ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୪ ମ୍ୟାଚର ସିରିଜର ୩ୟ ଟେଷ୍ଟ ମୋଟେରା ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଗୋଲାପୀ ବଲରେ ଏବଂ ଡେ ନାଇଟ ମୁକାବିଲା ହେବ। ଏହି ମ୍ୟାଚ ଦୁଇ ଟିମ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଦୁଇ ଦଳ ନିଜର ଶ୍ରେଷ୍ଠ ଚୂଡ଼ାନ୍ତୁ ଏକାଦଶ ସହ ଫିଲଡ଼କୁ ଓହ୍ଲାଇବ।

କୂଳଦୀପ ଏବଂ ଅକ୍ଷରଙ୍କ ଜାଗାରେ ଭାରତ ହାର୍ଦ୍ଦିକ ଏବଂ ବୁମରାଙ୍କୁ ସ୍ଥାନ ମିଳିପାରେ। ଯଶପ୍ରୀତ ବୁମରା ପ୍ରଥମ ଥର ଘୋରଇ ମଇଦାନରେ ଟେଷ୍ଟ ମ୍ୟାଚ ଖେଳିବାର ନଜର ଆସିବେ।
ନାଲି ବଲ ଅପେକ୍ଷା ଗୋଲାପୀ ବଲରେ ଖେଳିବା ବହୁତ କଠିନ ଅଟେ। ଏମିତିରେ ଭାରତ କେବଳ ଗୋଟିଏ ସ୍ପିନର ଅଶ୍ୱିନୀଙ୍କୁ ନେଇ ଓହ୍ଲାଇବ।

ଏହା ଦୁଇ ଦଳରେ ଚୂଡାନ୍ତ ଏକାଦଶ:
ଭାରତ: ଶୁଭମନ ଗିଲ, ରୋହିତ ଶର୍ମା,ଚେତେଶ୍ୱର ପୂଜାରା,ବିରାଟ କୋହଲି(ଅଧିନାୟକ),ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ(ୱିକେଟ ରକ୍ଷକ),ରବିଚନ୍ଦ୍ରନ ଅଶ୍ୱିନୀ, ଯଶପ୍ରୀତ ବୁମରା,ହାର୍ଦ୍ଦିକ ପାଣ୍ଡ୍ୟା,ଇଶାନ୍ତ ଶର୍ମା ଏବଂ ଉମେଶ ଯାଦବ।
ଇଂଲଣ୍ଡ: ରୋରି ବନସ/ଜେକ କ୍ରୋଲ,ଡୋମ ସିବିଲ,ବେୟାରଷ୍ଟ୍ରୋ,ଜୋ ରୁଟ(ଅଧିନାୟକ),ଅଲି ପୋପ,ବେନ ଷ୍ଟୋକସ,ଜୋଫ୍ରା ଆର୍ଚ୍ଚର,ଡୋମ ବେସ/କରିସ ଓକସ,ବେନ ଫୋବ୍ସ(ୱିକେଟ କିପର),ଜେକ ଲିଚ, ଜେମ୍ସ ଆଣ୍ଡରସନ।

ବିରାଟ କୋହଲି କଲେ ଇଶାନ୍ତଙ୍କ ପ୍ରଶଂସା:
କୋହଲି କହିଛନ୍ତି ଇଶାନ୍ତ ଜଣେ ମହାନା ବୋଲର, ସେ ଟେଷ୍ଟ କ୍ରିକେଟ ଖେଳିବା ପାଇଁ ମନ ବଳାଇଛନ୍ତି। ଆଜିର ମୁକାବିଲା ତାଙ୍କର ୧୦୦ ତମ ଟେଷ୍ଟ ମ୍ୟାଚ ହେବ,ଯାହାକି କପିଲ ଦେବଙ୍କ ପରେ ଏହି ଖ୍ୟାତିନାମା ତାଙ୍କ ନାମରେ ହେବ। ସେ କହିଲେ,ସେ ସୀମିତ ଓଭର ଅପେକ୍ଷା ଟେଷ୍ଟ କ୍ରିକେଟ ପ୍ରତି ସମପ୍ରୀତ।
ଇଂଲଣ୍ଡକୁ ଅସୁବିଧାରେ ପକାଇପାରନ୍ତି ଅଶ୍ୱିନୀ:
ଦୁଇଟି ଟେଷ୍ଟରେ ଅଶ୍ୱିନୀ ୧୭ଟି ୱିକେଟ ଅକ୍ତିଆର କରିସାରିଲେଣି। ରୁଟ ଅଶ୍ୱିନୀଙ୍କୁ ନେଇ କହିଲେ ସେ ବିଶ୍ୱ ସ୍ତରୀୟ ଖେଳାଳି ଅଟନ୍ତି, ସେ କହିଲେ ସମସ୍ତଙ୍କ ପାଇଁ ତାଙ୍କୁ ଖେଳିବା ସହଜ ହେବନି। ବୋଲିଂ ସହିତ ତାଙ୍କର ବ୍ୟାଟିଂରେ ମଧ୍ୟ ଦକ୍ଷତା ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।