IND vs SA: ଧୋନୀଙ୍କ ଜାଗାରେ ଏହି ଖେଳାଳି ନିଭାଇବେ ଫିନିସର ଭୂମିକା! ରବି ଶାସ୍ତ୍ରୀଙ୍କ ବଡ଼ ବୟାନ

ବ୍ୟୁରୋ ରିପୋର୍ଟ: ରବି ଶାସ୍ତ୍ରୀ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-୨୦ ସିରିଜ ପୂର୍ବରୁ ବଡ଼ ବୟାନ ଦେଇଛନ୍ତି। ୫ ଟି ମ୍ୟାଚର ଟି-୨୦ ସିରିଜ ୯ ଜୁନରୁ ଆରମ୍ଭ ହେବ। ପୂର୍ଵ କୋଚ ରବି ଶାସ୍ତ୍ରୀ କହିଛନ୍ତି ମହେନ୍ଦ୍ର ସିଂହ ଧୋନି ଜାଗା ଭରିବା ୱାଲା ୱିକେଟ କିପର ଆବଶ୍ୟକ ଯିଏକି ଫିନିସର ମଧ୍ୟ ହେବ। ମୋ ହିସାବରେ ଦିନେସ କାର୍ତ୍ତିକ ଏହି ପାଇଁ ଉପଯୁକ୍ତ। ଆଇପିଏଲ ୨୦୨୨ରେ କାର୍ତିକ ଆରସିବି ତରଫରୁ ଫିନିରସ ରୂପରେ ସୁନ୍ଦର ପ୍ରଦର୍ଶନ କରିଥିଲେ ଓ ତାଙ୍କ ଷ୍ଟାଇକ ରେଟ ମଧ୍ୟ ୧୮୩ର ରହିଥିଲା। ଏହି କାରଣ ପାଇଁ ତାଙ୍କୁ ଟି-୨୦ ସିରିଜରେ ଲମ୍ବା ସମୟ ପରେ ଭାରତୀୟ ଟିମରେ ଜାଗା ମିଳିଛି।

Google

ଷ୍ଟାର ସ୍କୋର୍ଟରେ କଥା ହେବା ସମୟରେ ଶାସ୍ତ୍ରୀ କହିଛନ୍ତି,”ଏହା ଦିନେସ କାର୍ତ୍ତିକଙ୍କ ପାଇଁ ମୌକା ଅଟେ,ଯଦି ତାଙ୍କୁ ଚୂଡାନ୍ତ ଏକାଦଶରେ ମୌକା ମିଳିଲା ଓ ସେ ଭଲ ପ୍ରଦର୍ଶନ କରିପାରନ୍ତି,ସମସ୍ତେ ଜାଣିଛନ୍ତି ତାଙ୍କ ପାଖରେ ଅନୁଭବ ଅଛି। ଏଥିପାଇଁ ଏହା ଆହୁରି ମହତ୍ତ୍ୱପୂର୍ଣ୍ଣ ହୋଇଯାଉଛି”। ସେ କହିଛନ୍ତି ଆପଣଙ୍କୁ ଟିମର ଦୃଷ୍ଟି କୋଣରୁ ଦେଖିବାକୁ ହେବକି ଟିମ ଏବେ କଣ ଆବଶ୍ୟକ କରୁଛି।ଟିମ ଏପରି ୱିକେଟକିପର ଚାହୁଁଛି କିଏ ଟପ ଅର୍ଡରରେ ବ୍ୟାଟିଙ୍ଗ କରୁଥିବା ନା ଟିମ ଏପରି ୱିକେଟକିପର ଚାହୁଁଛି କିଏ ଫିନିସର ହୋଇଥିବ। ମୁଁ ଦ୍ୱିତୀୟ ବିକଳ୍ପ ସପକ୍ଷରେ ଅଛି କାରଣ ଆପଣଙ୍କୁ ଏବେ ଏପରି ୱିକେଟକିପରଙ୍କ ଆବଶ୍ୟକତା ଅଛି ଯିଏକି ଧୋନିଙ୍କ ଜାଗା ନେଇପାରିବେ।

ମ୍ୟାଚ ଶେଷ କରିପାରୁଥିବା ଖେଳାଳି ଆବଶ୍ୟକ:

ରବି ଶାସ୍ତ୍ରୀ କହିଛନ୍ତି ପୂର୍ବରୁ ହିଁ ରିଷଭ ପନ୍ତ ଟିମ ସହ ଅଛନ୍ତି, ଯିଏକି ଟି-୨୦ ଫର୍ମାଟରେ ୪ ବା ୫ ନମ୍ବରରେ ବ୍ୟାଟିଙ୍ଗ କରିପାରିବେ। କିନ୍ତୁ ଆପଣ ଏକ ଏପରି ଖେଳାଳି ଚାହୁଁଛନ୍ତି ଯିଏ ଖେଳକୁ ଶେଷ ପର୍ଯ୍ୟନ୍ତ ନେଇ ଶେଷ କରିପାରୁଥିବ। ସେ କହିଛନ୍ତି ଟିମରେ ଅଧିକ ଫିନିସର ନାହାଁନ୍ତି,କାରଣ ଏମ ଏସ ଧୋନି ଅବସର ନେଇସାରିଛନ୍ତି। ଏଥିପାଇଁ ମତେ ଲାଗୁଛି କି ଦିନେସ କାର୍ତ୍ତିକଙ୍କ ପାଖରେ ଭଲ ମୌକା ଅଛି।

Google

ଦିନେସ କାର୍ତ୍ତିକଙ୍କୁ ଯଦି ଟି-୨୦ ବିଶ୍ୱକପ ଟିମରେ ଜାଗା ମିଳିବ ତେବେ ସେ ୨୦୧୦ ପରେ ଅଷ୍ଟ୍ରେଲିଆରେ ଟି-୨୦ ମ୍ୟାଚ ଖେଳିବେ। ୩୭ ବର୍ଷୀୟ କାର୍ତିକ ଆଇପିଏଲ ୨୦୨୨ରେ ୧୬ ମ୍ୟାଚରେ ୩୩୦ ରନ କରିଥିଲେ। କିନ୍ତୁ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ତାଙ୍କୁ ଚୂଡାନ୍ତ ଏକାଦଶରେ ଅଧିନାୟକ ରାହୁଲ ଓ କୋଚ ଦ୍ରାଭିଡ ସାମିଲ କରୁଛନ୍ତି କି ନାହିଁ ଦେଖିବା ବାକି ରହିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *