IND vs ENG: ଭାରତ ବିପକ୍ଷରେ ଇଂଲଣ୍ଡ ଦଳକୁ ଫେରିଲେ ଜବରଦସ୍ତ ୱିକେଟ କିପର, IPL ରେ କରିଥିଲେ ଧମାଲ! ଜାରି ହେଲା ଦୁଇ ଦଳର ଟିମ

ବ୍ୟୁରୋ ରିପୋର୍ଟ:ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ଭାରତ ବିରୁଦ୍ଧରେ ଏକମାତ୍ର ଟେଷ୍ଟ ମ୍ୟାଚ ପାଇଁ ୧୫ ଜଣିଆ ଟିମ ଘୋଷଣା କରିଦେଇଛନ୍ତି। ଭାରତ ଓ ଇଂଲଣ୍ଡ ମଧ୍ୟରେ ପୂର୍ଵ ବର୍ଷ ୫ ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଇଥିଲା ଯାହାର ଶେଷ ମ୍ୟାଚ କରୋନା ପାଇଁ ସ୍ଥଗିତ କରାଯାଇଥିଲା। ସେହି ସମୟରେ ଭାରତ ସିରିଜରେ ୨-୧ରେ ଆଗୁଆ ଥିଲା। ଏବେ ସିରିଜର ସେହି ଶେଷ ମ୍ୟାଚ ୧ ଜୁଲାଇ ଶୁକ୍ରବାର ଠୁ ଖେଳାଯିବାର ଅଛି। ଇଂଲଣ୍ଡ ଟିମ ଏହି ସିରିଜ ପାଇଁ ସାମ ବିଲିଙ୍ଗସଙ୍କୁ ଟିମରେ ସାମିଲ କରିଛି। ବିଲିଙ୍ଗସ ଆଇପିଏଲରେ କେକେଆର ପଟେ ଖେଳିଥାନ୍ତି।ସେହିପରି ନ୍ୟୁଜିଲାଣ୍ଡ ବିରୁଦ୍ଧରେ ତୃତୀୟ ଟେଷ୍ଟ ଖେଳିନଥିବା ଜେମ୍ସ ଆଣ୍ଡରସନଙ୍କୁ ମଧ୍ୟ ଟିମରେ ସାମିଲ କରାଯାଇଛି।

Google

ବିଲିଙ୍ଗସ ଏହି ଏକମାତ୍ର ଟେଷ୍ଟ ମ୍ୟାଚ ଫୋକ୍ସଙ୍କ ଜାଗାରେ ଖେଳିପାରନ୍ତି କାରଣ ଫୋକ୍ସ ଅଳ୍ପଦିନ ତଳେ କରୋନାରେ ସଂକ୍ରମଣ ହୋଇଛନ୍ତି।ଏଣ୍ଡରସନ ଭାରତ ବିରୁଦ୍ଧରେ ରେକର୍ଡ କରିପାରନ୍ତି।ଆଣ୍ଡରସନ ଟେଷ୍ଟରେ ୬୫୦ ୱିକେଟ ନେବାରୁ ଅଳ୍ପ ଦୂରରେ ଅଛନ୍ତି। ଏବେ ପର୍ଯ୍ୟନ୍ତ ଟେଷ୍ଟ କ୍ରିକେଟରେ ମାତ୍ର ଦୁଇ ଜଣ ବୋଲର ୬୫୦ ବା ତାଠୁ ଅଧିକ ୱିକେଟ ନେଇଛନ୍ତି। ମୁଥେୟା ମୁରଲୀଧରନ(୮୦୦) ଓ ସେନ ୱାର୍ଣ୍ଣ(୭୦୮) ୱିକେଟ ନେଇଛନ୍ତି ଓ ଦୁହେଁ ସ୍ପିନର ଅଟନ୍ତି। ଆଣ୍ଡରସନ ଏହି ରେକର୍ଡ କରିବା ୱାଲା ପ୍ରଥମ ପେସର ବୋଲର ହେବେ।

ଭାରତ ତରଫରୁ ମୟଙ୍କ ଅଗ୍ରୱାଲ କରିପାରନ୍ତି ଓପନିଙ୍ଗ:

ରୋହିତ ଶର୍ମା ଲିଷ୍ଟସାୟର ବିରୁଦ୍ଧରେ ଅଭ୍ୟାସ ମ୍ୟାଚ ସମୟରେ କରୋନା ସଂକ୍ରମଣ ହୋଇଥିଲେ ତେଣୁ ଏବେ ପର୍ଯ୍ୟନ୍ତ ତାଙ୍କ ଖେଳିବାର ସମ୍ଭାବନା କମ। ଏହା ମଧ୍ୟରେ ଓପନର ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ ଟିମ ସହ ଯୋଡିହୋଇସାରିଛନ୍ତି। ତେଣୁ ରୋହିତଙ୍କ ଅନୁପସ୍ଥିତରେ ମୟଙ୍କ ଓପନିଙ୍ଗ କରିପାରନ୍ତି। ଅନ୍ୟ ଓପନର ଶୁଭମନ ଗିଲେ ହେବେ ଯିଏକି ଅଭ୍ୟାସ ମ୍ୟାଚରେ କିଛି ଭଲ ପାରି ଖେଳିଥିଲେ। ଭାରତ ପାଇଁ ଓପନିଙ୍ଗ ପାଇଁ ଚେତେଶ୍ୱର ପୂଜାରା ମଧ୍ୟ ବିକଳ୍ପ ଅଛନ୍ତି।

Google

ଯଶପ୍ରୀତ ବୁମରା ହୋଇପାରନ୍ତି ଅଧିନାୟକ:

ରୋହିତଙ୍କ ଅନୁପସ୍ଥିତରେ ଏକମାତ୍ର ଟେଷ୍ଟ ମ୍ୟାଚ ପାଇଁ ଅଧିନାୟକତ୍ୱ ରେଶରେ ଯଶପ୍ରୀତ ବୁମରା ସବୁଠୁ ଆଗରେ ଅଛନ୍ତି। ସେ ପନ୍ତଙ୍କ ଠୁ ଏହି ରେଶରେ ଆଗରେ ଅଛନ୍ତି। ବୁମରା ଏହି ବର୍ଷ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଟି-୨୦ ଓ ଏକଦିବସିୟ ସିରିଜରେ ଭାରତର ଉପଅଧିନାୟକ ରହିଥିଲେ।

ଇଂଲଣ୍ଡର ଟେଷ୍ଟ ଟିମ:ବେନ ଷ୍ଟୋକସ(ଅଧିନାୟକ),ଜେମ୍ସ ଆଣ୍ଡରସନ,ଜନି ବେୟରଷ୍ଟୋ, ସାମ ବିଲିଙ୍ଗସ,ଷ୍ଟୁଆର୍ଟ ବ୍ରଡ,ହେରି ବ୍ରୁକ,ଜୈକ କ୍ରାଉଲି,ବେନ ଫୋକ୍ସ,ଜୈକ ଲିଚ, ଏଲେକ୍ସ ଲି, କ୍ରେଗ ଓବରଟନ,ଯେମି ଓବରଟନ,ମେଥୟୁ ପାଟସ,ଓଲି ପୋପ ଓ ଜୋ ରୁଟ।

Google

ଭାରତୀୟ ଟେଷ୍ଟ ଟିମ: ରୋହିତ ଶର୍ମା(ଅଧିନାୟକ),ଶୁଭମନ ଗିଲ,ବିରାଟ କୋହଲି, ଶ୍ରେୟସ ଅୟର, ଚେତେଶ୍ୱର ପୂଜାରା,ହନୁମା ବିହାରୀ, ରିଷଭ ପନ୍ତ,କେ ଏସ ଭରତ,ରବିନ୍ଦ୍ର ଜାଡେଜା,ରବିଚନ୍ଦ୍ରନ ଅଶ୍ୱିନୀ, ସାରଦୁଲ ଠାକୁର,ମହମ୍ମଦ ସାମୀ, ଯଶପ୍ରୀତ ବୁମରା,ମହମ୍ମଦ ସିରାଜ, ଉମେଶ ଯାଦବ,ପ୍ରସିଦ୍ଧ କ୍ରିଷ୍ଣା, ମୟଙ୍କ ଅଗ୍ରୱାଲ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *