ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆ ୨୮ ଅଗଷ୍ଟକୁ ଏସିଆ କପରେ ପାକିସ୍ତାନ ସହ ଖେଳିବାର ଅଛି। ବାବର ଆଜମଙ୍କ ଟିମ ପାକିସ୍ତାନ ଭଲ ପ୍ରଦର୍ଶନ କରୁଛି। ନିଜେ ଅଧିନାୟକ ବାବର ଆଜମ ସୁନ୍ଦର ଫର୍ମରେ ଅଛନ୍ତି। ଅନ୍ୟ ପଟେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ଭାରତୀୟ ଟିମ ଟି-୨୦ ବିଶ୍ୱକପର ପ୍ରତିଶୋଧ ପାକିସ୍ତାନଠୁ ନେବାକୁ ଚାହିଁବ। କିନ୍ତୁ କୋଚ ରାହୁଲ ଡ୍ରାଭିଡ ଓ ଅଧିନାୟକ ରୋହିତ ଶର୍ମାଙ୍କୁ ଚୂଡାନ୍ତ ଏକାଦଶ ଚୟନ ପାଇଁ କଷ୍ଟକରିବାକୁ ପଡିବ। ଏହି ସମୟରେ ଭାରତୀୟ ଟିମର ଖେଳାଳି ଏକାସାଥିରେ ଟି-୨୦ ମ୍ୟାଚ ଖେଳୁନାହାଁନ୍ତି।

ଭାରତୀୟ ଟିମର ଖେଳାଳି ଆଇପିଏଲରେ ଅଲଗା ଅଲଗା ଟିମରୁ ଖେଳୁଛନ୍ତି। ସେହିପରି ଭାରତୀୟ ସିନିୟର ଖେଳାଳି କମଜୋର ଟିମ ବିରୁଦ୍ଧରେ ମଧ୍ୟ ଖେଳୁନାହାଁନ୍ତି। ତେଣୁ ଅଧିନାୟକ ରୋହିତଙ୍କୁ ପାକିସ୍ତାନ ବିରୁଦ୍ଧରେ ଏସିଆ କପ ୨୦୨୨ରେ ପରଫେକ୍ଟ ଚୂଡାନ୍ତ ଏକାଦଶ ବାଛିବା ପାଇଁ କଷ୍ଟକରିବାକୁ ପଡିବ। ଭାରତର ପ୍ରମୁଖ ବୋଲର ଯଶପ୍ରୀତ ବୁମରା ଆଘାତ କାରଣରୁ ଏସିଆ କପରୁ ବାହାର ହୋଇଯାଇଛନ୍ତି। ଭାରତ ଦୁବାଇ ପିଚରେ ନିଜ ସ୍ପିନରଙ୍କ ଉପରେ ଭରସା କରିବ।
ଭାରତୀୟ ଟିମରେ ଚାରି ସ୍ପିନର ସାମିଲ:
ଏସିଆ କପରେ ଭାରତୀୟ ଟିମରେ ସ୍ପିନର ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନୀ, ରବି ବିସ୍ନୋଇ ଓ ୟୁଜବେନ୍ଦ୍ର ଚାହଲଙ୍କୁ ସାମିଲ କରାଯାଇଛି।ଜାଡେଜା ଅଲରାଉଣ୍ଡ ପ୍ରଦର୍ଶନରେ। ସକ୍ଷମ ହେତୁ ସେ ଖେଳିବା ନିଶ୍ଚିତ ମାନାଯାଉଛି। ଅନ୍ୟ ପଟରେ ଆର ଅଶ୍ୱିନୀ ଅଫ ସ୍ପିନର କାରଣରୁ ସେ ମଧ୍ୟ ଖେଳିବାର ସମ୍ଭାବନା ଅଧିକ। ଅନ୍ୟ ପରେ ଚହଲ ଓ ବିସ୍ନୋଇ ଦୁହେଁ ଲେଗ ସ୍ପିନର ଅଟେ। ବିସ୍ନୋଇଙ୍କୁ ଏହି ବର୍ଷ ଟି-୨୦ରେ ସୁନ୍ଦର ପ୍ରଦର୍ଶନର ପୁରସ୍କାର ମିଳିଛି। ବିସ୍ନୋଇଙ୍କୁ ଅକ୍ଷର ପଟେଲଙ୍କ ଠୁ ଅଧିକ ମହତ୍ତ୍ୱ ଦିଆଯାଇଛି। ଚୂଡାନ୍ତ ଏକାଦଶରେ ରୋହିତ ଗୋଟେ ଲେଗ ସ୍ପିନରଙ୍କୁ ମୌକା ଦେବେ ଯାହା ଦ୍ୱାରା ଟିମର ସନ୍ତୁଳନ ଠିକ ରହିବ।

ରବି ବିସ୍ନୋଇଙ୍କୁ ମିଳିପାରେ ମୌକା:
ବର୍ଷ ୨୦୨୨ରେ ଭାରତ ପାଇଁ ଟି-୨୦ରେ ସବୁଠୁ ଅଧିକ ୱିକେଟ ଭୁବନେଶ୍ୱର କୁମାର ନେଇଛନ୍ତି। ତାଙ୍କ ନମାରେ ୧୭ ମ୍ୟାଚରେ ୨୦ ୱିକେଟ ଅଛି। ଏହା ପରେ ହର୍ଷଲ ପଟେଲଙ୍କ ନାମ ଆସୁଛି ଯିଏକି ୧୫ ମ୍ୟାଚରେ ୧୯ ୱିକେଟ ନେଇଛନ୍ତି। ତୃତୀୟ ନମ୍ବରରେ ବିସ୍ନୋଇ ଓ ଚହଲ ଅଛନ୍ତି ଯାହାଙ୍କ ନାମରେ ୧୫-୧୫ ୱିକେଟ ଅଛି। ବିସ୍ନୋଇ ୯ ମ୍ୟାଚରେ ଓ ଚହଲ ୧୨ ମ୍ୟାଚରେ ଏହି ୱିକେଟ ନେଇଛନ୍ତି। ଦୁହିଁଙ୍କ ଇକୋନୋମି ରେଟ ଏହି ବର୍ଷ ପ୍ରାୟ ସମାନ।