ଇଂଲଣ୍ଡ ବିପକ୍ଷରେ ରବୀନ୍ଦ୍ର ଜାଡେଜା ଲଗାଇଛନ୍ତି ପ୍ରଥମ ଶତକ। ସେ ଇଂଲଣ୍ଡ ବିପକ୍ଷରେ ୧୮୩ ବଲରେ ହାସଲ କଲେ ଶତକ। ୯୮ ରନରେ ୫ ୱିକେଟ ଯିବା ପରେ ବି ଭାରତୀୟ ଦଳ ୮୪.୫ ଓଭରରେ ୪୧୬ ରନରେ ଅଲଆଉଟ ହୋଇଯାଇଛି। ପନ୍ତଙ୍କ ପରେ ଜାଡେଜା ଲଗାଇଛନ୍ତି ଶତକ।

୧୦୪ ବନାଇ ଜେମ୍ସ ଆଣ୍ଡରସନଙ୍କ ବଲରେ ଆଉଟ ହୋଇଥିଲେ ରବୀନ୍ଦ୍ର ଜାଡେଜା। ବୁମରା ୩୧ କରି ନଟ ଆଉଟ ଥିବା ବେଳେ ଋଷଭ ପନ୍ତ ୧୪୬ ରନ ବନାଇଥିଲେ। ଭାରତୀୟ ଦଳ ସିରିଜରେ ୨-୧ ରେ ଅଛି ଆଗୁଆ। ଏହି ମ୍ୟାଚରେ କ୍ୟାପଟେନସି କରୁଛନ୍ତି ଯଶପ୍ରୀତ ବୁମରା। ବିରାଟଙ୍କ ନେତୃତ୍ୱରେ ଭାରତୀୟ ଦଳ ୨-୧ ରେ ହୋଇଥିଲା ଆଗୁଆ।
ରବୀନ୍ଦ୍ର ଜାଡେଜା ଘର ବାହାରେ ଏହା ପ୍ରଥମ ଶତକ ଅଟେ। ଏହା ପୂର୍ବରୁ ସେ ୨ ଶତକ ଘରେ ହିଁ ଲଗାଇଥିଲେ। ଏହି ମୁକାବିଲା ପୂର୍ବରୁ ଏଜବେଷ୍ଟନରେ ଭାରତ ପକ୍ଷରୁ ସଚିନ ଏବଂ ବିରାଟ ଲଗାଇଥିଲେ ଶତକ। ହେଲେ ଏହି ମ୍ୟାଚରେ ଶତକ ଲଗାଥିଲେ ପନ୍ତ ଏବଂ ଜାଡେଜା। ପନ୍ତ ଶତକ ୮୯ ବଲରେ କରିଥିଲେ ପୁରା।
What a hundred by Sir Jadeja, one of the best innings overseas! Top class by him. pic.twitter.com/cvx11omP6k
— Mufaddal Vohra (@mufaddal_vohra) July 2, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।