ଏସିଆ କପର ପ୍ରଥମ ମୁକାବିଲାରେ ଭାରତୀୟ ଦଳକୁ ଅତି ଜବରଦସ୍ତ ବିଜୟ ମିଳିଛି। ବ୍ଲୁ ଆର୍ମି ଗତକାଲି ରବିବାର ଦିନ ଦୁବାଇରେ ଖେଳା ଯାଇଥିବା ମ୍ୟାଚକୁ ପାକିସ୍ତାନ ବିପକ୍ଷରେ ୫ ୱିକେଟରେ ଜିତି ନେଇଛି। ଏଥଥିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ସେ ପ୍ରଥମେ ବୋଲିଂରେ ଏବଂ ପରେ ବ୍ୟାଟିଂରେ ନିଜ କରାମତି ଦେଖାଇଥିଲେ। ତାଙ୍କର ଏହି ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା।

ମ୍ୟାଚ ପରେ ସେ ମନ ଖୋଲି ନିଜ ଅଭିଜ୍ଞତା ଜାହିର କରିଥିଲେ। ସେ କହିଥିଲେ ଯେ, ପରିସ୍ଥିତିକୁ ଠିକ ସେ ଆକଳନ କରିବା ଆବଶ୍ୟକ ଏବଂ ନିଜ ଦକ୍ଷତାକୁ ଠିକ ଭାବରେ ଉପଯୋଗ କରିବା ଦରକାର। ବୋଲିଂରେ ହାର୍ଡ ଲେଣ୍ଥ ତାଙ୍କ ସଫଳତା ଅଟେ। ସେ ଜାଣିଥିଲେ ଯେ ନୱାଜଙ୍କ ଗୋଟିଏ ଓଭର ରହିଛି। ତେଣୁ ସେ ଗମ୍ଭୀରତାର ସହିତ ଖେକିବାକୁ ପସନ୍ଦ କରିଥିଲେ। ଅନ୍ତିମ ଓଭରରେ ୭ ରନ ବଦଳରେ ଯଦି ୧୫ ଦରକାର ହୋଇ ଥାଆନ୍ତା ତେବେ ମଧ୍ୟ ସେ ଏହାକୁ ହାସଲ କରିଥାନ୍ତେ।
Stars of the run-chase 👏👏
Don't miss @imjadeja & @hardikpandya7 chatting post #TeamIndia's win against Pakistan
Coming soon on https://t.co/Z3MPyeKtDz 📹#AsiaCup2022 | #INDvPAK pic.twitter.com/BfiH5iHrYW
— BCCI (@BCCI) August 28, 2022
ସେ ଏକଥା ମଧ୍ୟ କହିଥିଲେ ଯେ, ” ମୁଁ ଜାଣିଛି। ୨୦ତମ ଓଭର ବୋଲିଂ କରିବା ସମୟରେ ମୋ ଠାରୁ ଅଧିକ ପ୍ରେସର ବୋଲର ଉପରେ ଥିଲା। ଏହା ଗର୍ବ ନୁହେଁ। କିନ୍ତୁ ସେହି ସମୟରେ ମତେ ଏକ ସୁଯୋଗ ନେବା ଦରକାର ଥିଲା। ୧୫ ଓଭର ଶେଷ ସୁଦ୍ଧା ଆମ ସ୍କୋର ବହୁତ ପଛରେ ଥିଲା। କିନ୍ତୁ ଅନ୍ତିମ ଓଭରରେ ଏକ ବଡ ଛକାର ଦରକାର ଥିଲା। ମୁଁ ଜାଣିଥିଲି ଯେ , ଜଣେ ବୋଲର ପାକିସ୍ତାନ ତରଫରୁ ଡେବ୍ୟୁ କରୁଛନ୍ତି ଏବଂ ଅନ୍ୟ ଜଣେ ବୋଲର ସ୍ପିନର ଅଛନ୍ତି। ମୁଁ କେବଳ ମୋ ଖେଳ ଉପରେ ଧ୍ୟାନ ଦେଲି ଏବଂ ଏହାକୁ ଅତି ସହଜର ସହିତ ଗ୍ରହଣ କଲି।”
From @hardikpandya7's emotional Asia Cup journey to @imjadeja's solid batting display! 👍 👍
The all-rounder duo chat up after #TeamIndia win their #AsiaCup2022 opener against Pakistan – by @ameyatilak
Full interview 🎥 🔽 https://t.co/efJHpc4dBo #INDvPAK pic.twitter.com/MJOij6bDRl
— BCCI (@BCCI) August 29, 2022
ଅନ୍ୟପକ୍ଷରେ ଯତୀନ ସପ୍ରୁଙ୍କ ସହ ହୋଇଥିବା ଇଣ୍ଟରଭ୍ୟୁରେ ସେ କହିଥିଲେ ଯେ,” ମୁଁ ଜାଡେଜାଙ୍କୁ କହିଥିଲି ଯେ, ମ୍ୟାଚକୁ ଅନ୍ତିମ ବଲ ପର୍ଯ୍ୟନ୍ତ ନେବା ମୋତେ ପସନ୍ଦ ନୁହେଁ। ତେଣୁ ଆମକୁ ଏହା ପୂର୍ବରୁ ଛକା ଲଗାଇ ଖେଳ ସମାପ୍ତ କରିବାକୁ ହେବ। ସେଥିପାଇଁ ଯେତେବେଳେ ସେ ଛକା ଲଗାଇବାକୁ ଯାଇ ଆଉଟ ହେଲେ, ସେତେବେଳେ ମୋ ରିଆକ୍ସନ ଏପରି ଥିଲା।” ଏହା ବ୍ୟତୀତ ସେ ପୂର୍ବ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଶଂସା କରି କହିଥିଲେ ଯେ,” ମୁଁ ମାହି ଭାଇଙ୍କ ଠାରୁ ବହୁତ କିଛି ଶିଖିଛି। କିପରି ମ୍ୟାଚର ଅନ୍ତିମ ସମୟରେ ନିଜ ମଙ୍କୁ ସ୍ଥିର ରଖି ଖେଳିବ ତାହା ତାଙ୍କ ଠାରୁ ଅଧିକ କେହି ଜାଣି ନାହାନ୍ତି। ତେବେ ମୁଁ ଏହା ଉପରେ ଆହୁରି ମଧ୍ୟ କାମ କରୁଛି।”
ସୂଚନାଯୋଗ୍ୟ ଯେ, ହାର୍ଦିକ ପାଣ୍ଡ୍ୟା ରବୀନ୍ଦ୍ର ଜାଡେଜାଙ୍କ ସହିତ ମିଶି ଭାରତୀୟ ସ୍କୋରକୁ ୧୮ ଓଭରରେ ୧୨୭ ରନରେ ପହଞ୍ଚାଇ ଦେଇଥିଲେ। ଶେଷ ୧୨ ଟି ବଲରେ ୨୧ ରନ ଦରକାର ଥିଲା। ୧୯ତମ ଓଭର ହାରିସ ରଉଫ ବୋଲିଂ କରିବାକୁ ଆସିଥିଲେ। ହାର୍ଦିକ ଏହି ଓଭରରେ ୩ ଟି ଚୌକା ଲଗାଇ ଭାରତକୁ ପୁଣି ଥରେ ମ୍ୟାଚକୁ ନେଇ ଆସିଥିଲେ। ଅନ୍ତିମ ଓଭରରେ ୭ ରନ ଦରକାର ଥିଲା। କିନ୍ତୁ ରବୀନ୍ଦ୍ର ଜାଡେଜା ଛକା ଲଗାଇବାକୁ ପ୍ରୟାସ କରି ପ୍ରଥମ ବଲରେ ଆଉଟ ହୋଇ ଯାଇଥିଲେ। ଏହାର ପରବର୍ତ୍ତୀ ଦୁଇଟି ବଲରେ ଭାରତ ୧ ରନ କରିଥିଲା। ଏହି ଓଭରର ଚତୁର୍ଥ ବଲରେ ହାର୍ଦ୍ଦିକ ପାଣ୍ଡ୍ୟା ଛକା ଲଗାଇ ଧୋନୀଙ୍କ ଭଳି ମ୍ୟାଚ ଭାରତକୁ ମ୍ୟାଚ ଜିତାଇଥିଲେ।