IND vs ENG: ଇଂଲଣ୍ଡ ବିରୁଦ୍ଧରେ ଭାରତର ଶକ୍ତି ହେଲା ମଝଭୁତ, ଫର୍ମକୁ ଆସିଲେ ଏହି ଦମଦାର ଖେଳାଳି

ବ୍ୟୁରୋ ରିପୋର୍ଟ: ପ୍ରଥମ ଏକଦିବସିୟରେ ଭାରତ ଇଂଲଣ୍ଡକୁ ୧୦ ୱିକେଟରେ ହରାଇଛି। ଏହି ମ୍ୟାଚରେ ଭାରତୀୟ ଟିମ, ବ୍ୟାଟିଙ୍ଗ, ବୋଲିଙ୍ଗ, ଫିଲିଡିଙ୍ଗ ସବୁଥିରେ ଇଂଲଣ୍ଡଠୁ ଆଗରେ ଥିଲା। ଭାରତ ଏକଦିବସିୟରେ ଭାରତର ଏକ ବଡ଼ ବ୍ୟାଟ୍ସମ୍ୟାନ ଫର୍ମକୁ ଫେରିଆସିଛି। ଏହା ଦ୍ଵାରା ଭାରତୀୟ ଟିମ ଆହୁରି ମଜବୁତ ହୋଇଯାଇଛି। ଏହି ଖେଳାଳି ଭାରତୀୟ ବ୍ୟାଟିଙ୍ଗର ମେରୁଦଣ୍ଡ ଅଟେ। ଆସନ୍ତୁ ସେହି ଖେଳାଳି ବିଷୟରେ ଜାଣିବା।

Google

ଫର୍ମକୁ ଫେରିଲେ ଏହି ଖେଳାଳି:

ଇଂଲଣ୍ଡ ବିରୁଦ୍ଧରେ ରୋହିତ ଶର୍ମା ଫର୍ମରେ ନଜର ଆସିଛନ୍ତି। ଇଂଲଣ୍ଡ ବିରୁଦ୍ଧରେପ୍ରଥମ ଏକଦିବସିୟରେ ରୋହିତ ସୁନ୍ଦର ପାରି ଖେଳିଛନ୍ତି।ସେ ଗ୍ରାଉଣ୍ଡର ସବୁ ଆଡ଼କୁ ଶର୍ଟ ଲଗାଇଥିଲେ।ରୋହିତ ଲମ୍ବା ସମୟରୁ ଖରାପ ଫର୍ମ ଦେଇ ଗତିକରୁଥିଲେ। ତାଙ୍କ ବ୍ୟାଟରୁ ରନ ଆସୁନଥିଲା କିନ୍ତୁ ଇଂଲଣ୍ଡ ବିରୁଦ୍ଧରେ ସେ ନିଜ ବ୍ୟାଟିଙ୍ଗରେ ସମସ୍ତଙ୍କ ହୃଦୟ ଜିତିଛନ୍ତି। ଅଧିନାୟକ ରୋହିତ ଶର୍ମା ଇଂଲଣ୍ଡ ବିରୁଦ୍ଧରେ ପ୍ରଥମ ଏକଦିବସିୟରେ ୫୮ ବଳରେ ୭୬ ରନର ପାରି ଖେଳିଛନ୍ତି। ଏହି ପାରିରେ ୭ ଟି ଚୌକା ଓ ୫ ଟି ଛକା ସାମିଲ ଥିଲା।

Google

ଶେଷ ହେଲା ଲମ୍ବା ଅପେକ୍ଷା:

ରୋହିତ ଶର୍ମା ୧୩ ଟି ପାରି ପରେ କ୍ରିକେଟରେ କୌଣସି ଫର୍ମାଟରେ ଅର୍ଦ୍ଧଶତକ ମାରିଛନ୍ତି। ପୂର୍ଵ କିଛି ମାସ ତାଙ୍କ ପାଇଁ ଭଲ ରହିନଥିଲା। ସେ ଆଘାତ ଓ ଖରାପ ଫର୍ମ ଦେଇ ଗତିକରୁଥିଲେ କିନ୍ତୁ ଇଂଲଣ୍ଡ ବିରୁଦ୍ଧରେ ସେ ନିଜ ହରାଇଥିବା ଫର୍ମ ଫେରିପାଇଛନ୍ତି। ଇଂଲଣ୍ଡ ଗ୍ରସ୍ତ ପରେ ଭାରତକୁ ୱେଷ୍ଟଇଣ୍ଡିଜ ଗ୍ରସ୍ତ, ଏସିଆ କପ ଓ ପରେ ଟି-୨୦ ବିଶ୍ୱକପରେ ଭାଗ ନେବାର ଅଛି। ରୋହିତ ବଡ଼ ସ୍ତରରେ ଖେଳାଳି ଅଟନ୍ତି ଓ ସେ ଫର୍ମକୁ ଆସିବା ବହୁତ ଆବଶ୍ୟକ ଥିଲା। ଯେବେ ପର୍ଯ୍ୟନ୍ତ ସେ ବ୍ୟାଟିଙ୍ଗ କରୁଥାନ୍ତି ଭାରତୀୟ ଟିମର ବିଜୟର ଆଶା ଥାଏ।

ଆଇପିଏଲରୁ ଆରମ୍ଭ ହେଇଥିଲା ଖରାପ ସମୟ:

Google

ଆଇପିଏଲ ୨୦୨୨ ରୋହିତ ଶର୍ମାଙ୍କ ପାଇଁ ଭଲ ରହିନଥିଲା। ଆଇପିଏଲ ୨୦୨୨ରେ ତାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୧୦ ଟି ମ୍ୟାଚ ହାରିଥିଲା ଓ ପ୍ଲେଅଫରେ ମଧ୍ୟ ପହଁଚିପାରିନଥିଲା। ସେହିପରି ରୋହିତ ଫର୍ମରେ ମଧ୍ୟ ନଥିଲା ଓ ରନ କରିପାରିନଥିଲେ। ଆଇପିଏଲ ୨୦୨୨ରେ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ୪୮ ଥିଲା। ଇଂଲଣ୍ଡ ବିରୁଦ୍ଧରେ ସେ ସେନାପତି ରୂପରେ ଆଗକୁ ବଢି ଟିମକୁ ଲିଡ଼ କରିଥିଲେ।

ଏହି ମହାନ ଖେଳାଳିଙ୍କୁ ପକାଇଲେ ପଛରେ:

ରୋହିତ ଶର୍ମା ଇଂଲଣ୍ଡ ବିରୁଦ୍ଧରେ ଅର୍ଦ୍ଧଶତକ ମାରି କ୍ରିକେଟର ଏହି ମହାନ ଖେଳାଳିଙ୍କୁ ପଛରେ ପକାଇଦେଇଛନ୍ତି। ସେ ଇଂଲଣ୍ଡ ବିରୁଦ୍ଧରେ ଏକଦିବସିୟରେ ୧୪୦୦ ରନ ପୁରା କରିଦେଇଛନ୍ତି। ଏହା ସହିତ ସେ କେନ ୱିଲିୟମସନ ଓ ରିଙ୍କି ପଏଣ୍ଟିଙ୍ଗଙ୍କୁ ପଛରେ ପକାଇଦେଇଛନ୍ତି। ସେ ଦୁନିଆର ସବୁଠୁ ମହାନ ଓପନରଙ୍କ ମଧ୍ୟରେ ସାମିଲ ଅଛନ୍ତି।

Google

ଭାରତ ପାଇଁ ଖେଳିଛନ୍ତି ତିନୋଟି ଯାକ ଫର୍ମାଟ:

ରୋହିତ ଶର୍ମା ଭାରତ ପାଇଁ ତିନୋଟି ଯାକ ଫର୍ମାଟ ଖେଳିଛନ୍ତି। ସେ ଟିମ ଟିମ ଇଣ୍ଡିଆର ସବୁଠୁ ବଡ଼ ମ୍ୟାଚ ବିଜୟୀ ଖେଳାଳି ମଧ୍ୟ ଅଟନ୍ତି। ସେ ଭାରତ ପାଇଁ ୪୫ ଟେଷ୍ଟ ମ୍ୟାଚରେ ୩୧୩୭ ରନ କରିଛନ୍ତି। ସେହିପରି ୨୩୧ ଏକଦିବସିୟରେ ୯୩୫୯ ରନ କରିଛନ୍ତି। ୧୨୮ ଟି-୨୦ ମ୍ୟାଚରେ ୩୩୭୯ ରନ କରିଛନ୍ତି। ସେ ଟି-୨୦ କ୍ରିକେଟରେ ୪ ଟି ଶତକ ମାରିଥିବା ଏକମାତ୍ର ବ୍ୟାଟ୍ସମ୍ୟାନ ଅଟନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *