IND vs ENG: ୧୧ ଦିନରେ ୬ ଟି ମ୍ୟାଚ ଖେଳିବ ଭାରତୀୟ ଟିମ! ରୋହିତ ଶର୍ମା ଫେରିବେ ଟିମକୁ,ଦେଖନ୍ତୁ ପୁରା ସିଡ୍ୟୁଲ

ବ୍ୟୁରୋ ରିପୋର୍ଟ: ଭାରତୀୟ ଟିମ ଇଂଲଣ୍ଡ ଗ୍ରସ୍ତରେ ଭଲ ଆରମ୍ଭ ପରେ ମଧ୍ୟ ଟେଷ୍ଟ ମ୍ୟାଚ ହାରିଗଲା। ଏଜବେଷ୍ଟନରେ ଖେଳାଯାଇଥିବା ଏହି ଟେଷ୍ଟ ମ୍ୟାଚରେ ଭାରତୀୟ ଟିମ ବିଜୟର ଅତି ପାଖକୁ ଯାଇ ମ୍ୟାଚ ହାରିଯାଇଛି। ଏହି କାରଣରୁ ଭାରତୀୟ ଫ୍ୟାନ୍ସ ବହୁତ ନିରାଶ ହେଲେ। କିନ୍ତୁ ଭାରତୀୟ ଟିମ ପାଖରେ ଏବେ ଇଂଲଣ୍ଡ ଠୁ ପ୍ରତିଶୋଧ ନେବାର ପୁରା ମୌକା ଅଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଏବେ ଟି-୨୦ ଓ ଏକଦିବସିୟ ସିରିଜ ଖେଳାଯିବାର ଅଛି ଯାହାର ଆରମ୍ଭ ୭ ଜୁଲାଇରୁ ଟି-୨୦ ସିରିଜରୁ ହେବାର ଅଛି।

Google

ରୋହିତ ଶର୍ମା ଏହି ଟି-୨୦ ଓ ଏକଦିବସିୟ ସିରିଜ ଦ୍ଵାରା ଟିମକୁ ଫେରିବେ। ରୋହିତ ପାଖାପାଖି ୧୧୨ ଦିନ ପରେ ଭାରତୀୟ ଟିମରେ ଖେଳିବେ। ସେ ଭାରତ ପାଇଁ ପୂର୍ଵ ମ୍ୟାଚ ୧୪ ମାର୍ଚ୍ଚକୁ ଖେଳିଥିଲେ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ଟି-୨୦ ଓ ଏକଦିବସିୟର ୬ ଟି ମ୍ୟାଚ ଖେଳାଯିବାର ଅଛି। ଏହି ମ୍ୟାଚ ୭ ଜୁଲାଇରୁ ୧୭ ଜୁଲାଇ ମଧ୍ୟରେ ଖେଳାଯିବାର ଅଛି। ମାନେ ଦୁଇ ଟିମ ଆଗାମୀ ୧୧ ଦିନରେ ୬ ଟି ମ୍ୟାଚ ଖେଳିବାର ଅଛି। ପ୍ରଥମ ଟି-୨୦ ମ୍ୟାଚ ସାଉଥମପଟନରେ ଖେଳାଯିବାର ଅଛି। ଏହା ଡେ ନାଇଟ ମ୍ୟାଚ ହେବ, ଯାହା ରାତି ୧୦.୩୦ (ଭାରତୀୟ ସମୟ)ରେ ଆରମ୍ଭ ହେବ।

ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ୯ ଜୁଲାଇକୁ ବର୍ମୀଂହମରେ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭ ଟାରୁ ଆରମ୍ଭ ହେବାର ଅଛି। ତୃତୀୟ ଟି-୨୦ ୧୦ ଜୁଲାଇକୁ ନୋଟିଘଂମରେ ସେଇ ସନ୍ଧ୍ୟା ୭ ଟାରେ ଆରମ୍ଭ ହେବର ଅଭି।

Google

ଏହା ପରେ ଦୁଇ ଟିମ ମଧ୍ୟରେ ଏକଦିବସିୟ ସିରିଜ ଖେଳାଯିବ। ଏକଦିବସିୟ ସିରିଜର ମ୍ୟାଚ ୧୨,୧୪ ଓ ୧୭ ଜୁଲାଇକୁ ହେବ। ପ୍ରଥମ ଦୁଇଟି ଏକଦିବସିୟ ଡେ ନାଇଟ ହେବ ଯାହା ସଂନ୍ଦ୍ୟା ୫.୩୦(ଭାରତୀୟ ସମୟ) ରେ ଆରମ୍ଭ ହେବ। ତୃତୀୟ ଏକଦିବସିୟ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩.୩୦ ରେ ଆରମ୍ଭ ହେବାର ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.