ଟିମ ଇଣ୍ଡିଆର ଓପନର ପୃଥୀ ସ୍ୱ ଓ ବାମ ହାତୀ ଦ୍ରୁତ ବୋଲର ଅର୍ଜୁନ ତେନ୍ଦୁଲକରଙ୍କୁ ବିଜୟ ହଜାରେ ଟ୍ରଫି ପାଇଁ ମୁମ୍ବାଇର ୧୦୪ ସମ୍ଭାବିତ ଖେଳାଳି ମାନଙ୍କ ଭିତରେ ସାମିଲ କରାଯାଇଛି। ମୁମ୍ବାଇ କ୍ରିକେଟ ଏମସିଏ ଏହି ଖେଳାଳି ମାନଙ୍କ ଲିଷ୍ଟ ନିଜ ୱେବସାଇଟରେ ଘୋଷଣା କରିଛନ୍ତି।

ମହାନ ବ୍ୟାଟ୍ସମ୍ୟାନ ସଚିନ ଟେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଅଳ୍ପ ଦିନ ତଳେ ସୈଦ ମୁସ୍ତାକ ଅଲ୍ଲୀ ଟ୍ରଫି ରେ ହରିଆଣାର ସିନିୟର ଟିମରେ ଡେଭ୍ୟୁ କରିବାର ନଜର ଆସିଥିଲେ। ଏହି ୨୧ ବର୍ଷୀୟ ବୋଲର ପୂର୍ଵରୁ ଭାରତୀୟ ଵୋଲରଙ୍କୁ ନେଟରେ ଵୋଲିଙ୍ଗ କରିସାରିଛନ୍ତି।
ପୃଥୀ ସ୍ୱ ଅଷ୍ଟ୍ରେଲିଆରେ ୨-୧ରେ ସିରିଜ ଜିତିଥିବା ଭାରତୀୟ ଟିମର ଅଂଶ ଥିଲେ। ସେ କେବଳ ପ୍ରଥମ ଏଡିଲେଡ଼ ଟେଷ୍ଟରେ ଖେଳିଥିଲେ ଯେଉଁ ଟେଷ୍ଟ ଟିକୁ ଅଷ୍ଟ୍ରେଲିଆ ୮ ୱିକେଟରେ ଜିତିଥିଲା ଓ ଅଷ୍ଟ୍ରେଲିଆ ବୋଲର ଭୟାନକ ଵୋଲିଙ୍ଗ କରିଥିଲେ।

ଅର୍ଜୁନ ଓ ପୃଥୀଙ୍କ ଛଡା, ଶ୍ରେୟସ ଆୟର, ଅଲରାଉଣ୍ଡର ଶିବମ ଦୁବେ, ସୂର୍ଯ୍ୟକୁମାର ଯାଦବ, ଆଦିତ୍ୟ ତାରେ, ସିଡ୍ବେସ ଲାଡ଼, ନୂଆ ଓପନର ଯସସ୍ୱୀ ଜୟସପାୱାଲ, ସରଫରାଜ ଖାନ, ଅରମାନ ଜାଫରଙ୍କୁ ଟିମରେ ଅନ୍ତର୍ଭୁକ୍ତ କରାଯାଇଛି।
ଅନୁଭବୀ ଦ୍ରୁତ ବୋଲର ଧାୱନ କୁଲକର୍ଣ୍ଣି ଙ୍କୁ ମଧ୍ୟ ୧ ଫେବୁଆରୀକୁ ଲାଗିବାକୁ ଥିବା କ୍ୟାମ୍ପରେ ସାମିଲ କରାଯାଇଛି। ବିସିସିଆଇ ଏହି ସିଜନରେ ରଣଜୀ ଟ୍ରଫିର ଆୟୋଜକୁ ନକରିବା ପାଇଁ ଫଇସଲା କରିଛନ୍ତି କିନ୍ତୁ ବିଜୟ ହଜାରେ ଟ୍ରଫିର ଆୟୋଜନ କରାଯିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।