ବ୍ୟୁରୋ ରିପୋର୍ଟ: ରୋହିତ ଶର୍ମା ପୁଣି ଏକ ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତ ଅଛନ୍ତି। ଏସିଆ କପ ୨୦୨୨ର ଆରମ୍ଭ ୨୭ ଅଗଷ୍ଟରୁ ହେବାର ଅଛି ଓ ଭାରତ ନିଜର ପ୍ରଥମ ମ୍ୟାଚ ୨୮ ଅଗଷ୍ଟକୁ ପାକିସ୍ତାନ ବିରୁଦ୍ଧରେ ଖେଳିବାର ଅଛି। ପାକିସ୍ତାନର ଅଧିନାୟକ ବାବର ଆଜମ ଟିମର ପ୍ରଦର୍ଶନକୁ ଆଗକୁ ନେଇଯିବାକୁ ଚାହିଁବେ। ଟି-୨୦ ବିଶ୍ୱକପ ୨୦୨୧ରେ ପାକିସ୍ତାନ ଭାରତକୁ ୧୦ ୱିକେଟରେ ହରାଇଥିଲା କିନ୍ତୁ କହିରଖୀବୁ ଏସିଆ କପରେ ଭାରତର ରେକର୍ଡ଼ ବହୁତ ଭଲ ଅଟେ। ଭାରତୀୟ ଟିମ ସବୁଠୁ ଅଧିକ ୧୦ ଥର ଏସିଆ କପ ଜିତିଥିବା ବେଳେ ପାକିସ୍ତାନ ଟିମ ମାତ୍ର ଦୁଇ ଥର ଏସିଆ କପ ଜିତିଛି। ପୂର୍ଵ ୧୦ ବର୍ଷରୁ ପାକିସ୍ତାନ ଟିମ ଏସିଆ କପ ଜିତିବାର ଅପେକ୍ଷା କରିଛି।

ଏସିଆ କପର ଏହା ୧୫ ତମ ସିଜନ ଅଟେ କିନ୍ତୁ ଭାରତ ଓ ପାକିସ୍ତାନ ଏବେ ପର୍ଯ୍ୟନ୍ତ ଫାଇନାଲ ମ୍ୟାଚ ହୋଇନାହିଁ। ଏକଦିବସିୟରେ ଦୁଇରୁ ଅଧିକ ଟିମର କଥା କହିବା ତ ଟିମ ଇଣ୍ଡିଆ ୬୪ ଥର ଫାଇନାଲରେ ପହଞ୍ଚିଛି। ୨୬ ମ୍ୟାଚରେ ବିଜୟ ମିଳିଥିବା ବେଳେ ୩୩ ମ୍ୟାଚରେ ପରାଜୟ ମିଳିଛି ଓ ୫ ମ୍ୟାଚରେ ରେଜଲ୍ଟ ବାହାରିପାରିନାହିଁ। ସେହିପରି ପାକିସ୍ତାନ ୫୭ ଏକଦିବସିୟ ଫାଇନାଲ ଖେଳିଛି। ୨୫ ମ୍ୟାଚ ଜିତିଥିବା ବେଳେ ୩୧ ମ୍ୟାଚରେ ପରାଜୟ ମିଳିଛି।
ଟି-୨୦ରେ ୪-୪ ଫାଇନାଲ ଖେଳିଛନ୍ତି:

ଟି-୨୦ ଇଣ୍ଟରନେସନାଲର କଥା କହିବାତ ଭାରତ ଓ ପାକିସ୍ତାନ ଟିମ ୩ ରୁ ଅଧିକ ଟିମଙ୍କ ଟୁର୍ଣ୍ଣାମେଣ୍ଟରେ ୪-୪ ଥର ଫାଇନାଲ ଖେଳିଛନ୍ତି। ଦୁହିଁଙ୍କୁ ୨-୨ଥର ବିଜୟ ମିଳିଛି। ଏକଦିବସିୟ ଓ ଟି-୨୦ କୁ ମିଶାଇ ଦୁହେଁ ୧୨୯ ଫାଇନାଲ ଖେଳିଛନ୍ତି। ଏଥିରେ ଭାରତ ୨୮ ଟାଇଟଲ ଜିତିଥିବା ବେଳେ ପାକିସ୍ତାନ ୨୭ ଟି ଟାଇଟଲ ଜିତିଛି। ଆମେ ଏଠାରେ ଟି-୨୦ ଓ ଏକଦିବସିୟ ଦୁଇଟି ଯାକ ଫର୍ମାଟର କଥା ଏଥିପାଇଁ କହୁଚୁ କାରଣ ଏସିଆକପ ଦୁଇଟି ଯାକ ଫର୍ମାଟରେ ଖେଳାଯାଇଥିଲା।
ଶ୍ରୀଲଙ୍କାର ରେକର୍ଡ ଅଟେ ଭଲ:

ଏହା ସଠିକ ଅଟେକି ଭାରତୀୟ ଟିମର ରେକର୍ଡ ଏସିଆକପରେ ପାକିସ୍ତାନଠୁ ଭଲ ଏହା ପରେ ମଧ୍ୟ ପାକିସ୍ତାନ ଦ୍ୱିତୀୟ ସଫଳ ଟିମ ନୁହେଁ। କାରଣ ଶ୍ରୀଲଙ୍କା ଏକଦିବସିୟରେ ୫୪ ରୁ ୨୯ ଓ ଟି-୨୦ରେ ୪ ରୁ ଦୁଇ ଟୁର୍ଣ୍ଣା ମେଣ୍ଟ ଜିତିଛନ୍ତି। ମାନେ ମୋଟ ୩୧ ଟୁର୍ଣ୍ଣାମେଣ୍ଟ ଜିତିଛି। ଶ୍ରୀଲଙ୍କା ୫ ଥର ଏସିଆ କପରେ ଚମ୍ପିୟନ ହୋଇଛି।
ଭାରତ ଓ ପାକିସ୍ତାନ ମଧ୍ୟରେ ଏକଦିବସିୟରେ ୧୧ ଫାଇନାଲ ଖେଳାଯାଇଛି ଯେଉଁଥିରେ ଭାରତ ୩ ଓ ପାକିସ୍ତାନ ୮ ଜିତିଛି। ଟି-୨୦ରେ ଦୁଇ ଦେଶ ମଧ୍ୟରେ ଗୋଟେ ଫାଇନାଲ ଖେଳାଯାଇଥିଲା ଯାହାକୁ ଭାରତ ଜିତିବାରେ ସଫଳ ରହିଥିଲା। ତାହା ଟି-୨୦ ବିଶ୍ୱକପ ଫାଇନାଲ ଥିଲା। ତେବେ ୨୮ ତାରିଖରେ ଭାରତ ଓ ପାକିସ୍ତାନ ବିପକ୍ଷରେ ମ୍ୟାଚ ଅଛି, ଏହି ମ୍ୟାଚ ରୋମାଞ୍ଚକର ହୋଇପାରେ।