ବ୍ୟୁରୋ ରିପୋର୍ଟ: ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚକୁ କେତେକ ଫ୍ୟାନସ୍ ଅପେକ୍ଷା କରିଥାନ୍ତି। ଏହାର ତାରିଖ ସାମ୍ନାକୁ ଆସିଯାଇଛି। ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଏସିଆକପର ଆୟୋଜନ ଦେଶରେ କରିବାର ଫଇସଲା କରିଛି। ପୂର୍ବରୁ ଦେଶରେ ଆର୍ଥିକ ଅସୁବିଧା କାରଣରୁ ଏହାର ୟୁଏଇରେ କରାଯିବାର ଚର୍ଚା ହେଉଥିଲା। ଭାରତ ଓ ପାକିସ୍ତାନ ମଧ୍ୟରେ ପୂର୍ଵ ମ୍ୟାଚ ପୂର୍ଵ ବର୍ଷ ଟି-୨୦ ବିଶ୍ୱକପରେ ହୋଇଥିଲା।ସେହି ମ୍ୟାଚରେ ବାବର ଆଜମଙ୍କ ଅଧିନାୟକତ୍ୱ ପାକିସ୍ତାନ ଟିମ ଭାରତକୁ ୧୦ ୱିକେଟରେ ହରାଇଥିଲା। ଏହି ଏସିଆକପରେ ଦୁଇ ଦେଶ ନିଜର ଖେଳାଳିଙ୍କୁ ମୌକା ଦେବାକୁ ଚାହିଁବ ଯାହା ଏହି ବର୍ଷ ଅକ୍ଟୋବର-ନଭେମ୍ବରରର ଅଷ୍ଟ୍ରେଲିଆରର ହେବାକୁ ଥିବା ଟି-୨୦ବିଶ୍ୱକପ ପାଇଁ ପ୍ରମୁଖ ଅଟେ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଏଥିରେ ସାମିଲ ହୋଇପାରେ।
Pakistan will lock horns against India on August 28 in Asia Cup 2022, as per reports
Read more: https://t.co/5myuapnaNn#PAKvIND #Pakistan #India pic.twitter.com/IcXQCsUwPA
— Cricket Pakistan (@cricketpakcompk) July 7, 2022
ଡେଲି ଏଫଟିକୁ ଶ୍ରୀଲଙ୍କା କ୍ରିକେଟର ସିଇଓ ଏଝଲେ ଡିସିଲଭା କହିଛନ୍ତିକି ମ୍ୟାଚ ସେଡ୍ୟୁଲ ଅନୁସାରେ ହିଁ ହେବ। ଆମେ ଏସିଆନ କ୍ରିକେଟ କାଉନ୍ସିଲକୁ ମଧ୍ୟ ପ୍ରସ୍ତୁତ କରିଦେଇଛୁ। ସୂଚନା ଅନୁସାରେ ଏସିଆକପ ଟି-୨୦ ମ୍ୟାଚ ଅଗଷ୍ଟ ୨୭ ରୁ ହେବ। ଭାରତ ଓ ପାକିସ୍ତାନ ମ୍ୟାଚ ୨୮ ଅଗଷ୍ଟକୁ ହେବାର ସମ୍ଭାବନା ଅଛି। ଭାରତ ଟୁର୍ଣ୍ଣାମେଣ୍ଟର ଡିଫେଣ୍ଡିଙ୍ଗ ଚମ୍ପିୟାନ ଅଟେ। ଏହା ପୂର୍ବରୁ କ୍ୟାଲିଫାୟର ମ୍ୟାଚ ଖେଳାଯିବ।
୨୧ ଅଗଷ୍ଟରୁ କ୍ୱାଲିଫାୟର ମ୍ୟାଚ:
ଏସିଆକପର ମ୍ୟାଚ ଏହି ବର୍ଷ ଟି-୨୦ ଫର୍ମାଟରେ ଖେଳାଯିବ। କ୍ୟାଲିଫାୟର ମ୍ୟାଚ ୨୧ ଅଗଷ୍ଟରୁ ଖେଳାଯିବ। ଏଥିରେ ୟୁଏଇ, ଓମାନ,ନେମାନ, ହଂଙ୍ଗକଂଙ୍ଗ,ସହିତ ଅନ୍ୟ ଟିମ ଓହ୍ଲାଇବେ। ଏଥିରୁ ଗୋଟେ ଟିମ ହିଁ କ୍ୟାଲିଫାଏ କରିବ। ମୁଖ୍ୟ ମ୍ୟାଚ ଭାରତ, ଶ୍ରୀଲଙ୍କା, ଆଫଗାନିସ୍ତାନ,ପାକିସ୍ତାନ ଓ ବଙ୍ଗଳାଦେଶ ପ୍ରଥମରୁ ପହଁଚିସାରିଛି। ଶେଷଥର ଏହି ଟୁର୍ଣ୍ଣାମେଣ୍ଟ ୨୦୧୮ରେ ୟୁଏଇରେ ହୋଇଥିଲା। ଭାରତ ଫାଇନାଲରେ ବଙ୍ଗଳାଦେଶକୁ ହରାଇ ୭ମ ଥର ଚମ୍ପିୟାନ ହୋଇଥିଲା।
India to face Pakistan on 28th August in the Asia Cup.
— Mufaddal Vohra (@mufaddal_vohra) July 6, 2022
ଏସିଆକପ ଆଗରୁ ଏକଦିବସିୟ ଫର୍ମାଟରେ ହେଉଥିଲା। ପ୍ରଥମ ଥର ୨୦୧୬ରେ ଟି-୨୦ ଫର୍ମାଟରେ ହୋଇଥିଲା। ସେବେ ଟିମ ଇଣ୍ଡିଆ ଫାଇନାଲରେ ବଙ୍ଗଳାଦେଶକୁ ୮ ୱିକେଟରେ ହରାଇଥିଲା। ଟିମ ଇଣ୍ଡିଆର ରେକର୍ଡ ବହୁତ ଭଲ ଅଟେ। ଭାରତ ଏହି ପ୍ରଦର୍ଶନକୁ ଜାରି ରଖିବାକୁ ଚାହିଁବ। ପାକିସ୍ତାନ ଟିମ ଦୁଇଥର ଏସିଆକପ ଜିତିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।