IND vs SA: ବାରବାଟୀରେ ହାରିଲା ଟିମ ଇଣ୍ଡିଆ! ୨-୦ ରେ ଆଗୁଆ ସାଉଥ ଆଫ୍ରିକା!

ସାଉଥ ଆଫ୍ରିକା ଏବଂ ଭାରତ ମଧ୍ୟରେ ଦ୍ଵିତୀୟ ଟି-ଟ୍ୱେଣ୍ଟି ଶେଷ ହୋଇ ଯାଇଛି। ଏହି ମ୍ୟାଚକୁ ସାଉଥ ଆଫ୍ରିକା ୪ ୱିକେଟରେ ଜିତି ନେଇଛି। ଏହି ମ୍ୟାଚଟି ରବିବାର ଦିନ ଓଡ଼ିଶାର କଟକର ବାରବାଟୀ ଷ୍ଟାଡିୟମରେ ଖେଳା ଯାଇଥିଲା। ପ୍ରଥମେ ସାଉଥ ଆଫ୍ରିକା ଅଧିନାୟକ ତେମ୍ବା ବାବୁମା ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ବ୍ୟାଟିଂ ଆମନ୍ତ୍ରଣ ପାଇ ଭାରତୀୟ ଓପନର ଇଶାନ କିଶାନ ଏବଂ ଋତୁରାଜ ଗୈକ୍ବାଡ଼ ଓପନିଙ୍ଗ ଆରମ୍ଭ କରିଥିଲେ। କିନ୍ତୁ ଋତୁରାଜ ଗାଏକୱାଡ଼ ୧ ରନ କରି ନିଜ ୱିକେଟ ହରାଇଥିଲେ।

Google

ଦଳୀୟ ସ୍କୋର ୩ ରନ ଥିବା ବେଳେ ଭାରତ ନିଜର ପ୍ରଥମ ୱିକେଟ ହରାଇ ଥିଲା। ଏହାପରେ ଶ୍ରେୟସ ଅୟର ଏବଂ ଇଶାନ କିଶାନ ଦ୍ଵିତୀୟ ୱିକେଟ ଯୋଡିରେ ୪୫ ରନ ଯୋଡି ଥିଲେ। ଏହାପରେ ଇଶାନ କିଶାନ ୨ ଟି ଚୌକା ଏବଂ ୩ ଟି ଛକା ସହିତ ୨୧ ବଲରେ ୩୫ ରନ କରି ନିଜ ୱିକେଟ ହରାଇଥିଲେ। ଏହାପରେ ରିସବ ପନ୍ତ ଏବଂ ହାର୍ଦିକ ପାଣ୍ଡ୍ୟାଙ୍କ ଦ୍ଵାରା ଖରାପ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଉଭୟ ଯଥାକ୍ରମେ ୭ ଟି ବଲରେ ୫ ରନ ଏବଂ ୧୨ ଟି ବଲରେ ୯ ରନ କରି ଆଉଟ ହୋଇଥିଲେ। ଏହା ପରେ ଅକ୍ଷର ପଟେଲ ୧୧ ବଲରେ ୧୦ ରନ, ଦିନେଶ କାର୍ତ୍ତିକ ୨୧ ବଲରେ ୩୦ ରନ ଏବଂ ହର୍ଷଲ ପଟେଲ ୯ ବଲରେ ୧୨ ରନ କରିଥିଲେ। ଅନ୍ତିମ ଦୁଇ ଓଭରରେ ଦିନେଶ କାର୍ତିକ ଏବଂ ହର୍ଷଲ ପଟେଲଙ୍କ ବ୍ୟାଟିଂ ଯୋଗୁଁ ଦଳୀୟ ସ୍କୋର ନିର୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୪୮ ରନରେ ପହଞ୍ଚାଇ ଥିଲେ। ସାଉଥ ଆଫ୍ରିକା ପକ୍ଷରୁ ନର୍କୀୟା ସର୍ବାଧିକ ଦୁଇଟି ୱିକେଟ ନେଇଥିଲେ।

Google

ଏହାର ଜବାବରେ ସାଉଥ ଆଫ୍ରିକା ଓପନର ତେମ୍ବା ବଭୁମା ଏବଂ ରିଜା ହେନଡ୍ରିକସ୍ ଦଳକୁ ଏକ ଭଲ ଆରମ୍ଭ ଦେବାରେ ବିଫଳ ହୋଇଥିଲେ। ଦଳ ମାତ୍ର ୫ ରନ୍ର ହେନଡ୍ରିକସ୍ ଙ୍କ ୱିକେଟ ହରାଇଥିଲା। ଏହା ପରେ ଦଳ କ୍ରମାଗତ ଭାବରେ ୱିକେଟ ହରାଇ ଚାଲିଥିଲା। ପ୍ରିଟୋରିୟସ ୪ ରନରେ ଏବଂ ଭାନ ଡର ହୁସେନ ୧ ରନ କରି ଭୁବନେଶ୍ୱର କୁମାରଙ୍କ ବଲର ଶିକାର ହୋଇଥିଲେ। ଏହାର ହେନରି କ୍ଳାସେନ ଏବଂ ତେମ୍ବା ବଭୁମାଙ୍କ ଏକ ଭଲ ପାର୍ଟନର୍ସିପ୍ପ ଦ୍ୱାରା ଦଳୀୟ ସ୍କୋର ୯୩ ରନରେ ପହଂଚି ଥିଲା। ଅଧିନାୟକ ବାବୁମା ୩୦ ବଲରେ ୩୫ ରନ କରି ଆଉଟ ହୋଇଥିଲେ। ଏହାପରେ କ୍ଳାସେନ ଡେଭିଡ ମିଲରଙ୍କ ସହିତ ମିଶି ଦଳୀୟ ସ୍କୋର ୧୪୪ ରନରେ ପହଂଞ୍ଚାଇ ଥିଲେ। କ୍ଳାସେନ ୭ ଟି ଚୌକା ଏବଂ ୫ ଟି ଛକା ସହିତ ୪୬ ବଲରେ ୮୧ ରନ ସଂଗ୍ରହ କରି ହର୍ଷଲ ପଟେଲଙ୍କ ବଲରେ ଆଉଟ ହୋଇଥିଲେ। ଏହାପରେ ଡେଭିଡ ମିଲର ୧୫ ବଲରେ ୨୦ ରନ କରି ମ୍ୟାଚ ଜିତାଇଥିଲେ। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ସର୍ବାଧିକ ୪ ଟି ୱିକେଟ ନେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *