ବ୍ୟୁରୋ ରିପୋର୍ଟ: ଏସିଆ କପ ୨୦୨୨ର ଆରମ୍ଭ ୨୭ ଅଗଷ୍ଟରୁ ୟୁଏଇରେ ହେବାର ଅଛି। ଭାରତ ନିଜର ପ୍ରଥମ ମ୍ୟାଚ ଗୋଟେ ଦିନ ପରେ ବା ରବିବାରକୁ ୨୮ ଅଗଷ୍ଟକୁ ପାକିସ୍ତାନ ବିରୁଦ୍ଧରେ ଖେଳିବାର ଅଛି। ଏହି ମ୍ୟାଚ ଦୁବାଇ ଇଣ୍ଟର ନେସନାଲ ଷ୍ଟାଡିୟମରେ ଭାରତୀୟ ସମୟଅନୁସାରେ ସନ୍ଧ୍ୟା ୭.୩୦ରୁ ଆରମ୍ଭ ହେବାର ଅଛି। ଟିମ ଇଣ୍ଡିଆର ଚୂଡାନ୍ତ ଏକାଦଶରେ ରବିନ୍ଦ୍ର ଜାଡେଜାଙ୍କୁ ଜାଗା ମିଳିବା ନେଇ ପ୍ରଶ୍ନ ହେବ। କାରଣ ଏହା ନିର୍ଧାରଣ କରିବା କଷ୍ଟକର ହେବକି ଜାଡେଜା କାହା ଜାଗାରେ ଖେଳିବେ।

ରବିନ୍ଦ୍ର ଜାଡେଜାଙ୍କ ଜାଗାକୁ ନେଇ ପ୍ରଶ୍ନ:
ରବିନ୍ଦ୍ର ଜାଡେଜାଙ୍କୁ ଟିମ ଇଣ୍ଡିଆର ଚୂଡାନ୍ତ ଏକାଦଶରେ ଜାଗା ପାଇବା ପାଇଁ ନିଜକୁ। ସାବ୍ୟସ୍ତ କରିବାକୁ ହେବକି ସେ ହାର୍ଦିକ ପାଣ୍ଡ୍ୟା ଓ ଦିନେସ କାର୍ତିଙ୍କ ଠୁ ଭଲ ଅଟନ୍ତି। କେଏଲ, ରାହୁଲ, ରୋହିତ ଶର୍ମା, ବିରାଟ କୋହଲି,ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ ଓ ହାର୍ଦିକ ପାଣ୍ଡ୍ୟା ଏହି ଟପ ୬ ଖେଳାଳି ଟିମ ଇଣ୍ଡିଆର ଚୂଡାନ୍ତ ଏକାଦଶରେ ଖେଳିବା ପକା ମାନାଯାଉଛି। ଏବେ ଟିମ ମ୍ୟାନେଜମେଣ୍ଟକୁ ଏହା ନିର୍ଧାରଣ କରିବାକୁ ହେବକି ନମ୍ବର ୭ରେ ଫିନିସର ଦିନେସ କାର୍ତ୍ତିକ ଖେଳିବେ ବା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା।

ଆଶ୍ଚର୍ଯ୍ୟ କରିଦେବ ଏହି କାରଣ:
ରବିନ୍ଦ୍ର ଜାଡେଜା ଯଦି ୭ ନମ୍ବରରେ ଚୂଡାନ୍ତ ଏକାଦଶରେ ଅଲରାଉଣ୍ଡର ହିସାବରେ ଖେଳିବେ ତେବେ ତାଙ୍କୁ ସାବ୍ୟସ୍ତ କରିବାକୁ ହେବକି ସେ ଦିନେସ କାର୍ତ୍ତିକଙ୍କ ଠୁ ଭଲ ପ୍ରଦର୍ଶନ କରିବେ। ତେବେ ଯାଇ ଦିନେସ କାର୍ତ୍ତିକଙ୍କୁ ଡ୍ରପ କରାଯାଇ ରବିନ୍ଦ୍ର ଜାଡେଜାଙ୍କୁ ମୌକା ମିଳିବ। ଯଦି ଜାଡେଜା ସ୍ପିନର ରୂପରେ ଟିମରେ ଖେଳିବେ ତେବେ ତାଙ୍କୁ ସାବ୍ୟସ୍ତ କରିବାକୁ ହେବକି ସେ ୟୁଜବେନ୍ଦ୍ର ଚହଲ ଓ ଆର ଅଶ୍ୱିନୀଙ୍କ ଠୁ ଭଲ ପ୍ରଦର୍ଶନ କରିବେ। ଏବେ ଏହା ପ୍ରଶ୍ନକି ଜାଡେଜା ବ୍ୟାଟ୍ସମ୍ୟାନ ନା ବୋଲରଙ୍କ ରୂପରେ ଖେଳିବେ।
ପାକିସ୍ତାନ ବିରୁଦ୍ଧରେ ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ:
ରୋହିତ ଶର୍ମା (ଅଧିନାୟକ),କେ ଏଲ ରାହୁଲ,ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ରିଷଭ ପନ୍ତ, ହାର୍ଦିକ ପାଣ୍ଡ୍ୟା,ଦିନେସ କାର୍ତ୍ତିକ, ଆର ଅଶ୍ୱିନୀ,ୟୁଜବେନ୍ଦ୍ର ଚାହଲ,ଅର୍ସଦୀପ ସିଂ, ଭୁବନେଶ୍ୱର କୁମାର।