ରବିବାର ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୫୧ ରନରେ ପରାସ୍ତ କରିଛି । ଭାରତୀୟ ଦଳ ଏକଦିବସୀୟ ସିରିଜକୁ ହରାଇଛି ।
IND vs AUS: ରବିବାର ଦିନ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ (ଏସସିଜି) ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ଭାରତକୁ ୫୧ ରନରେ ପରାସ୍ତ କରିଛି । ଏହା ସହ ଅଷ୍ଟ୍ରେଲିଆ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି ଏବଂ ଭାରତୀୟ ଦଳ ODI ସିରିଜ୍ ହରାଇଛି । ଆକର୍ଷଣୀୟ ବ୍ୟାଟିଂ ପାଇଁ ଷ୍ଟିଭ ସ୍ମିଥଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପ୍ରଦାନ କରାଯାଇଛି ।

ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ଚାରିଟି ୱିକେଟ୍ ହରାଇ ଅଷ୍ଟ୍ରେଲିଆ ୩୮୯ ରନ୍ ସଂଗ୍ରହ କରିଥିଲା । ୩୯୦ ରନର ଏକ ବଡ ଲକ୍ଷ୍ୟକୁ ପଛରେ ପକାଇ ଭାରତୀୟ ଦଳ ୫୦ ଓଭରରେ ୯ ୱିକେଟ୍ ହରାଇ ୩୩୮ ରନ୍ କରିପାରିଥିଲା । ଭାରତ ପାଇଁ କ୍ୟାପଟେନ ବିରାଟ କୋହଲି ୮୭ ବଲରୁ ୮୯ ରନ୍ ସଂଗ୍ରହ କରିଥିଲେ । ଏହି ଇନିଂସରେ କୋହଲି ୭ ଚୌକା ଓ ୨ ଛକା ମାରିଥିଲେ । ଏହା ବ୍ୟତୀତ ଲୋକେଶ ରାହୁଲ ୭୬ ରନ୍ ସଂଗ୍ରହ କରିଥିଲେ । ସେ ୪ ଚୌକା ଓ ୫ ଛକା ମାରିଥିଲେ । ତେବେ ସେ ଭାରତକୁ ଜିତାଇ ପାରିନଥିଲେ ।
ଅଷ୍ଟ୍ରେଲିଆ ପାଇଁ ପ୍ୟାଟ୍ କମିନ୍ସ ୩, ଆଡାମ ଜାମ୍ପା ଏବଂ ଜୋଶ ହାଜଲେଉଡ୍ ୨ ଟି ଲେଖାଁଏ ୱିକେଟ୍ ନେଇଥିଲେ । ହେନ୍ରିକ୍ସ ଏବଂ ମ୍ୟାକ୍ସୱେଲ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ।
ୱାର୍ଣ୍ଣର ୭୭ ବଲରୁ ୮୩ ରନ୍ ସଂଗ୍ରହ କରିଥିଲେ । ଫିଞ୍ଚ ୬୦ ରନ୍ ସଂଗ୍ରହ କରିଥିଲେ । ଏହି ସିରିଜରେ ଷ୍ଟିଭ୍ ସ୍ମିଥ୍ କ୍ରମାଗତ ଦ୍ୱିତୀୟ ଶତକ ସ୍କୋର କରିଥିଲେ । ସ୍ମିଥ୍ ୬୪ ବଲରୁ ୧୦୪ ରନ୍ କରିଥିଲେ । ସ୍ମିଥ ତାଙ୍କ ଇନିଂସରେ ୧୪ ଚୌକା ଓ ୨ ଟି ଛକା ମାରିଥିଲେ । ମାର୍ନସ୍ ଲାବୁଶାଇନ୍ ୬୧ ବଲରୁ ୭୦ ରନ୍ ସଂଗ୍ରହ କରିଥିଲେ । ଶେଷ ମୁହୂର୍ତ୍ତରେ ୨୯ ବଲରୁ ୬୩ ରନ୍ ସ୍କୋର କରି ଗ୍ଲେନ୍ ମ୍ୟାକ୍ସୱେଲ ଅପରାଜିତ ଫେରିଥିଲେ । ସେ ଭାରତୀୟ ବୋଲରଙ୍କୁ କଠୋର ଭାବରେ ପ୍ରହାର କରିଥିଲେ । ଭାରତ ପାଇଁ ମହମ୍ମଦ ଶାମି, ଜସପ୍ରୀତ ବୁମ୍ରା, ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ଭାରତୀୟ ଏକାଦଶ: ଶିଖର ଧାୱନ, ମାୟାନକ ଅଗ୍ରୱାଲ, ବିରାଟ କୋହଲି (ଅଧିନାୟକ), ଶ୍ରେୟସ୍ ଆୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, ନବଦୀପ ସାଇନି, ୟୁଜବେନ୍ଦ୍ର ଚହଲ ଏବଂ ଜସପ୍ରୀତ ବୁମ୍ରା
ଅଷ୍ଟ୍ରେଲିଆ ଏକାଦଶ: ଆରୋନ ଫିଞ୍ଚ (ଅଧିନାୟକ), ଡେଭିଡ ୱାର୍ନର, ଷ୍ଟିଭ ସ୍ମିଥ, ମାର୍ନୁସ ଲାବୁଶାନେ, ଆଲେକ୍ସ କେରି (ୱିକେଟ୍ କିପର), ହେନ୍ରିକ୍ସ, ଗ୍ଲେନ ମ୍ୟାକ୍ସୱେଲ, ପ୍ୟାଟ କମିନ୍ସ, ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା ଏବଂ ଜୋଶ ହାଜଲେଉଡ

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।