IND vs SA: ଦ୍ୱିତୀୟ ଟି-୨୦ ପାଇଁ ଓଡିଶା ପହଁଚିଲା ଟିମ ଇଣ୍ଡିଆ! ବର୍ଷା ଆସିଲେ ନିଆଯିବ ଏହି ଫଇସଲା!

ବ୍ୟୁରୋ ରିପୋର୍ଟ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ୧୨ ତାରିଖକୁ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବାର ଅଛି। ଏଥିପାଇଁ ବାରବାଟି ଷ୍ଟାଡିୟମରେ ସବୁ ପ୍ରସ୍ତୁତି ସରିଯାଇଛି। ଯଦି ବର୍ଷାର ସମ୍ଭାବନା ଅଛି ତେବେ ମଧ୍ୟ ଷ୍ଟାଡିୟମ ମ୍ୟାନେଜମେଣ୍ଟ ଏଥିପାଇଁ ପ୍ରସ୍ତୁତ।

Google

ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି ୧୨ ଜୁନକୁ କକଟର ବାରବାଟୀରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି-୨୦ ମ୍ୟାଚ ପାଇଁ ଶୁକ୍ରବାରକୁ ଭୁବନେଶ୍ୱରରେ ପହଁଚିଛନ୍ତି। ଭାରତୀୟ କ୍ରିକେଟରଙ୍କ ଏକ ଝଲକ ପାଇବା ପାଇଁ ସହ ନାଏକ ଲୋକ ଏୟାରପୋର୍ଟ ରାସ୍ତାରେ ଜମାହୋଇଯାଇଥିଲେ। ହୋଟେଲ ପହଁଚିବା ପରେ ଭାରତ ଓ ଦକ୍ଷିଣ ଆଫ୍ରିକାର ଖେଳାଳିଙ୍କୁ ପାରମ୍ପାରିକ ଭାବରେ ସ୍ୱାଗତ କରାଗଲା। ଅଧ୍ୟକ୍ଷ ପଙ୍କଜ ଲୋଚନଙ୍କ ସହିତ ଓଡ଼ିସା କ୍ରିକେଟ ସଂଘର ଅଧିକାରୀ ମଧ୍ୟ ଖେଳାଳିଙ୍କର ସ୍ୱାଗତ କଲେ।

କାଲି ଅଭ୍ୟାସ କରିବେ ଦୁଇଟିମ:

ଅଧକ୍ଷ ପଙ୍କଜ ଲୋଚନ ମୋହଂନ୍ତି କହିଛନ୍ତି,”ଆଜି ଦୁଇ ଟିମ ଭୁବନେଶ୍ୱର ପହଁଚିଯାଇଛନ୍ତି ଓ ଏବେ ଦୁଇପ୍ରହରର ଖାଇବା ଖାଇ ଆରାମ କରିବେ। ଦୁଇ ଟିମ କାଲି ନେଟ ଅଭ୍ୟାସ ପାଇଁ ଯିବେ। ଯଦି ବର୍ଷା ହେବ ମାତ୍ର ଅଧ ଘଣ୍ଟାଏ ଭିତରେ ଷ୍ଟାଡିୟମ ପୁଣି ପ୍ରସ୍ତୁତ କରାଯିବ। ଆମେ ପାଣି ବାହାର କରିବା ପାଇଁ ପୁରା ଗ୍ରାଉଣ୍ଡ କଭର କରିଛୁ”।

Google

ସୁରକ୍ଷା ବଵ୍ୟଵସ୍ଥାରେ ଯାଞ୍ଚ କରାଯାଇଛି:

ଏହାର ପୂର୍ଵ ଦିନ ଓଡିଶାର ଡିଜିପି ସୁନୀଲ ବଂସଲ ଓ ଅନ୍ୟ ବରିଷ୍ଟ ପୋଲସ ଅଧିକାରୀ ଗ୍ରାଉଣ୍ଡର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ବଂସଲ କହିଛନ୍ତି ଗୋଟେ ମାସ ପୂର୍ବରୁ ସବୁ ହିତାଧିକାରୀଙ୍କ ସହ ବୈଠକ ହୋଇ ପ୍ର୍ରସ୍ତୁତି ଆରମ୍ଭ କରିଦିଆଯାଇଥିଲା। ଡିଜିପି କହିଛନ୍ତି,”ମ୍ୟାଚ ପାଇଁ ସୁରକ୍ଷାର ସବୁ ବ୍ୟବସ୍ଥା କରାଯାଇଛି।ମାର୍କ ଡ୍ରିଲ ମଧ୍ୟ କରାଯାଇଛି।ଦର୍ଶକଙ୍କୁ ମ୍ୟାଚ ଶାନ୍ତିରେ ଦେଖିବା ଉଚିତ”।

ବାରବାଟୀର ଏହି ମ୍ୟାଚ ଏହି ୫ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ ହେବ। ଗୁରୁବାରକୁ ଦିଲ୍ଲୀରେ ହୋଇଥିବା ପ୍ରଥମ ମ୍ୟାଚ ଭାରତୀୟ ଟିମ ହାରିଯାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *