IND vs PAK: ପାକିସ୍ତାନ ବିପକ୍ଷ ମ୍ୟାଚରେ ଏହି ପ୍ଲେଇଁ ଇଲେଭେନ ସହ ଓହ୍ଲାଇପାରେ ଟିମ ଇଣ୍ଡିଆ! ଜାରି ହେଲା ସମ୍ଭାବ୍ୟ ଏକାଦଶ

ଭାରତ ନିଜର ଏସିଆ କପ ୨୦୨୨ ରେ ପାକିସ୍ତାନ ସହ ୨୮ ଅଗଷ୍ଟରେ ମ୍ୟାଚ ଅଛି। ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ଅଛି। ଭାରତ ଏବଂ ପାକିସ୍ତାନ ଭିତରେ ଶେଷ ମ୍ୟାଚ ଟି ଟ୍ୱେଣ୍ଟି ବିଶ୍ୱକପ ୨୦୨୧ରେ ଖେଳା ଯାଇଥିଲା, ଏଥିରେ ପାକିସ୍ତାନ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଥିଲା ଭାରତକୁ।ତେବେ ଏହା ପାଇଁ ହିଁ ସେ ଏକ ମଜଭୁତ ପ୍ଲେଇଂ ଇଲେଭେନ ମୈଦାନ ଉପରେ ଉତାରିବାକୁ ଚାହିଁପାରନ୍ତି ଯାହାପାଇଁ କି ୧୫ ଜଣିଆ ଦଳ ଘୋଷଣା କରା ଯାଇସାରିଛି।

Google

ଏସିଆ କପରେ ଅଧିନାୟକ ରୋହିତ ଶର୍ମାଙ୍କ ସହ କେ ଏଲ ରାହୁଲ ଓପନିଙ୍ଗ ପାର୍ଟନର ହେବାର ସବୁଠୁ ବଡ ଦାବିଦାରି ରଖିଛନ୍ତି। ତେବେ ତାଙ୍କ ପରେ ବିରାଟ କୋହଲି ତିନି ନମ୍ବରରେ ଆଉ ସୂର୍ଯ୍ୟ କୁମାର ଯାଦବ ଚାରି ନମ୍ବରରେ ଖେଳିପାରନ୍ତି। ଉଭୟ ବିରାଟ କୋହଲି ଏବଂ ରାହୁଲ ଲମ୍ବା ସମୟ ପରେ ଟିମକୁ ଫେରିଛନ୍ତି।

Google

ମିଡ଼ିଲ ଅର୍ଡର ଅନ୍ୟ ସବୁଥର ଠାରୁ ଏଥର ସବୁଠୁ ଅଧିକ ମଜଭୁତ ଦେଖାଯାଉଛି। ପାଞ୍ଚ ନମ୍ବରରେ ଋଷଭ ପନ୍ତ , ତା ପରେ ଅଲ ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ରହିପାରନ୍ତି। ଦିନେସ କାର୍ତ୍ତିକ ଫିନିସର ରୋଲରେ ନଜର ଆସିପାରନ୍ତି ଏବଂ ସାତ ନମ୍ବରରେ ରବୀନ୍ଦ୍ର ଜାଡେଜାଙ୍କ ଭଳି ଅଲରାଉଣ୍ଡର ରହିପାରନ୍ତି।

Google

ଏସିଆ କପରେ ଯଶପ୍ରୀତ ବୁମରା ନ ରହିବା କାରଣରୁ ଭାରତର ବୋଲିଂ ଉପରେ ବହୁତ ଅଧିକ ଚାପ ରହିପାରେ। ତେବେ ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ସ୍ପିନର ୟୁଜବେନ୍ଦ୍ର ଚାହଲଙ୍କ ସହ ଅର୍ସଦିପ ସିଂ ଏବଂ ଭୁବନେଶ୍ୱର କୁମାର ପ୍ରଥମ ପସନ୍ଦ ରହିବାକୁ ଯାଉଛନ୍ତି।

Google

ପାକିସ୍ତାନ ବିପକ୍ଷରେ ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ:

ରୋହିତ ଶର୍ମା,କେ ଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ଋଷଭ ପନ୍ତ, ହାର୍ଦିକ ପାଣ୍ଡ୍ୟା, ଦିନେସ କାର୍ତ୍ତିକ, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର,ଅର୍ସଦୀପ ସିଂ ଏବଂ ୟୁଜବେନ୍ଦ୍ର ଚାହଲ।

ଏସିଆ କପ ପାଇଁ ଭାରତର ୧୫ଜଣିଆ ସ୍କ୍ବାଡ଼:-

ରୋହିତ ଶର୍ମା (ଅଧିନାୟକ),କେ ଏଲ ରାହୁଲ(ଉପ ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ,ଦୀପକ ହୁଡ୍ଡା, ଋଷଭ ପନ୍ତ(ୱିକେଟ କିପର), ହାର୍ଦିକ ପାଣ୍ଡ୍ୟା, ଦିନେସ କାର୍ତ୍ତିକ(ୱିକେଟ କିପର), ରବୀନ୍ଦ୍ର ଜାଡେଜା,ରବିଚନ୍ଦ୍ରନ ଅଶ୍ୱିନ, ଭୁବନେଶ୍ୱର କୁମାର,ଅର୍ସଦିପ ସିଂ, ଆଭେସ ଖାନ ଏବଂ ୟୁଜବେନ୍ଦ୍ର ଚାହଲ।

ତେବେ ଭାରତୀୟ ଦଳ ଏବେ ଜବରଦସ୍ତ ଫର୍ମରେ ଅଛି। ଭାରତୀୟ ଦଳର ଅନେକ ଖେଳାଳି ଦମଦାର ଖେଳର ପ୍ରଦର୍ଶନ କରିଛନ୍ତି।ଦଳକୁ ରାହୁଲ ଏବଂ କୋହଲି ଫେରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *