IND vs SA: ଆଜି ସାମ୍ନା ସାମ୍ନି ହେବେ ଦୁଇ ଜବରଦସ୍ତ ଟିମ! ପନ୍ତଙ୍କ କ୍ୟାପଟେନସିରେ ଖେଳିବ ଭାରତ!

ବ୍ୟୁରୋ ରିପୋର୍ଟ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ଟି ମ୍ୟାଚର ଟି-୨୦ ସିରିଜର ପ୍ରଥମ ମ୍ୟାଚ ଆଜି ଦିଲ୍ଲୀର ଅରୁଣ ଜେଟିଲ ଷ୍ଟାଡିୟମରେ ଖେଳାଯିବ। ପନ୍ତଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଏହି ସିରିଜ ଖେଳିବ। ଏହି ବର୍ଷ ଶେଷରେ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ହେବ ତେଣୁ ଏହି ସିରିଜରେ ଯୁବ ଖେଳାଳିଙ୍କୁ ମୌକା ଦିଆଯାଇ ପରୀକ୍ଷା କରାଯିବ। ପୂର୍ବରୁ କେ ଏଲ ରାହୁଲଙ୍କୁ ଏହି ସିରିଜ ପାଇଁ ଅଧିନାୟକ କରାଯାଇଥିଲା ଯିଏକି ଆଘାତ କାରଣରୁ ପୁରା ସିରିଜରେ ବାହାର ହୋଇଯାଇଛନ୍ତି।

Google

ଭାରତୀୟ ଟିମର ନଜର ଲଗାତର ୧୩ ତମ ବିଜୟ ଉପରେ:

ରିଷଭ ପନ୍ତ ପ୍ରଥମଥର ଭାରତୀୟ ଟିମର ଅଧିନାୟକତ୍ୱ କରୁଛନ୍ତି ଯଦି ପ୍ରଥମ ମ୍ୟାଚ ଇଣ୍ଡିଆ ଜିତିଯିବ ତେବେ ଲଗାତର ୧୩ଟି ଟି-୨୦ ମ୍ୟାଚ ଜିତି ବିଶ୍ୱରେକର୍ଡ କରିବ। ଏହା ପୁରା ନୂଆ ଟିମ ଇଣ୍ଡିଆ ଅଟେ। ରାହୁଲ ଅଚାନକ ବାହାର ହୋଇଯିବା ଦ୍ଵାରା ଋତୁରାଜ ଗାୟକବାଡ଼ଙ୍କୁ ମୌକା ଦିଆଯାଇପାରେ। ମୁଖ୍ୟ କଥା ଏହାକି ଗାୟକୱାଡ଼, ଇସାନ କିସନ ଓ ଶ୍ରେୟସ ଅୟର ଟପ-୩ରେ ଖେଳିବେ ଯାହା ଦ୍ୱାରା ନୂଆ ଲୁକ ହେବ ଓ କୋଚ ଦ୍ରାଭିଡ ଟି-୨୦ ବିଶ୍ୱକପ ପୂର୍ବରୁ ଯୁବ ଖେଳାଳିଙ୍କୁ ପରୀକ୍ଷା କରିବେ।

ଅଧିନାୟକ ରୂପରେ ପନ୍ତ ପ୍ରଥମଥର ଇଣ୍ଟରନେସନାଲ ସିରିଜ ଖେଳିବେ:

ପନ୍ତଙ୍କୁ ସର୍ଵଦା ଭାରତର ଭବିଷ୍ୟତର ଅଧିନାୟକ ରୂପରେ ଦେଖାଯାଇଥାଏ ଓ ଏବେ ଛୋଟ ଫର୍ମାଟରେ ନଜକୁ ଅଧିନାୟକ ରୂପରେ ସାବ୍ୟସ୍ତ କରିବା ପାଇଁ ତାଙ୍କ ପାଖରେ ଭଲ ମୌକା ଅଛି। ସେ ପ୍ରଥମ ଥର ଇଣ୍ଟରନେସନାଲ ସିରିଜରେ ଅଧିନାୟକ ରୂପରେ ଖେଳୁଛନ୍ତି ଓ ଏହା ଉପରେ ସେ କହିଛନ୍ତି,”ଏହା ଦ୍ଵାରା ମତେ ବହୁତ ଫାଇଦା ହେବ ମୁଁ ଧୀରେ ଧୀରେ ବହୁତ କିଛି ଶିଖିବି”।

ଇସାନ କିସନଙ୍କ ପାଇଁ ବଡ଼ ମୌକା, ଅୟର ଖେଳିବେ ତୃତୀୟ ନମ୍ବରରେ:

Google

କୋଚ ରାହୁଲ ଦ୍ରାଭିଡ ଆଗାମୀ ୧୦ ଦିନ ମଧ୍ୟରେ ଯୁବ ଖେଳାଳଙ୍କ ଉପରେ ନଜର ରଖିବେ।ରାହୁଲଙ୍କ ଅନୁପସ୍ଥିତରେ ଇସାନ କିସନ ଓପନିଙ୍ଗ କରିବେ ଓ ତାଙ୍କ ପାଖରେ ଭଲ ମୌକା ଅଛି ନିଜକୁ ସାବ୍ୟସ୍ତ କରିବାପାଇଁ। ଶ୍ରେୟସ ଅୟରଙ୍କୁ ସୂର୍ଯ୍ୟକୁମାର ଯାଦବଙ୍କ ଜାଗାରେ ତୃତୀୟ ନମ୍ବରରେ ମୌକା ମିଳିପାରେ କିନ୍ତୁ ଭଲ ଫର୍ମରେ ଚାଲୁଥିବା ଦୀପକ ହୁଡାଙ୍କୁ ଅଣଦେଖା କରିହେବନି।

ହାର୍ଦିକ ପାଣ୍ଡ୍ୟା ସମ୍ଭାଳିବେ ଫିନିସରର ଭୂମିକା:

ସେହିପରି ଚତ୍ରୁର୍ଥ ନମ୍ବରରେ ପନ୍ତ ଓ ୫ ମ ନମ୍ବରରେ ଉପଅଧିନାୟକ ହାର୍ଦିକ ପାଣ୍ଡ୍ୟା ଓହ୍ଲାଇବେ। ପାଣ୍ଡ୍ୟା ଏବେ ଭଲ ଫର୍ମରେ ଅଛନ୍ତି ଯାହା ଟିମ ଇଣ୍ଡିଆ। ପାଇଁ ଭଲ ଖବର ଅଟେ। ସେ ଫିନିସରର ଭୂମିକା ପାଳନ କରିବେ। ସେହିପରି ଭୁବନେଶ୍ୱର କୁମାର ପ୍ରେସ ବୋଲିଙ୍ଗ ଓ ୟୁଜବେନ୍ଦ୍ର ଚହଲ ଓ ଅକ୍ଷର ପଟେଲ ସ୍ପିନ ସମ୍ଭାଳିବେ।

ସିରିଜ ପାଇଁ ଭାରତୀୟ ଟିମ:

ଋତୁରାଜ ଗାୟକୱାଡ଼, ଇସାନ କିସନ, ଦୀପକ ହୁଡ୍ଡା,ଶ୍ରେୟସ ଅୟର, ରିଷଭ ପନ୍ତ(ଅଧିନାୟକ), ଦିନେସ କାର୍ତିକ, ହାର୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ଭେଙ୍କଟେସ ଅୟର,ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ରବି ବିସ୍ନୋଇ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଆଭେଶ ଖାନ, ଅର୍ସଦୀପ ସିଂହ ଓ ଉମରାନ ମଲ୍ଲିକ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *