ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ସହିତ ମିଶି ଇଂଲଣ୍ଡ ଓ ବିଲ୍ସ କ୍ରିକେଟ ବୋର୍ଡ ଗୁରୁବାରକୁ ଇଂଲଣ୍ଡ ଟିମର ଭାରତ ଗ୍ରସ୍ତର ଘୋଷଣା କରିଦେଇଛନ୍ତି। ଭାରତ ଓ ଇଂଲଣ୍ଡ ମଝିରେ ଏହି ପ୍ରତିଷ୍ଠିତ ସିରିଜ ପ୍ରଥମେ ଚାରୋଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ମ୍ୟାଚରୁ ଆରମ୍ଭ ହେବ।

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ସହିତ ମିଶି ଇଂଲଣ୍ଡ ଓ ବିଲ୍ସ କ୍ରିକେଟ ବୋର୍ଡ ଗୁରୁବାରକୁ ଇଂଲଣ୍ଡ ଟିମର ଭାରତ ଗ୍ରସ୍ତର ଘୋଷଣା କରିଦେଇଛନ୍ତି। ଭାରତ ଓ ଇଂଲଣ୍ଡ ମଝିରେ ଏହି ପ୍ରତିଷ୍ଠିତ ସିରିଜ ପ୍ରଥମେ ଚାରୋଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ମ୍ୟାଚରୁ ଆରମ୍ଭ ହେବ। ଚାରି ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ସିରିଜର ନାମ ଏଥନି ଡି ମିଲୋ ଅଟେ। ଯାହାର ପ୍ରଥମ ମ୍ୟାଚ ଚେନ୍ନାଇରେ ୫ ଫେବୃଆରୀରେ ଖେଳାଯିବ।ପ୍ରଥମ ଟେଷ୍ଟ ସହିତ ଦ୍ୱିତୀୟ ଟେଷ୍ଟ ମଧ୍ୟ ଚେନ୍ନାଇରେ ଖେଳାଯିବ। ଶେଷ ଦୁଇଟି ଟେଷ୍ଟ ଅହମ୍ମଦାବାଦର ନୂଆ ନିର୍ମିତ ଷ୍ଟାଡିଅମ ସରଦାର ବଲଭ ଭାଇ ପଟେଲ ମୋଟେରା ଷ୍ଟାଡିୟମରେ ଅନୁଷ୍ଠିତ ହେବ।
ମୋଟେରା ଷ୍ଟାଡିୟମ ଦୁନିଆର ସବୁଠୁ ବଡ଼ କ୍ରିକେଟ ଷ୍ଟାଡିୟମ ଅଟେ। ଯେଉଁଠାରେ ୧୧୦,୦୦୦ ଦର୍ଶକ ବସିବାର ବ୍ୟବସ୍ଥା ଅଛି। ଭାରତରେ ଦ୍ୱିତୀୟ ଡେ ନାଇଟ ଟେଷ୍ଟ ମ୍ୟାଚ ମୋଟେରାରେ ଆୟୋଜନ ହେବ। ଏହା ପୂର୍ବରୁ ୨୦୧୯ରେ ଭାରତ ଓ ବଙ୍ଗଳାଦେଶ ମଧ୍ୟରେ କଲିକତାର ଇଡେନ ଗାର୍ଡେନ ଷ୍ଟାଡିଅମରେ ପ୍ରଥମ ଡେ ନାଇଟ ଟେଷ୍ଟ ମ୍ୟାଚ ଖେଳାଯାଇଥିଲା।
ଅହମ୍ମଦାବାଦର ଏହି ଷ୍ଟାଡ଼ିୟମରେ ୨୪ ଫେବୃଆରୀରୁ ତୃତୀୟ ଟେଷ୍ଟ ମ୍ୟାଚର ଆୟୋଜନ କରାଯିବ। ଟେଷ୍ଟ ସିରିଜ ପରେ ଦୁଇ ଦେଶ ମଧ୍ୟରେ ୫ ଟି ଟି-୨୦ ମ୍ୟାଚ ବିଶିଷ୍ଟ ସିରିଜ ଅନୁଷ୍ଠିତ ହେବ। ଭାରତ ଓ ଇଂଲଣ୍ଡ ମଝିରେ ଟି-୨୦ ସିରିଜ ମଧ୍ୟ ଏହି ମୋଟେରା ଷ୍ଟାଡ଼ିୟମରେ ଖେଳାଯିବ।
ଏହା ପରେ ତିନୋଟି ଏକଦିବସିୟ ମ୍ୟାଚ ମଧ୍ୟ ଖେଳାଯିବ।ଯାହାକୁ ପୁନେରେ ଖେଳାଯିବ। ବିସିସିଆଇ କରୋନା ମହାମାରି ପାଇଁ କେବଳ ୩ଟି ସ୍ଥାନ ରଖିଛନ୍ତି। ବିସିସିଆଇ ସଚିବ ଜୟ ସାହା କହିଛନ୍ତି,”ବିସିସିଆଇ ଦୁଇ ଦେଶର ଟିମର ଖେଳାଳୀମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ପ୍ରାଥମିକ ଦେଉଛନ୍ତି ଓ ଏହା ସୁନିଶ୍ଚିତ କରୁଛନ୍ତି ସେମାନେ ବିସିସିଆଇ ଓ ଇସିବିର ମେଡ଼ିକାଲ ଟିମ ଦ୍ଵାରା ସହମତି ସବୁ ପ୍ରୋଟକଲର ପାଳନ କରିବେ”।

ଜୟ ସାହା କହିଛନ୍ତି,”ଦୁଇଟି ଯାକ ବୋର୍ଡ ବିଶ୍ୱ କ୍ରିକେଟର ଦୁଇଟି ଶକ୍ତିଶାଳୀ ଟିମ ମଧ୍ୟରେ ସିରିଜ ପାଇଁ ମିସିକରି କାମ କରିଛନ୍ତି”। ଇଂଲଣ୍ଡ ଓ ବିଲ୍ସ କ୍ରିକେଟ ବୋର୍ଡର ମୁଖ୍ୟ କାଯ୍ୟକାରୀ ଅଧିକାରୀ ଟମ ହୈରିସନ କହିଛନ୍ତି,”ବିସିସିଆଇ ତିନୋଟି ଯାକ ସ୍ଥାନ ଚେନ୍ନାଇ ,ଅହମ୍ମଦାବାଦ ଓ ପୁନେ ରେ ସୁରକ୍ଷିତ ଅବସ୍ଥାରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ କରିବା ପାଇଁ ଯୋଜନା କରିଛନ୍ତି ଯାହା ପାଇଁ ଆମେ ପ୍ରସନ୍ନ ଅଛୁ”।
ସେ କହିଛନ୍ତି,”ଅହମ୍ମଦାବାଦର ସୁନ୍ଦର ସରଦାର ପଟେଲ ଷ୍ଟାଡିୟମରେ ଖେଳିବାବାଲା ପ୍ରଥମ ଅନ୍ତରାଷ୍ଟ୍ରୀୟ ଟିମ ହେବାର ସଂଭାବନା ପାଇଁ ଆଉ ଏକ ରେକର୍ଡ ଯୋଡି ହୋଇଯିବ। ମୁଁ ଜାଣିଛି ଏପରି କିଛି ହେବ ଯାହା ଖେଳାଳୀମାନେ ଓ ପ୍ରବନ୍ଧକ ଦୁହିଁଙ୍କ ପାଇଁ ଆକସ୍ମିକ ହେବ”।ବିସିସିଆଇର ଏକ ସୂତ୍ର ଚେନ୍ନାଇ ଓ ପୁନେ ବଛାଯିବା ବିଷୟରେ କହିଛି । “ସେ କହିଛନ୍ତି ଆମ ରୋଟେସନ ନୀତି ଅନୁସାରେ ଚେନ୍ନାଇ ଓ ପୁନେ କୁ ବହୁତ ସମୟ ପୂର୍ବରୁ ଅନ୍ତରାଷ୍ଟ୍ରୀୟ ମ୍ୟାଚ କରାଇବାର ଥିଲା। ଏହି ସିରିଜ ସହିତ ତାଙ୍କୁ ଏକ ଲମ୍ବା ମ୍ୟାଚର ଆୟୋଜନ କରିବାକୁ ମୌକା ମିଳିବ”। ସେ କହିଛନ୍ତି କି ,”ବିସିସିଆଇର ସଞ୍ଚାଳନ ଟିମ ବହୁତ ବିଚାର କରିବା ପରେ ପାଇଲା କି ଏହି ତିନୋଟି ସ୍ଥାନ ଖେଳାଳୀ ମାନଙ୍କ ପାଇଁ ବାୟୋ ବବୁଲ କରିବା ପାଇଁ ସଠିକ ସ୍ଥାନ”।
ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚର ପୁରା ଲିଷ୍ଟ:-
ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଟେଷ୍ଟ ମ୍ୟାଚ ସିରିଜ:-
୫-୯ ଫେବୃଆରୀ ୨୦୨୧ -ପ୍ରଥମ ଟେଷ୍ଟ- ଚେନ୍ନାଇ
୧୩-୧୭ ଫେବୃଆରୀ ୨୦୨୧-ଦ୍ୱିତୀୟ ଟେଷ୍ଟ -ଚେନ୍ନାଇ
୨୪-୨୮ ଫେବୃଆରୀ ୨୦୨୧- ତୃତୀୟ ଟେଷ୍ଟ(ଡେ ନାଇଟ)-ଅହମ୍ମଦାବାଦ
୪-୮ ମାର୍ଚ୍ଚ ୨୦୨୧- ଚତ୍ରୁର୍ଥ ଟେଷ୍ଟ- ଅହମ୍ମଦାବାଦ

ଭାରତ ଓ ଇଂଲଣ୍ଡ ଟି-୨୦ ମ୍ୟାଚ ସିରିଜ:-
୧୨ ମାର୍ଚ୍ଚ ୧ମ ଟି-୨୦-ଅହମ୍ମଦାବାଦ
୧୪ ମାର୍ଚ୍ଚ ୨ୟ ଟି-୨୦-ଅହମ୍ମଦାବାଦ
୧୬ ମାର୍ଚ୍ଚ ୩ୟ ଟି-୨୦-ଅହମ୍ମଦାବାଦ
୧୮ ମାର୍ଚ୍ଚ ୪ଥ ଟି-୨୦-ଅହମ୍ମଦାବାଦ
୨୦ ମାର୍ଚ୍ଚ ୫ମ ଟି-୨୦-ଅହମ୍ମଦାବାଦ

ଭାରତ ଓ ଇଂଲଣ୍ଡ ଏକଦିବସିୟ ସିରିଜ:-
୨୩ ମାର୍ଚ୍ଚ ୧ମ ଏକଦିବସିୟ-ପୁନେ
୨୬ ମାର୍ଚ୍ଚ ୨ୟ ଏକଦିବସିୟ-ପୁନେ
୨୮ ମାର୍ଚ୍ଚ ୩ୟ ଏକଦିବସିୟ-ପୁନେ
ଏହା ଥିଲା ଭାରତ ବନାମ ଇଂଲଣ୍ଡ ଗ୍ରସ୍ତର ସମ୍ପୂର୍ଣ୍ଣ ରୂପରେ ବିବରଣୀ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।