ଆଇପିଏଲର ପ୍ରଥମ ମୁକାବିଲା ମୁମ୍ବାଇ ଇଣ୍ଡିଆନସ ଓ ଆରସିବି ମଧ୍ୟରେ ୯ ଏପ୍ରିଲକୁ ଚେନ୍ନାଇ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ଟୁର୍ଣ୍ଣାମେଣ୍ଟର ନିୟମ ଅନୁସାରେ, ସମସ୍ତ ଦଳ ଚୂଡାନ୍ତ ଏକାଦଶରେ ସର୍ବାଧିକ ୪ଜଣ ବିଦେଶୀ ଖେଳାଳୀଙ୍କୁ ସ୍ଥାନ ଦେଇପାରିବେ। ଟୁର୍ଣ୍ଣାମେଣ୍ଟର ଇତିହାସରେ କ୍ରିସ୍ ଗେଲ କିରନ ପୋଲାଡ଼,ଡେବିଡ଼ ୱାନର,କେନ ଉଇଲିୟମସନ,ଆଡ଼ମ ଗିଲକ୍ରିଷ୍ଟ ଓ ସେନ ୱାର୍ଣ୍ଣଙ୍କ ଭଳି ଦିଗଜ ବେଦେଶୀ ନିଜ ଜଲୱା ଦେଖାଇଛନ୍ତି। ଏହି ବର୍ଷ ୧୪ତମ ସଂସ୍କରଣରେ ସିଏସକେ ସାମ କରନ ଓ ନିକୋଲାସ ପୁରନଙ୍କ ଭଳି ଯୁବଙ୍କ ସହ ୬ଜଣ ବିଦେଶୀ ଖେଳାଳୀଙ୍କ ଉପରେ ନଜର ରହିବ।

ଭାରତୀୟ କ୍ରିକେଟ ଦଳର ପୂର୍ବ ଓପନର ଓ ପ୍ରସିଦ୍ଧ କମେଣ୍ଟଟେଟର ନିଜ ୟୁଟୁବର ଭିଡିଓରେ ଏହି ମାମଲାରେ ସବୁଠୁ ପ୍ରଥନେ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଡେଭିଡ଼ ୱାନରଙ୍କ ନାମ ନେଲେ। ସେ କହିଲେ,”ୱାନର ଏକ ଦମଦାର ଖେଳାଳୀ ଅଟନ୍ତି। ଯଦିଓ, ସେ ଆରମ୍ଭର ୯ଟି ମୁକାବିଲାରେ ଏପରି ମୈଦାନରେ ଅଛନ୍ତି ଯାହା ତାଙ୍କୁ କମ ପସନ୍ଦ ଅଟେ। ଏହା ପରେ ବି ସେ କୌଣସି ପ୍ରକାରରେ ନିଜ ବଳରେ ଅଷ୍ଟ୍ରେଲିଆ ଖେଳାଳୀ ହେବା ସତ୍ତ୍ୱେ ରନ କରିନିଅନ୍ତି। ଇଏ ପୁଣିଥରେ ୫୦୦ ପାଖାପାଖି ରନ ବନେଇବେ।”ଆକାଶ ଏହା ପରେ ରାସିଦ ଖାନଙ୍କ ନାମ ନେଲେ। ସେ କହିଲେ,”ସନରାଇଜର୍ସ ପାଖରେ ବିଦେଶୀ ଖେଳାଳୀ ଶାନଦାର ଅଛନ୍ତି। ତାଙ୍କର ପାଞ୍ଚଟି ମ୍ୟାଚ ଚେନ୍ନାଇ ଓ ଚାରୋଟି ମ୍ୟାଚ ଦିଲ୍ଲୀରେ ହେବ। ଦୁଇଟି ଜାଗାରେ ସ୍ପିନରଙ୍କୁ ସହଯୋଗ ମିଳେ। ରାଶିଦ ପ୍ରଥମ ୯ଟି ମୁକାବିଲାରେ ହିଁ ଅଧିକରୁ ଅଧିକ ୱିକେଟ ଅକ୍ତିଆର କରିନେବେ।”
ଆକାଶ ଏହାପରେ ଚେନ୍ନାଇ ସୁପର କିଙ୍ଗସର ସାମ କରନଙ୍କୁ ଚଏସ କଲେ। ସେ କହିଲେ,”ସାମ କରନ କୌଣସି ବି ଦଳରେ ଫିଟ ହୋଇପାରନ୍ତି। କରନଙ୍କ ପାଖରେ ତିନୋଟି କ୍ଷମତା ଅଛି ଏବଂ ଏହାର ଫାଇଦା ଧୋନୀ ଉଠାଉଛନ୍ତି। ମୁଁ ବହୁତ ସମୟ ପରେ ଦେଖିଲି କି ଧୋନୀ କେଉଁ ଖେଳାଳୀଙ୍କର ଫ୍ୟାନ ହୋଇଯାଇଛନ୍ତି। କରନଙ୍କ ପାଖରେ ପ୍ରଥମେ ୬ ଓଭର ପାଇଁ ସ୍ୱିଙ୍ଗ ଅଛି। ୟାଙ୍କ ପାଖରେ ସ୍ଲୋଅର ୟର୍କର ଓ କଟର ମଧ୍ୟ ରହିଛି। ଇଏ ତୃତୀୟ ସ୍ଥାନରେ ଖେଳିବା ଛଡା ଓପନିଙ୍ଗ ମଧ୍ୟ କରିପାରନ୍ତି। ନିମ୍ନକ୍ରମରେ ମଧ୍ୟ ଭଲ ରନ କରି ଆପଣଂକୁ ଦେଇପାରିବେ।”

ଆକାଶ ଏହାପରେ ମାର୍କସ ଷ୍ଟୋଇନିସ, ନିକୋଲସ ପୂରନ ଓ ଏବି ଡିଭିଲିୟର୍ସଙ୍କୁ ଚଏସ କଲେ। ସେ କହିଲେ କି ଶ୍ରେୟସ ଅୟରଙ୍କର ନରହିବା ପାଇଁ ଷ୍ଟୋଇନିସଙ୍କ ଉପରେ ବହୁତ ଭାର ରହିବ। ଇଏ ୫ମ ସ୍ଥାନରେ ଖେଳିପାରନ୍ତି। ବୋଲିଂରେ ମଧ୍ୟ ମହତ୍ୱପୂର୍ଣ୍ଣ ଭାଗ ଦେଇପାରନ୍ତି। ଅନ୍ୟପଟେ, ନିକୋଲସ ପୂରନ ଜବରଦସ୍ତ ଟାଲେଣ୍ଟ ଅଟନ୍ତି। ୟାଙ୍କୁ ଖେଳୁଥିବାର ଦେଖିବାକୁ ଭଲ ଲାଗେ। ଫିଲଡିଂ ମଧ୍ୟ ଶାନଦାର କରନ୍ତି। ପଞ୍ଜାବ କିଙ୍ଗସକୁ ଯଦି ଭଲ କରିବାର ଅଛି ତେବେ ପୁରନଙ୍କୁ ଭଲ ଖେଳିବା ଜରୁରୀ ଅଟେ।ଏମାନଙ୍କ ଛଡା ଏବି ଡିଭିଲିୟର୍ସ ଏପରି କାମ କରନ୍ତି ଯାହା କାହାକୁ ବି ଲାଗିନଥାଏ କି ଏହା ହୋଇପାରେ। ଡିଭିଲିୟର୍ସଙ୍କ ପାଇଁ ଆରସିବିକୁ ଏକ କଥା କହିବାର ଅଛି କି ୟାଙ୍କୁ ସ୍ପିନରଙ୍କ ଠାରୁ ବଞ୍ଚାଇବା ପାଇଁ ନିମ୍ନକ୍ରମରେ ରଖନ୍ତୁ ନାହିଁ। ଇଏ କେଉଁଠାରେ ମଧ୍ୟ ନିଜର ଖେଳର ଜଲୱା ଦେଖେଇପାରିବେ।”

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।