ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ ଶେଷ ହେବାପରେ ଏବେ ଭାରତୀୟ ଟିମ ନିଜ ଘରେ ଦକ୍ଷିଣ ଆଫ୍ରିକା ସହ ଟି-୨୦ ସିରିଜ ଖେଳିବାର ପ୍ରସ୍ତୁତ ଅଛି। ଏହି ସିରିଜ ପାଇଁ କେ ଏଲ ରାହୁଲଙ୍କୁ ଅଧିନାୟକ କରାଯାଇଛି ଯେବେକି ଅଧିନାୟକ ରୋହିତ ଶର୍ମା ,ବିରାଟ କୋହଲିଙ୍କ ପରି ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ଯେବେକି ହାର୍ଦିକ ପାଣ୍ଡ୍ୟା ଓ ଦିନେସ କାର୍ତ୍ତିକଙ୍କ ପରି ଖେଳାଳିଙ୍କୁ ଆଇପିଏଲ ୨୦୨୨ରେ ଧମାକାଦାର ପ୍ରଦର୍ଶନ ଦ୍ଵାରା ଟିମ ଇଣ୍ଡିଆରେ ପୂର୍ଣ୍ଣ ମୌକା ଦିଆଯାଇଛି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏହି ୫ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଆରମ୍ଭ ୯ ଜୁନକୁ ଦିଲ୍ଲୀରେ ହେବ। ଏହି ମ୍ୟାଚରେ ଭାରତୀୟ ଟିମ ପାଖରେ ଇତିହାସ ରଚିବାର ମୌକା ଅଛି। ଭାରତୀୟ ଟିମ ଲଗାତର ସବୁଠୁ ଅଧିକ ଟି-୨୦ ଇଣ୍ଟରନେସନାଲ ମ୍ୟାଚ ଜିତିବା ଵାଲାପ୍ରଥମ ଟିମ ହେବାରୁ ମାତ୍ର ଗୋଟେ ବିଜୟ ଦୂରରେ ଅଛି।

ଭାରତୀୟ ଟିମ ଏବେ ଲଗାତର ଅଧିକ ଟି-୨୦ ଇଣ୍ଟରନେସନାଲ ମ୍ୟାଚ ଜିତିବା ଲିଷ୍ଟରେ ରୋମାନିଆ ଓ ଆଫଗାନିସ୍ତାନ ସହିତ ସଂଯୁକ୍ତ ରୂପରେ ତୃତୀୟ ସ୍ଥାନରେ ଅଛି। ଦକ୍ଷିଣ ଆଫ୍ରିକା ସହ ପ୍ରଥମ ଟି-୨୦ ଜିତିବା କ୍ଷଣୀ ଭାରତ ଆଫଗାନିସ୍ତାନ ଓ ରୋମାନିଆଠୁ ଆଗକୁ ଚାଲିଯିବ। ଦକ୍ଷିଣ ଆଫ୍ରିକା ଓ ରୋମାନିଆ ଏବେ ପର୍ଯ୍ୟନ୍ତ ଲଗାତର ୧୨ ଟି ଟି-୨୦ ଇଣ୍ଟରନେସନାଲ ମ୍ୟାଚ ଜିତିଛନ୍ତି। ଭାରତ ମଧ୍ୟ ଏତିକି ବେଳକୁ ହିଁ ଜିତିଛି ଓ ଏବେ ଆଉ ଗୋଟେ ଜିତିବା ଦ୍ଵାରା ଭାରତ ୧୩ ଟି-୨୦ ଇଣ୍ଟରନେସନାଲ ମ୍ୟାଚ ଲଗାତର ଜିତିବା ଵାଲା ପ୍ରଥମ ଟିମ ହୋଇଯିବ।
ଆଫଗାନିସ୍ତାନ ଏବେ ପର୍ଯ୍ୟନ୍ତ ଜିମ୍ବାୱେ, ଆୟରଲାଣ୍ଡ ଓ ବଙ୍ଗଳାଦେଶକୁ ହରାଇ ୧୨ ଟି-୨୦ ଇଣ୍ଟରନେସନାଲ ମ୍ୟାଚ ଲଗାତର ଜିତିଛି। ଯେବେକି ରୋମାନିଆ ବୁଲଗାରିଆ, ସର୍ବୀୟା ଓ ଚେକ ଗଣରାଜ୍ୟ ଭଳି ଟିମଙ୍କୁ ହରାଇଛି। ଟି-୨୦ ବିଶ୍ୱକପ ୨୦୨୧ ପରଠୁ ଭାରତୀୟ ଟିମ ଏବେ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ ସହ ଟି-୨୦ ସିରିଜ ଖେଳିଛି। ଭାରତକୁ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ପ୍ରଥମ ଟି-୨୦ ମ୍ୟାଚ ୯ ଜୁନକୁ ଦିଲ୍ଲୀରେ, ଦ୍ୱିତୀୟ ମ୍ୟାଚ ୧୨ ଜୁନକୁ କଟକରେ, ତୃତୀୟ ମ୍ୟାଚ ୧୪ ଜୁନକୁ ବିଶାଖାପାଟଣାରେ, ଚତ୍ରୁର୍ଥ ମ୍ୟାଚ ୧୭ ଜୁନକୁ ରାଜକୋଟରେ ଓ ଶେଷ ବା ପଞ୍ଚମ ମ୍ୟାଚ ୧୯ ଜୁନକୁ ବାଙ୍ଗାଲୋରରେ ଖେଳାଯିବାର ଅଛି।
ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଟି-୨୦ ସିରିଜ ପାଇଁ ଭାରତୀୟ ଟିମ:

କେ ଏଲ ରାହୁଲ(ଅଧିନାୟକ), ଋତୁରାଜ ଗାୟକୱାଡ଼, ଇସାନ କିସନ, ଦୀପକ ହୁଡ୍ଡା,ଶ୍ରେୟସ ଅୟର, ରିଷଭ ପନ୍ତ, ଦିନେସ କାର୍ତ୍ତିକ, ହାର୍ଦିକ ପାଣ୍ଡ୍ୟା, ଭେଙ୍କଟେସ ଅୟର,ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ, ରବି ବିସ୍ନୋଇ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଆଭେଶ ଖାନ, ଅର୍ସଦୀପ ସିଂହ ଓ ଉମରାନ ମଲ୍ଲିକ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।