IND vs SA: ଡ୍ର ରେ ବି ଭାରତର ବିଜୟ! ୦-୨ରେ ପଛେଇକି ମଧ୍ୟ ବରାବରୀ ,ଟିମ ଇଣ୍ଡିଆ କରିଲା ଏହି ରେକର୍ଡ!

ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆ ରିଷଭ ପନ୍ତଙ୍କ ଅଧିନାୟକତ୍ୱରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଟି-୨୦ ସିରିଜ ୨-୨ ବରାବରୀ କରିନେଇଛି। ପ୍ରଥମ ଦୁଇଟି ମ୍ୟାଚ ହାରିବା ପରେ ପୁର୍ଣ ଭଲ ପ୍ରଦର୍ଶନ କରି ଟିମ ଇଣ୍ଡିଆକୁ ସିରିଜକୁ ୨-୨ କରିଛି। ବାଙ୍ଗାଲୋରରେ ଖେଳାଯାଇଥିବା ଶେଷ ମ୍ୟାଚ ଡ୍ର ହୋଇଯାଇଥିଲା। ନଚେତ ଟିମ ଇଣ୍ଡିଆ ପାଖରେ ସିରିଜ ଜିତିବାର ମୌକା ଥିଲା।

Google

ଯୁବ ଅଧିନାୟକ ରିଷଭ ପନ୍ତ ପ୍ରଥମ ଥର ଟିମ ଇଣ୍ଡିଆର ଅଧିନାୟକତ୍ୱ ସମ୍ଭାଳୁଥିଲେ। ତାଙ୍କର ଆରମ୍ଭ ଦୁଇଟି ମ୍ୟାଚ ଖରାପ ରହିଥିଲା ଓ ଟିମ ଇଣ୍ଡିଆ ମ୍ୟାଚ ହାରିଯାଇଥିଲା। ପରେ ଆଗାମୀ ଦୁଇଟି ମ୍ୟାଚରେ ଟିମ ଇଣ୍ଡିଆ ଭଲ ଖେଳ ଦେଖାଇଲା ଓ ସିରିଜ ୨-୨ କରିଦେଲା।

ଯଦି ଟିମ ଇଣ୍ଡିଆ ଏହି ସିରିଜକୁ ୩-୨ରେ ଜିତିଯାଇଥାନ୍ତା ତେବେ ଏହା ପ୍ରଥମ ଥର ହୋଇଥାନ୍ତା ହେବେ ଟିମ ଇଣ୍ଡିଆ କୌଣସି ଦ୍ୱିପକ୍ଷ ସିରିଜରେ ୦-୨ରେ ପଛୁଆ ରହି ସିରିଜ ଜିତିଥାନ୍ତା।

ଭାରତ ସହିତ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ:

Google

ପ୍ରଥମ ଟି-୨୦: ଦକ୍ଷିଣ ଆଫ୍ରିକା ୭ ୱିକେଟରେ ଜିତିଲା

ଦ୍ୱିତୀୟ ଟି-୨୦: ଦକ୍ଷିଣ ଆଫ୍ରିକା ୪ ୱିକେଟରେ ଜିତିଲା

ତୃତୀୟ ଟି-୨୦: ଭାରତ ୪୮ ରନରେ ଜିତିଲା

ଚତ୍ରୁର୍ଥ ଟି-୨୦: ଭାରତ ୮୨ ରନରେ ଜିତିଲା

ପଞ୍ଚମ ଟି-୨୦: ମ୍ୟାଚ ବର୍ଷା କାରଣରୁ ରଦ ହୋଇଗଲା

ଏକ ଅଦ୍ଭୁତ ରେକର୍ଡ ମଧ୍ୟ କଲେ:

ଟିମ ଇଣ୍ଡିଆ ଟି-୨୦ ସିରିଜକୁ ଡ୍ରରେ ଶେଷ କଲା ହାରିଲା ନାହିଁ। ଏହା ସହିତ ଭାରତୀୟ ଟିମ ଏକ ଖାସ ରେକର୍ଡ ନିଜ ନାମରେ କରିଛି। ଟିମ ଇଣ୍ଡିଆ ସ୍ବଦେଶରେ ଖେଳିଥିବା ପୂର୍ଵ ୯ ସିରିଜ ହାରିନାହିଁ। କେଉଁ ସିରିଜ ଭାରତ ଓ ଡ୍ର କରାଇଛି କିନ୍ତୁ ହାରିନାହିଁ।

ଭାରତ ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଦେଇଛି, ଯିଏକି ୨୦୦୮-୧୦ ପର୍ଯ୍ୟନ୍ତ ୮ ଟି ସିରିଜରେ ଏପରି ଅଜୟ ରହିଥିଲା। ଭାରତ ଏହି ରେକର୍ଡ ୨୦୧୯ ରୁ ଆରମ୍ଭ କରିଥିଲା ଓ ୨୦୨୨ ପର୍ଯ୍ୟନ୍ତ ଏହା ୯ ସିରିଜ ପର୍ଯ୍ୟନ୍ତ ପହଁଚିଯାଇଛି।

୧-ଦକ୍ଷିଣ ଆଫ୍ରିକା ସହ ସିରିଜ ୧-୧(୨୦୧୯)

୨-ବଙ୍ଗଳାଦେଶ ସହ ସିରିଜ ୨-୧(୨୦୧୯)

୩-ୱେଷ୍ଟଇଣ୍ଡିଜ ସହ ସିରିଜ ୨-୧(୨୦୧୯)

୪-ଶ୍ରୀଲଙ୍କା ସହ ସିରିଜ ୨-୦(୨୦୧୯)

୫-ଇଂଲଣ୍ଡ ସହ ସିରିଜ ୩-୨(୨୦୨୦)

୬-ନ୍ୟୁଜିଲାଣ୍ଡ ସହ ସିରିଜ ୩-୦(୨୦୨୨)

୭-ୱେଷ୍ଟଇଣ୍ଡିଜ ସହ ସିରିଜ ୩-୦(୨୦୨୨)

୮-ଶ୍ରୀଲଙ୍କା ସହ ସିରିଜ ୩-୦(୨୦୨୨)

୯-ଦକ୍ଷିଣ ଆଫ୍ରିକା ସହ ସିରିଜ ୨-୨(୨୦୨୨)

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *