ବ୍ୟୁରୋ ରିପୋର୍ଟ: ଭାରତୀୟ ଟିମ ହାର୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଆୟରଲ୍ୟାଣ୍ଡ ବିରୁଦ୍ଧରେ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛି। ସିରିଜର ଦ୍ୱିତୀୟ ମ୍ୟାଚ ମଙ୍ଗଳବାରକୁ ମାଲାହାଇଡ଼ରେ ଖେଳାଯିବାର ଅଛି। ଦ୍ୱିତୀୟ ମ୍ୟାଚ ଜିତି ଭାରତୀୟ ଟିମ ସିରିଜ କ୍ଲିନ ସୁଇପ କରିବାକୁ ଚାହିଁପାରେ।

ସେହିପରି ଆୟରଲ୍ୟାଣ୍ଡ ଟିମ ଏହି ମ୍ୟାଚ ଜିତି ସିରିଜ ବରାବରୀ କରିବାକୁ ଚାହିଁପାରେ। ପ୍ରଥମ ଟି-୨୦ରେ ଭାରତର ଜଣେ ଦୁଇଜଣ ଖେଳାଳିଙ୍କ ଛାଡିଦେବା ତ ଅନ୍ୟ ସବୁ ଖେଳାଳି ଫର୍ମରେ ଦେଖାଯାଇଥିଲେ। ସେହିପରି ଆୟରଲ୍ୟାଣ୍ଡ ଟିମ ପାଇଁ ହେରି ଟେକ୍ଟର ଓ କ୍ରିଗ ୟଂଗଙ୍କ ଛଡା ଅନ୍ୟ କୌଣସି ଖେଳାଳି ଭଲ ପ୍ରଦର୍ଶନ କରିପାରିନଥିଲେ।
ଭାରତୀୟ ଟିମ ପାଇଁ ଯଦି ଦ୍ୱିତୀୟ ଟି-୨୦ରେ ଋତୁରାଜ ଗାୟକୱାଡ଼ ଫିଟ ଥିବେ ସେ ଚୂଡାନ୍ତ ଏକାଦଶରେ ଖେଳିବା ପ୍ରାୟ ପକ୍କା ବୋଲି ମାନାଯାଉଛି। ସେ ଇସାନ କିସାନଙ୍କ ସହିତ ଓପନିଙ୍ଗରେ ନଜର ଆସିବାର ଚାନ୍ସ ଅଛି। ପ୍ରଥମ ଟି-୨୦ରେ ଋତୁରାଜ ଗାୟକୱାଡ଼ ଅନଫିଟ ହେବା ଦ୍ଵାରା ଦୀପକ ହୁଡ୍ଡା ଓପନିଙ୍ଗ କରିଥିଲେ।
ଏହା ଛଡା ତୃତୀୟ ସ୍ଥାନରେ ସୂର୍ଯ୍ୟ କୁମାର ଯାଦବ,ଚତ୍ରୁର୍ଥ ସ୍ଥାନରେ ହାର୍ଦିକ ପାଣ୍ଡ୍ୟା, ପଞ୍ଚମ ସ୍ଥାନରେ ଦୀପକ ହୁଡ୍ଡା ଓ ଷଷ୍ଠ ସ୍ଥାନରେ ଦିନେସ କାର୍ତ୍ତିକଙ୍କର ଖେଳିବା ପ୍ରାୟ ପକ୍କା ମାନାଯାଉଛି। କାର୍ତ୍ତିକ ଟିମର ୱିକେଟ କିପର ଅଟନ୍ତି,ପୁଣିଥରେ ସ୍ପିନ ଅଲରାଉଣ୍ଡର ପାଇଁ ଅକ୍ସର ପଟେଲଙ୍କୁ ଚୟନ କରାଯାଇପାରେ।

ବୋଲିଙ୍ଗ କଥା କହିବା ତ ପ୍ରଥମ ଟି-୨୦ରେ ଭୁବନେଶ୍ୱର କୁମାର ଓ ଆଭେଶ ଖାନ ସୁନ୍ଦର ବୋଲିଙ୍ଗ କରିଥିଲେ। ଇଣ୍ଟରନେସନାଲରେ ଡେବ୍ୟୁ କରିଥିବା ଉମରାନ ମଲ୍ଲିକ ଲୟରେ ଦେଖାଯାଇନଥିଲେ,କିନ୍ତୁ ଟିମ ମ୍ୟାନେଜମେଣ୍ଟ ତାଙ୍କୁ ଆଉ ଏକ ମୌକା ଦେଇପାରେ। ୟୁଜବେନ୍ଦ୍ର ଚାହଲଙ୍କର ମଧ୍ୟ ଖେଳିବ ପ୍ରାୟ ପକ୍କା,ସେ ପ୍ରଥମ ଟି-୨୦ ମ୍ୟାଚରେ ସୁନ୍ଦର ବୋଲିଙ୍ଗ କରିଥିଲେ।
ଅନ୍ୟ ପରେ ଆୟରଲ୍ୟାଣ୍ଡ କଥା କହିବା ତ ତାଙ୍କ ଟିମରେ ମଧ୍ୟ ହୁଏତ କୌଣସି ପରିବର୍ତ୍ତନ ହେବ ନାହିଁ। ଯଦି ସିରିଜ ମଝିରେ କୌଣସି ଖେଳାଳିଙ୍କୁ ଚୟନ କରାଯାଇଥାଏ ତାକୁ ଲୟକୁ ଆସିବାକୁ ସମୟ ଲାଗିଥାଏ।
ଦ୍ୱିତୀୟ ଟି-୨୦ ପାଇଁ ସମ୍ଭାବିତ ଚୂଡାନ୍ତ ଏକାଦଶ:

ଭାରତ:ଇସାନ କିସାନ, ଋତୁରାଜ ଗାୟକୱାଡ଼, ସୂର୍ଯ୍ୟ କୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା(ଅଧିନାୟକ),ଦୀପକ ହୁଡ୍ଡା, ଦିନେସ କାର୍ତ୍ତିକ, ଅକ୍ସର ପଟେଲ,ଭୁବନେଶ୍ୱର କୁମାର, ଆଭେଶ ଖାନ, ଉମରାନ ମଲ୍ଲିକ ଓ ୟୁଜବେନ୍ଦ୍ର ଚହଲ।
ଆୟରଲ୍ୟାଣ୍ଡ:ପୋଲ ଷ୍ଟଲିଙ୍ଗ,ଏଡ଼ରିୟୁ ବାଲବର୍ନି(ଅଧିନାୟକ),ଗୈରେଥ ଡେଲାନି,ହେରି ଟେକ୍ଟର,ଲୋର୍କନ ଟକର,ଜୋର୍ଜ ଡାକରେଲ, ମାର୍କ ଅଡାୟର ,ଏଣ୍ଡରୟୁ ମୈକବ୍ରାଇନ ,କ୍ରିଙ୍ଗ ୟଂଙ୍ଗ,ଜୋସ ଲିଟିଲ ଓ କାନର ଓଲ୍ଫର୍ଟ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।