଚିଛି ଆଉ ସେ ନିଜର ପାଞ୍ଚଟି ଖେଳାଳିଙ୍କୁ ରିଲିଜ କରିଛି। କିଙ୍ଗସ ଇଲେଭେନ ପଞ୍ଜାବ ନିଜର ୯ଜଣ ଖେଲାଳିଙ୍କୁ ରିଲିଜ କରିଛି ଆଉ ତାଙ୍କ ପାଖରେ ସର୍ବାଧିକ ୫୩.୨ କୋଟି ଟଙ୍କା ବଂଚିଛି। ମୁମ୍ବାଇ ଇଣ୍ଡିଆନ୍ସ ନିଜର ୭ ଖେଳାଳି ମାନଙ୍କୁ ଛାଡି ଦେଇଛି ଆଉ ତାଙ୍କ ପାଖରେ ପ୍ରାୟ ୧୫.୩୫ କୋଟି ଟଙ୍କା ବଂଚିଛି। ପ୍ରାୟ ୧୦.୩୫ କୋଟି ଟଙ୍କା କେକେଆର ପର୍ସରେ ରହିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।