IPL ୨୦୨୧:ନୀତିଶ ରାଣାଙ୍କ କ୍ୟାରିୟର ଏମିତି ବଦଳିଥିଲା। ଜାଣିଲେ ଉଡିଯିବ ହୋସ।

୨୭ବର୍ଷୀୟ ନୀତିଶ ରାଣା ଆଇପିଏଲରେ ଜଣେ ପ୍ରତିଭାଶାଳୀ ଖେଳାଳି ଅଟନ୍ତି। କିନ୍ତୁ ବହୁତ କମ ଲୋକ ଜାଣିଥିବେ ନୀତିଶ ରାଣାଙ୍କର ପିଲାବେଳୁ କ୍ରିକେଟରେ ରୁଚିନଥିଲା। ଏହା ତାଙ୍କର ବାପାଙ୍କ ଜିଦି ଅଟେ ଯାହା ତାଙ୍କୁ ଷ୍ଟାର କ୍ରିକେଟର କରିଦେଇଛି। ନୀତିଶ ରାଣା ନିଜେ କହିଛନ୍ତିକି ସେ ନିଜ ମୋଟାପା ପାଇଁ ହିଁ କ୍ରିକେଟ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ।

Google

ନୀତିଶ ରାଣା କୋଲକତା ନାଇଟ ରାଇଡ଼ର୍ଶର ୟୁଟୁବ ଚ୍ୟାନେଲରେ କହିଛନ୍ତି ,”ମୋ ବାପା କ୍ରିକେଟର ବଡ଼ ଫ୍ୟାନ । ମୁଁ ସର୍ବଦା ତାଙ୍କ ମୁହଁରୁ କ୍ରିକେଟ କଥା ହିଁ ଶୁଣିଛି। ସେ କୌଣସି କ୍ରିକେଟ ମ୍ୟାଚ ଛାଡ଼ନ୍ତି ନାହିଁ। ଯଦି ସେ ଟିଭି ପାଖରେ ବସନ୍ତି ତ କ୍ରିକେଟ ମ୍ୟାଚ ହିଁ ଦେଖନ୍ତି”।ନୀତିଶ ଆଗକୁ କହିଛନ୍ତି,”ମୋ ବାପା ଭାବିଥିଲେ ଜଣେ ପିଲାକୁ ତ କ୍ରିକେଟର ହେବାକୁ ହିଁ ପଡିବ। ଯେବେ ମୁଁ କ୍ରିକେଟ ଗ୍ରାଉଣ୍ଡକୁ ଓହ୍ଲାଇଲି ମତେ ଜଣା ନଥିଲା କି ଏହା ମୋର ଗ୍ରାଉଣ୍ଡ ଓ ମତେ ଏଥିରେ କିଛି କରିବାକୁ ହେବ। ୨-୩ ବର୍ଷ ପରେ ଲାଗିଲା ଏହା ହିଁ ଠିକ ଅଟେ। ମାନେ ପଢିବାକୁ ପଡୁନଥିଲା ମାନେ ଏହା ଠିକ ଅଟେ। ମୁଁ ଖେଳିପାରିବି “।

ନୀତିଶ ରାଣା ଆଗକୁ କହିଛନ୍ତି,”ଛୋଟ ବେଳେ ମୁଁ ବହୁତ ମୋଟା ହୋଇଯାଇଥିଲି । ଦୁଇ ମାସର ଖରାଦିନ ଛୁଟି ଥିଲା ତେଣୁ ବାପା ଓ ଦାଦା ଫଇସଲା ନେଲେ କି ଏହି ଦୁଇ ମାସ ସେ ମତେ ଗ୍ରାଉଣ୍ଡକୁ ପଠାଇବେ ଓ କୋଚଙ୍କୁ କହିବେ ସେ ଅଟେ ଅଧିକ ଦୌଡାଇବେ। ସେଠାରେ ଦୁଇ ମାସ ମୁଁ ବହୁତ ଦୌଡିଲି କିନ୍ତୁ ମୋର ଓଜନ କମ ହେଲା ନାହିଁ। କିନ୍ତୁ ଯେବେ ମୋର ସ୍କୁଲ ଖୋଲିଲା ମୋର କ୍ରିକେଟ ଖେଳିବାର ମନ ହେଲା। ସେଥିପାଇଁ ମୁଁ ଗ୍ରାଉଣ୍ଡ ଯିବା ଲଗାଇ ରଖିଲି। ଦ୍ୱିତୀୟ ସଂସ୍କରଣରେ ମୁଁ ଦିଲ୍ଲୀ ପାଇଁ ସ୍କୁଲ ନେସନାଲ ଖେଳିଲି। ଏହା ପରେ ମତେ ଜଣାପଡିଲା କି ଷ୍ଟେଟ କ୍ରିକେଟ ମଧ୍ୟ ଥାଏ”।

Google
ଆଇପିଏଲ ୨୦୧୭ରେ କେବଳ ୨୭ ବଲରେ ମାରିଲେ ଅର୍ଦ୍ଧଶତକ:

ନୀତିଶ ରାଣା ବର୍ଷ ୨୦୧୭ରେ କୋଲକତା ନାଇଟ ରାଇଡର୍ସ ବିରୁଦ୍ଧ ମ୍ୟାଚକୁ ଲାଇଫର ଟ୍ରନିଙ୍ଗ ପଏଣ୍ଟ କହିଛନ୍ତି। ସେହି ମ୍ୟାଚରେ ମୁମ୍ବାଇ ଟଚ ଜିତି ବୋଲିଙ୍ଗ ବାଛିଥିଲା। ଗୌତମ ଗମ୍ଭୀରଙ୍କ କ୍ୟାପଟେନସିରେ ଟିମ କେକେଆର ପ୍ରଥମେ ବ୍ୟାଟିଙ୍ଗ କରି ୨୦ ଓଭରରେ ୭ ୱିକେଟ ହରାଇ ୧୭୮ ରନ ବନେଇଥିଲେ। ଟାର୍ଗେଟର ପିଛା କରିବାକୁ ଓହ୍ଲାଇ ମୁମ୍ବାଇ ୧୧୯ ରନରେ ୫ ଟି ୱିକେଟ ହରାଇ ସାରିଥିଲା। ସେହି ସମୟରେ ନୀତିଶ ରାଣା ଗୋଟେ ପଟେ ଠିଆ ହୋଇରହିଲେ ଓ ମାତ୍ର ୨୯ ବଲରେ ସୁନ୍ଦର ଅର୍ଦ୍ଧ ଶତକ ମାରିଥିଲେ। ସେ ସେହି ମ୍ୟାଚରେ ୫ ଟି ଚୌକା ଓ ୩ ଟି ଛକା ମାରିଥିଲେ ଓ ଟିମକୁ ବିଜୟ ପାଖରେ ପହଁଞ୍ଚାଇ ଦେଇଥିଲେ। ମୁମ୍ବାଇ ସେହି ମ୍ୟାଚ ୪ ୱିକେଟରେ ବିଜୟ ଲାଭ କଲା ଓ ନୀତିଶ ରାଣା ସେହି ମ୍ୟାଚରେ ମ୍ୟାନ ଅଫ ଦ ମ୍ୟାଚ ହୋଇଥିଲେ।

ସେହି ମ୍ୟାଚ ବିଷୟରେ ନୀତିଶ ରାଣା କହିଲେ କି “ସେହି ମ୍ୟାଚରେ ମୁଁ ଆରମ୍ଭ ୧୦ ବଲରେ ଭଲ ପ୍ରଦର୍ଶନ କରିପାରୁନଥିଲି। କିନ୍ତୁ ମୋର ନିଜ ଉପରେ ସେତିକି ବିଶ୍ୱାସ ଥିଲା କି ଯେବେ ମୁଁ ମାରିବା ଆରମ୍ଭ କରିବି ମାରି ପାରିବି। ମୁଁ ଯଦି ସେହି ପାରି ଖେଳିନଥାନ୍ତି ତେବେ ଆଜି ହୁଏତ କେକେଆର ପାଇଁ ଖେଳିବାରେ ସମର୍ଥ ହୋଇନଥାନ୍ତି”।

Google
ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳି ୨୦୧୬ ରେ କରିଥିଲେ ଆଇପିଏଲରେ ଡେଭ୍ୟୁ:

ନୀତିଶ ରାଣା ଆଇପିଏଲରେ ୨୦୧୬ରୁ ଖେଳୁଛନ୍ତି। ସେ ଟୁର୍ଣ୍ଣାମେଣ୍ଟରେ ୫ ଟି ସଂସ୍କରଣରେ ମୋଟ ୬୦ ମ୍ୟାଚ ଖେଳିଛନ୍ତି। ଏଥିରେ ସେ ୨୮.୨୭ ଔସତରେ ୧୪୩୭ ରନ କରିଥିଲେ। ଏଥିରେ ତାଙ୍କର ୧୧ ଶତକ ସାମିଲ ଅଛି।ଆଇପିଏଲରେ ତାଙ୍କର ସର୍ବାଧିକ ସ୍କୋର ୮୭ ଅଟେ। ଯାହା ସେ ବର୍ଷ ୨୦୨୦ ଆଇପିଏଲରେ କରିଥିଲେ। ନୀତିଶ ରାଣାଙ୍କୁ ୨୦୧୫ରେ ମୁମ୍ବାଇ ଇଣ୍ଡିଆନ୍ସ କ୍ରୟ କରିଥିଲା କିନ୍ତୁ ସେବେ ତାଙ୍କୁ ଗୋଟେ ମଧ୍ୟ ମ୍ୟାଚ ଖେଳିବାକୁ ମୌକା ମିଳିନଥିଲା।

ନୀତିଶ ରାଣା ୧୧ ମଇ ୨୦୧୬ କୁ ଏମ ଚିନାସ୍ୱାମୀ ଷ୍ଟାଡିୟମରେ ଆରସିବି ବିରୁଦ୍ଧରେ ଆଇପିଏଲରେ ଡେଭ୍ୟୁ କରିଥିଲେ। ବର୍ଷ ୨୦୧୬ ରେ ସେ ମାତ୍ର ୪ ଟି ମ୍ୟାଚ ଖେଳିଥିଲେ ଓ ୩୪.୬୬ ଔସତରେ ୧୦୪ ରନ ବନେଇଥିଲେ। ସେହି ସଂସ୍କରଣରେ ତାଙ୍କର ସର୍ବାଧିକ ସ୍କୋର ୭୦ ଥିଲା। ଆଇପିଏଲ ୨୦୧୭ରେ ନୀତିଶ ରାଣା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୧୩ ଟି ମ୍ୟାଚରେ ୩୦.୨୭ ଔସତରେ ୩୩୩ ରନ ବନେଇଥିଲେ। ଏଥିରେ ତାଙ୍କର ତିନୋଟି ଅର୍ଦ୍ଧ ଶତକ ସାମିଲ ଥିଲା।

Google
ସୁନ୍ଦର ପ୍ରଦର୍ଶନ ପରେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ କରିଦେଇଥିଲା ରିଲିଜ:

ବର୍ଷ ୨୦୧୭ ରେ ମୁମ୍ବାଇ ଇଣ୍ଡିଆନ୍ସ ନିଜର ତୃତୀୟ ଆଇପିଏଲ ଟ୍ରଫି ନିଜ ନାମରେ କରିବାରେ ସକ୍ଷମ ହୋଇଥିଲା। ମୁମ୍ବାଇ ଇଣ୍ଡିଆନ୍ସର ବିଜୟରେ ନୀତିଶ ରାଣାଙ୍କ ବଡ଼ ଯୋଗ ଅଟେ। କିନ୍ତୁ ଏହା ପରେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ରିଲିଜ କରିଦେଇଥିଲା। ବର୍ଷ ୨୦୧୮ରେ କେକେଆର ତାଙ୍କୁ ନିଜ ଟିମରେ ସାମିଲ କରିଥିଲେ। ସେବେଠାରୁ ସେ ଶାହାରୁଖ ଖାନ ଓ ଜୁହି ଚାୱଲାଙ୍କ ମାଲିକାନା ଟିମ କେକେଆରର ଭାଗ ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *