IND vs SA: କଟକରେ ହାରିଲେ ଭାରତ ହାତରୁ ଚାଲିଯିବ ସିରିଜ! ପନ୍ତ ଏବଂ ପାଣ୍ଡ୍ୟା କରିପାରନ୍ତି ଧମାକା!

କେ ଏଲ ରାହୁଲ ଟି-୨୦ ସିରିଜ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ଆଘାତ ହୋଇଯିବା ଦ୍ଵାରା ରିଷଭ ପନ୍ତଙ୍କୁ ଅଧିନାୟକ କରାଯାଇଥିଲା। କିନ୍ତୁ ତାଙ୍କ ଅଧିନାୟକତ୍ୱରେ ଦିଲ୍ଲୀରେ ଖେଳାଯାଇଥିବା ସିରିଜର ପ୍ରଥମ ମ୍ୟାଚରେ ଭାରତ ୨୧୧ ରନ କରି ମଧ୍ୟ ହାରିଯାଇଥିଲା। ସେହି ମ୍ୟାଚରେ ଟିମ ଇଣ୍ଡିଆର ବୋଲରଙ୍କ ପ୍ରଦର୍ଶନ ବହୁତ ଖରାପ ରହିଥିଲା କାରଣ ଆଭେଶ ଖାନଙ୍କୁ ଛାଡି ବାକି ସବୁ ବୋଲର ୧୦ ରୁ ଅଧିକ ଇକୋନୋମିରେ ରନ ଦେଇଥିଲେ। ଏବେ କଟକରେ ରବିବାରକୁ ହେବାକୁ ଥିବା ସିରିଜର ଦ୍ୱିତୀୟ ମ୍ୟାଚରେ ବୋଲରଙ୍କ ଠୁ ଭଲ ପ୍ରଦର୍ଶନର ଆଶା ରହିବ।

Google

ପନ୍ତଙ୍କ ପାଇଁ ଆଇପିଏଲ ୨୦୨୨ ଭଲ ରହିନଥିଲା କାରଣ ତାଙ୍କ ଅଧିନାୟକତ୍ୱରେ ଦିଲ୍ଲୀ ପ୍ଲେଅଫରେ ପହଁଚିପାରିନଥିଲା। ପନ୍ତଙ୍କୁ ଧଳା ବଲ କ୍ରିକେଟରେ ଟିମ ଇଣ୍ଡିଆର ଭବିଷ୍ୟତର ଅଧିନାୟକ ରୂପରେ ଦେଖାଯାଉଛି କିନ୍ତୁ ଆଇପିଏଲ ୨୦୨୨ ପରଠୁ ଏହି ଦାବି କମଜୋର ହେଇଯାଇଛି। ଅନ୍ୟ ପଟେ ଆଇପିଏଲ ୨୦୨୨ ହାର୍ଦିକ ପାଣ୍ଡ୍ୟାଙ୍କ ପାଇଁ ବହୁତ ଭଲ ରହିଥିଲାତାଙ୍କ ଅଧିନାୟକତ୍ୱରେ ଗୁଜୁରାଟ ଟାଇଟନ୍ସ ଚମ୍ପିୟନ ହୋଇଥିଲା। ପାଣ୍ଡ୍ୟା ବ୍ୟାଟିଙ୍ଗ ଓ ବୋଲିଙ୍ଗ ଦୁଇଟା ଯାକରେ ସୁନ୍ଦର ପ୍ରଦର୍ଶନ କରିଥିଲେ। ଏହି ସିରିଜ ପାଇଁ ତାଙ୍କୁ ଉପଅଧିନାୟକ ମଧ୍ୟ କରାଯାଇଛି।

ପନ୍ତ ପ୍ରଥମ ଟି-୨୦ରେ ପ୍ରେସରରେ ଥିଲେ!:

ଏବେ ପାଣ୍ଡ୍ୟାଙ୍କୁ ଭାରତର ଭବିଷ୍ୟତର ଅଧିନାୟକ ମଧ୍ୟ କୁହାଯାଉଛି। ଦ୍ୱିତୀୟ ଟି-୨୦ରେ ଅଧିନାୟକ ପନ୍ତଙ୍କ ଉପରେ ମ୍ୟାଚ ଜିତିବାର ପ୍ରେସର ରହିପାରେ। ଭାରତ ପକ୍ଷରୁ ପନ୍ତ ଏବେ ଅଧିନାୟକତ୍ୱରେ ଡେବ୍ୟୁ କରିଛନ୍ତି । ଏହି ମ୍ୟାଚରେ ତାଙ୍କ ଉପରେ ବହୁତ ପ୍ରଶ୍ନ ଉଠିଥିଲା କାରଣ ସେ ଏହି ମ୍ୟାଚରେ ଆଇପିଏଲ ୨୦୨୨ରେ ସବୁଠୁ ଅଧିକ ୱିକେଟ ନେଇଥିବା ୟୁଜବେନ୍ଦ୍ର ଚାହଲଙ୍କୁ ମାତ୍ର ୨ ଓଭର ଵୋଲିଙ୍ଗ ଦେଇଥିଲେ। ଏବେ ଦ୍ୱିତୀୟ ମ୍ୟାଚରେ ତାଙ୍କୁ ନିଜକୁ ସାବ୍ୟସ୍ତ କରିବାକୁ ହେବ।

ପନ୍ତଙ୍କପାଇଁ ଦ୍ୱିତୀୟ ମ୍ୟାଚରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ ଭାରତୀୟ ପ୍ରେସ ବୋଲିଙ୍ଗ।କାରଣ ପ୍ରଥମ ମ୍ୟାଚରେ ପ୍ରେସର ବୋଲର ବହୁତ ରନ ଦେଇଥିଲେ। ତେଣୁ ଦ୍ୱିତୀୟ ମ୍ୟାଚରେ ଅର୍ସଦୀପ ଓ ଉମରାନଙ୍କ ମଧ୍ୟରେ ଜଣଙ୍କୁ ମୌକା ଦିଆଯାଇପାରେ। ଅନୁଭବୀ ଭୁବନେଶ୍ୱର କୁମାର ବହୁତ ରନ ଦେଇଥିଲେ। ହର୍ଷଲ ପଟେଲ ମଧ୍ୟ ସେହିପରି ଭଲ ପ୍ରଦର୍ଶନ କରିପାରିନଥିଲେ। ଆଭେଶ ଖାନ କମ ରନ ଦେଇଥିଲେ ମଧ୍ୟ ୱିକେଟ ନେଇପାରିନଥିଲେ। ତେଣୁ ଏହି ବିଭାଗ ପନ୍ତଙ୍କ ଅସୁବିଧା ବଢ଼ାଇପାରେ।

Google

ପ୍ରଥମ ଟି-୨୦ରେ ଦକ୍ଷିଣ ଆଫ୍ରିକା ଯେଉଁଭଳି ପ୍ରଦର୍ଶନ କରିଛି ଲାଗୁଥିଲା ଦକ୍ଷିଣ ଆଫ୍ରିକା ନିଜ ଘରେ ହିଁ ଖେଳୁଛି। ଖାସକରି ଭାରତୀୟ ଖେଳାଳିଙ୍କୁ ମିଲର ଓ ହୁସେନଙ୍କ ଠୁ ସତର୍କ ରହିବାକୁ ହେବ।

ଦୁଇ ଦେଶର ଟିମ ଏହି ପ୍ରକାର ଅଟେ:

ଇଣ୍ଡିଆ: ରିଷଭ ପନ୍ତ(ଅଧିନାୟକ),ଋତୁରାଜ ଗାୟକୱାଡ଼,ଇସାନ କିସାନ ,ଦୀପକ ହୁଡ୍ଡା, ଶ୍ରେୟସ ଅୟର, ଦିନେସ କାର୍ତ୍ତିକ, ହାର୍ଦିକ ପାଣ୍ଡ୍ୟା (ଉପଅଧିନାୟକ),ଭେଙ୍କଟେସ ଅୟର, ୟୁଜବେନ୍ଦ୍ର ଚାହଲ, ଅକ୍ସର ପଟେଲ, ରବି ବିସ୍ନୋଇ, ଭୁବନେଶ୍ୱର କୁମାର,ହର୍ଷଲ ପଟେଲ,ଆବେଶ ଖାନ, ଅର୍ସଦୀପ ସିଂହ,ଉମରାନ ମଲିକ।

ଦକ୍ଷିଣ ଆଫ୍ରିକା: ତେମ୍ବା ବଭୁମା(ଅଧିନାୟକ), କ୍ୱିଣ୍ଟନ ଡି କକ, ରିଜା ହେନଡ୍ରିକ୍ସ, ହେନରିକ କ୍ଳାସେନ, କେଶବ ମହାରାଜ, ମାର୍କରମ, ଡେଭିଡ ମିଲର, ଲୁଙ୍ଗି ଏନଗିଡି, ଏନରିକ ନୋର୍କିଆ, ୱେନ ପାର୍ନେଲ, ପ୍ରିଟୋରିୟସ ,କାଗିସୋ ରବାଡ଼ା,ତବରେଜ ସାମସି,ଟ୍ରେଷ୍ଟନ ଷ୍ଟବସ,ରାଶି ଭାନ ଡର ହୁସେନ,ମାର୍କୋ ଜାନସେନ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *