IND vs AUS: ଅଷ୍ଟ୍ରେଲିଆ ବିପକ୍ଷରେ ଧମାଲ କରିପାରନ୍ତି ଅଶ୍ୱିନୀ! ଅଛି ଜବରଦସ୍ତ ରେକର୍ଡ, ଜାଣନ୍ତୁ ସମ୍ପୂର୍ଣ୍ଣ

ବ୍ୟୁରୋ ରିପୋର୍ଟ: ଆଗାମୀ ଫେବୃୟାରୀ ୯ ତାରିଖରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମୁକାବିଲା ନାଗପୁରରେ ଖେଳାଯିବାର ଅଛି। ଏହାକୁ ନେଇ ଉଭୟ ଦଳ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏହି ମ୍ୟାଚ ଆଗାମୀ ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ତେଣୁ ଉଭୟ ଦେଶ ଏହି ସିରିଜ ଜିତିବା ଚେଷ୍ଟା କରିବେ। ଅଷ୍ଟ୍ରେଲିଆ ଦଳର ବ୍ୟାଟ୍ସମ୍ୟାନ୍ ଭାରତୀୟ ସ୍ପିନରମାନଙ୍କୁ ନେଇ ଚିନ୍ତାରେ।

ଅଷ୍ଟ୍ରେଲିଆ ଦଳ ଭାରତର ମହେଶ ପାଥିୟାଙ୍କୁ ନେଟ ବୋଲର ହିସାବରେ ନିଜ ଦଳରେ ସାମିଲ କରିଛି। ମହେଶ ସଂପୂର୍ଣ୍ଣ ଭାବରେ ରବିଚନ୍ଦ୍ରନ ଅଶ୍ୱିନୀଙ୍କ ଭଳି କିଛି ଭାବରେ ବୋଲିଂ କରି ଥାଆନ୍ତି। ତାଙ୍କ ଅକ୍ସନ, ତାଙ୍କ ଷ୍ଟାଇଲ ସମ୍ପୂର୍ଣ୍ଣ ଭାବରେ ଅଶ୍ୱିନୀଙ୍କ ସହିତ ମେଳ ଖାଇଥାଏ। ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ତାଙ୍କ ସହାୟତାରେ ନେଟରେ କଠିନ ପରିଶ୍ରମ କରି ଅଭ୍ୟାସ କରୁଛନ୍ତି। ରବିଚନ୍ଦ୍ରନ ଅଶ୍ୱିନୀଙ୍କ ପୂର୍ଵ ରେକର୍ଡ ଏପରି ରହିଛି ଯେ, ତାଙ୍କୁ ନେଇ ଅଷ୍ଟ୍ରେଲିଆ ଦଳ ବର୍ତ୍ତମାନ ଭୟରେ।

ରବିଚନ୍ଦ୍ରନ ଅଶ୍ୱିନୀ ଭାରତ ପାଇଁ ଲିଷ୍ଟ ଟେଷ୍ଟ କ୍ରିକେଟରେ ଦ୍ଵିତୀୟ ସଫଳ ବୋଲର ଅଟନ୍ତି। ସେ ୮୮ ଟି ଟେଷ୍ଟ ମ୍ୟାଚରେ ୪୪୯ ଟି ୱିକେଟ ନେଇ ସାରିଥିବ ବେଳେ ୩୦ ଥର ୫ ଟି ୱିକେଟ ନେଇ ସାରିଛନ୍ତି ଏବଂ ୭ ଥର ୧୦ ଟି ୱିକେଟ ନେବାର କାରନାମା ମଧ୍ୟ କରି ସାରିଛନ୍ତି। ଅଶ୍ୱିନୀ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୮ ଟି ଟେଷ୍ଟ ମ୍ୟାଚରେ ୮୯ ଟି ୱିକେଟ ନେଇ ସାରିଛନ୍ତି। ନିଜ କ୍ୟାରିଅରରେ ସେ ସବୁଠାରୁ ଅଧିକ ୱିକେଟ ଅଷ୍ଟ୍ରେଲିଆ ବିପକ୍ଷରେ ନେଇଛନ୍ତି।

ଘରୋଇ ପିଚରେ ରବିଚନ୍ଦ୍ରନ ଅଶ୍ୱିନୀଙ୍କ ରେକର୍ଡ ମଧ୍ୟ ଭଲ ରହିଛି। ସେ ୫୧ ଟି ଟେଷ୍ଟ ମ୍ୟାଚରେ ୩୧୨ ଟି ୱିକେଟ ନେଇଛନ୍ତି। କେବଳ ବର୍ଡର-ଗାଭାସ୍କର ଟ୍ରଫିରେ ୧୮ ଟି ମ୍ୟାଚରେ ୮୯ ଟି ୱିକେଟ ନେଇଥିବା ବେଳେ ଏଥିମଧ୍ୟରୁ ୫୦ ଟି ୱିକେଟ କେବଳ ଭାରତୀୟ ମାଟିରେ ଆସିଛି। ଅଶ୍ୱିନୀ ଅଷ୍ଟ୍ରେଲିଆ ଦଳର ମୁଖ୍ୟ ବ୍ୟାଟ୍ସମ୍ୟାନ୍ ଡେଭିଡ ୱାରନରଙ୍କୁ ୧୦ ଥର ଏବଂ ଷ୍ଟିଭ ସ୍ମିଥଙ୍କୁ ୬ ଥର ଆଉଟ କରି ସାରିଛନ୍ତି। ସେଥିପାଇଁ ଭାରତୀୟ ଦଳ ଅଶ୍ୱିନୀଙ୍କ ଉପରେ ନିର୍ଭରଶୀଳ।

Leave a Reply

Your email address will not be published. Required fields are marked *