ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଟି-୨୦ ସିରିଜର କିଛି ଘଣ୍ଟା ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ଏହି ସିରିଜରେ ଭାରତର ଅଧିନାୟକ କରାଯାଇଥିବା କେ ଏଲ ରାହୁଲ ଓ ଚାଇ ନାମ୍ୟାନ ବୋଲର କୁଲଦୀପ ଯାଦବ ଆଘାତ କାରଣରୁ ପୁରା ସିରିଜରୁ ବାହାର ହୋଇଯାଇଛନ୍ତି। ଏହି ସିରିଜରେ ଉପଅଧିନାୟକ ହୋଇଥିବା ରିଷଭ ପନ୍ତଙ୍କୁ ଅଧିନାୟକ ଓ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କୁ ଉପଅଧିନାୟକ କରାଯାଇଛି।

ବିସିସିଆଇ ବୁଧବାର ସନ୍ଧ୍ୟାକୁ ଏକ ବୟାନ ଜାରିକରି ଏହି ସୂଚନା ଦେଇଛନ୍ତି। ରାହୁଲଙ୍କ ଡାହାଣ ଅଣ୍ଟା ଓ କୁଲଦୀପ ଯାଦବଙ୍କ ଡାହାଣ ହାତରେ ଆଘାତ ଲାଗିଛି। ଏଥିପାଇଁ ଦୁଇ କ୍ରିକେଟର ପୁରା ସିରିଜରୁ ବାହାର ହେଇଯାଇଛନ୍ତି।ଏହାପରେ ଚୟନସମିତି ରିଷଭ ପନ୍ତ ଓ ହାର୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଓ ଉପଅଧିନାଯକ କରିଛନ୍ତି।
ଆଇପିଏଲ ୨୦୨୨ରେ ରିଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକତ୍ୱ ସମ୍ଭାଳିଥିବା ବେଳେ ହାର୍ଦିକ ପାଣ୍ଡ୍ୟା ନିଜ ଅଧିନାୟକତ୍ୱରେ ଗୁଜରାଟ ଟାଇଟନ୍ସକୁ ଚମ୍ପିୟନ କରିଥିଲେ। ଚୟନ ସମିତି ରାହୁଲ ଓ କୁଲଦୀପ ଯାଦବଙ୍କ ଜାଗାରେ ଏବେ ପର୍ଯ୍ୟନ୍ତ କାହାକୁ ରିପ୍ଲେସମେଣ୍ଟ ଆକାରରେ ଚୟନ କରିନାହିଁ। ଦୁଇ ଟିମ ଏବେ ଏନସିଏ ଯିବେ ଯେଉଁଠି ତାଙ୍କ ଆଘାତର ଆକଳନ କରାଯିବ ଓ ଚିକିତ୍ସା କରାଯିବ।
NEWS 🚨- KL Rahul and Kuldeep Yadav ruled out of #INDvSA series owing to injury.
The All-India Senior Selection Committee has named wicket-keeper Rishabh Pant as Captain and Hardik Pandya as vice-captain for the home series against South Africa @Paytm #INDvSA
— BCCI (@BCCI) June 8, 2022
ଏହି ସିରିଜକୁ ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତି ଆକାରରେ ଦେଖାଯାଉଛି। ସିରିଜର ପ୍ରଥମ ମ୍ୟାଚ ୯ ଜୁନକୁ ଦିଲ୍ଲୀର ଅରୁଣ ଜେଟିଲ ଷ୍ଟାଡିୟମରେ ଖେଳାଯିବାର ଅଛି।ଆଇପିଏଲରେ ଲଗାତର ମ୍ୟାଚ ଖେଳିବା କାରଣରୁ ସିନିୟର ଖେଳାଳି ରୋହିତ ଶର୍ମା, ବିରାଟ କୋହଲି ଓ ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି। ଏବେ ରାହୁଲ ଆଘାତ ହୋଇଯିବା ପରେ ଟିମ ଇଣ୍ଡିଆର ଚିନ୍ତା ବଢିଯାଇଛି।
ଭାରତ ପାଖରେ ଦିଲ୍ଲୀରେ ଲଗାତର ୧୩ ଟି ଟି-୨୦ ମ୍ୟାଚ ଜିତିବାର ମୌକା ଅଛି ଯାହା ଦ୍ୱାରା ବିଶ୍ୱ ରେକର୍ଡ ହେବ। ଏବେ ପର୍ଯ୍ୟନ୍ତ ଭାରତ ଲଗାତର ଟି-୨୦ରେ ୧୨ ଟି ମ୍ୟାଚ ଜିତିଛି କିନ୍ତୁ କୋଚ ଦ୍ରାଭିଡ ଏହାକୁ ଗୁରୁତ୍ୱ ଦେଉନାହାଁନ୍ତି। ତାଙ୍କ ନଜର ଟି-୨୦ବିଶ୍ୱକପ ଉପରେ ରହିଛି ସେଥିପାଇଁ ପାଇଁସେ ନୂଆ ଖେଳାଳିଙ୍କୁ ମୌକା ଦେଇ ଦେଖିବେ।
KL Rahul has been ruled out of the T20I series against South Africa owing to a right groin injury while Kuldeep Yadav will miss out in the T20I series after getting hit on his right hand while batting in the nets last evening.
More details here – https://t.co/KDJwRE9tCz #INDvSA
— BCCI (@BCCI) June 8, 2022
ଟି-୨୦ ସିରିଜ ପାଇଁ ଭାରତୀୟ ଟିମ:ଟିମ ଇଣ୍ଡିଆ: ଋତୁରାଜ ଗାୟକୱାଡ଼, ଇସାନ କିସନ, ଦୀପକ ହୁଡ୍ଡା, ଶ୍ରେୟସ ଅୟର, ରିଷଭ ପନ୍ତ(ଅଧିନାୟକ),ଦିନେସ କକାର୍ତ୍ତିକ, ହାର୍ଦିକ ପାଣ୍ଡ୍ୟା(ଉପଅଧିନାୟକ),ଭେଙ୍କଟେସ ଅୟର, ୟୁଜବେନ୍ଦ୍ର ଚାହଲ,ଅକ୍ସର ପଟେଲ,ରବି ବିସ୍ନୋଇ, ଭୁବନେଶ୍ୱର କୁମାର,ହର୍ଷଲ ପଟେଲ,ଆଭେସ ଖାନ ,ଅର୍ସଦୀପ ସିଂହ, ଉମରାନ ମଲ୍ଲିକ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର , ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର , ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।