IND vs ENG: ଇଂଲଣ୍ଡ ସିରିଜ ପାଇଁ ଭାରତ ପ୍ରସ୍ତୁତ! ଲଣ୍ଡନ ପଂହଁଚିଲେ କୋହଲି, ବୁମରା ଓ ଜାଡେଜା! ଦେଖନ୍ତୁ ଫଟୋ

ବ୍ୟୁରୋ ରିପୋର୍ଟ: ଭାରତୀୟ କ୍ରିକେଟ ଟିମର କିଛି ଖେଳାଳି ଆଗାମୀ ସିରିଜ ପାଇଁ ଲଣ୍ଡନ ପହଁଚିଯାଇଛନ୍ତି। ଏଥିରେ ପୂର୍ଵ ଅଧିନାୟକ ବିରାଟ କୋହଲି, ବୋଲର ଯଶପ୍ରୀତ ବୁମରା ଓ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ସାମିଲ ଅଛନ୍ତି। ଏବେ ପର୍ଯ୍ୟନ୍ତ ଅଧିନାୟକ ରୋହିତ ଶର୍ମା ପହଁଚିନାହଁନ୍ତି ଓ ସେ ଆଜି ଶୁକ୍ରବାରକୁ ବାହାରିବେ। ଭାରତୀୟ ଟିମ ଗୁରୁବାର ଦିନ ଲଣ୍ଡନ ପାଇଁ ବାହାରିଥିଲେ ଓ ଆଜି ପହଁଚିଯାଇଛନ୍ତି।

Google

ଲଣ୍ଡନ ଯାଇଥିବା ଅନ୍ୟ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଅଫ ସ୍ପିନର ଆର ଅଶ୍ୱିନୀ,ପେସର ମହମ୍ମଦ ସାମୀ,ମହମ୍ମଦ ସିରାଜ,ସାରଦୁଲ ଠାକୁର, ପ୍ରସିଦ୍ଧ କ୍ରିଷ୍ଣା, ଅନୁଭବୀ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା, ହନୁମା ବିହାରୀ ଓ ୱିକେଟ କିପର କେ ଏସ ଭରତ ସାମିଲ ଅଛନ୍ତି।ଭାରତର ମୁଖ୍ୟ କୋଚ ରାହୁଲ ଦ୍ରାଭିଡ ରବିବାରକୁ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଟି-୨୦ ସିରିଜ ସରିବା ପରେ ଲଣ୍ଡନରେ ଭାରତୀୟ ଟିମ ସହ ସାମିଲ ହେବେ।

Google

ରୋହିତ ଶର୍ମା ବ୍ୟକ୍ତିଗତ କାରଣରୁ ଗୁରୁବାରକୁ ଟିମ ସହିତ ଯାଇପାରିନଥିଲେ। ଇନସାଇଡ଼ ସ୍ପୋର୍ଟର ଏକ ରିପୋର୍ଟ ଅନୁସାରେ ସେ ଶୁକ୍ରବାରକୁ ଲଣ୍ଡନ ପାଇଁ ବାହାରିବେ। ଭାରତ ୧ ଜୁଲାଇରେ ଏଜବେଷ୍ଟନରେ ଗୋଟେ ଟେଷ୍ଟ ଖେଳିବ। ଏହି ଟେଷ୍ଟ ପୂର୍ଵ ବର୍ଷ କରୋନା ସମୟରେ ବାକିଥିବା ଟେଷ୍ଟ ସିରିଜର ମ୍ୟାଚ ଅଟେ। ଏହା ପରେ ଦୁଇ ଟିମ ମଧ୍ୟରେ ୩-୩ ଟି ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜ ଓ ଟି-୨୦ ସିରିଜ ଖେଳାଯିବାର ଅଛି।

ଟିମ ଇଣ୍ଡିଆ ଲଣ୍ଡନ ଗ୍ରସ୍ତ ପାଇଁ ପୁରା ପ୍ରସ୍ତୁତ ଅଛି।ଏଥର ଚାଟାର୍ଡ ଫ୍ଲାଇଟ ନଥିଲା ସେଥିପାଇଁ ସବୁ ଖେଳାଳିଙ୍କର କୋଭିଡ ଟେଷ୍ଟ କରାଯାଇଥିଲା। ଲଣ୍ଡନ ପହଁଞ୍ଚିବା ପରେ ଟିମ ଲିସେଷ୍ଟର ଯିବ ଯେଉଁଠି ଅଭ୍ୟାସ ମ୍ୟାଚ ପୂର୍ବରୁ ଏକ ଛୋଟ କ୍ୟାମ୍ପ ହେବାର ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *