ବ୍ୟୁରୋ ରିପୋର୍ଟ: ଅକ୍ସର ପଟେଲଙ୍କ ସୁନ୍ଦର ଅର୍ଦ୍ଧଶତକ ଦ୍ଵାରା ଭାରତ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଦ୍ୱିତୀୟ ଏକଦିବସିୟରେ ସୁନ୍ଦର ବିଜୟ ହାସଲ କରିଛି। ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଙ୍ଗ କରି ଭାରତ ସାମ୍ନାରେ ୩୧୨ ରନର ଲକ୍ଷ ରଖିଥିଲା। ଶ୍ରେୟସ ଅୟର ଓ ସଞ୍ଜୁ ସାମସନଙ୍କ ଅର୍ଦ୍ଧଶତକ ପରେ ଅକ୍ଷର ପଟେଲଙ୍କ ସୁନ୍ଦର ୬୪ ରନର ପାରି ଦ୍ଵାରା ଭାରତ ୮ ୱିକେଟ ହରାଇ ୪୯.୪ ଓଭରରେ ଏହି ଲକ୍ଷ ହାସଲ କରିଥିଲା। ଏହା ସହିତ ଏହି ଏକଦିବସିୟ ସିରିଜ ଭାରତ ୨-୦ରେ କବ୍ଜା କରିଛି। ଭାରତ ୱେଷ୍ଟଇଣ୍ଡିଜକୁ ଲଗାତର ୧୨ ତମ ସିରିଜରେ ହରାଇଛି। ୩୫ ବଲରେ ୬୪ ରନର ନଟଆଉଟ ପାରି ଖେଳିଥିବା ଅକ୍ଷର ପଟେଲ ମ୍ୟାଚ ଅଫ ଦି ମ୍ୟାଚ ହୋଇଥିଲେ। ଏହା ସହ ଶ୍ରେୟସ ଅୟର ୬୩ ଓ ସଞ୍ଜୁ ସୈମସନ ୫୪ ରନ କରିଥିଲେ।

ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଙ୍ଗ କରି ସୁନ୍ଦର ଆରମ୍ଭ କରିଥିଲା। ଓପନର ସାଇ ହୋପ ଓ କାଇଲ ମାୟର୍ସ ଭଲ ଆରମ୍ଭ କରିଥିଲେ। ପ୍ରଥମ ତିନୋଟି ଓଭରରେ ୩୬ ରନ କରିଥିଲେ। ଦୀପକ ହୁଡା କାଇଲ ମାୟର୍ସଙ୍କୁ ଆଉଟ କରି ଟିମକୁ ପ୍ରଥମ ସଫଳତା ଦେଇଥିଲେ। ସେ ୩୯ ରନ କରିଥିଲେ,ଓ ହୋପଙ୍କ ସହ ପ୍ରଥମ ୱିକେଟ ପାଇଁ ୬୫ ରନ କରିଥିଲେ।
ଏହା ପରେ ହୋପ ତୃତୀୟ ନମ୍ବରରେ ଓହ୍ଲାଇଥିବା ସାମରାହ ବ୍ରୁକ୍ସଙ୍କ ମିଶି ସୁନ୍ଦର ଆରମ୍ଭ କରିଥିଲେ।ଭାରତୀୟ ଅଧିନାୟକ ଧାୱନ ପୁଣି ଅକ୍ଷର ପଟେଲଙ୍କୁ ବୋଲି ଗ ଦେଇଥିଲେ ଓ ସେ ବ୍ରୁକ୍ସ(୩୫)ଙ୍କ ୱିକେଟ ନେଇଥିଲେ। ଦୁହେଁ ଦ୍ୱିତୀୟ ୱିକେଟ ପାଇଁ ୬୨ ରନର ପାର୍ଟନରସିପ କରିଥିଲେ। ଆଗାମି ଓଭରରେ ଚହଲ ବ୍ରେଣ୍ଡନ କିଙ୍ଗଙ୍କୁ ଶୂନ୍ୟରେ ଆଉଟ କରିଦେଇଥିଲେ।ଏହା ପରେ ଅଧିନାୟକ ପୁରନଙ୍କ ରୂପରେ ହୋପଙ୍କୁ ଭଲ ଯୋଡିଦାର ମିଳିଥିଲେ।
.@akshar2026 slammed a stunning 6⃣4⃣* off just 3⃣5⃣ balls & was our top performer from the second innings of the second #WIvIND ODI. 👌 👌 #TeamIndia
Here's a summary of his knock 👇 pic.twitter.com/eH2XKgqQ27
— BCCI (@BCCI) July 24, 2022
ପୁରନ ଖେଳିଲେ ସୁନ୍ଦର ୭୪ ରନର ପାରି:
ହୋପ ଓ ପୁରନ ମିଶି ୨୮ ଓଭର ପର୍ଯ୍ୟନ୍ତ ଟିମର ସ୍କୋର ୧୫୦ ପାର କରିଦେଇଥିଲେ। ପୁରନ ୩୯ ଓଭରରେ ଚହଲଙ୍କୁ ଦୁଇଟି ବଡ଼ ଛକା ମାରିଥିଲେ।୪୨ ଓଭର ପର୍ଯ୍ୟନ୍ତ ସେ ହୋପଙ୍କ ସହ ୧୦୦ରନର ପାର୍ଟନରସିପ କରିଥିଲେ। ସାରଦୁଲ ଠାକୁର ସୁନ୍ଦର ବୋଲିଙ୍ଗ କରି ତାଙ୍କୁ ବୋଲ୍ଡ କରିଥିଲେ। ଚତ୍ରୁର୍ଥ ୱିକେଟ ପାଇଁ ଦୁହେଁ ୧୧୭ ରନର ପାର୍ଟନରସିପ କରିଥିଲେ। ପୁରନ ୭୭ ବଲରେ ୭୪ ରନ କରିଥିଲେ।
Half-century for @IamSanjuSamson – His first in ODIs #TeamIndia 202/4 in the run-chase and require 110 runs in 12 overs 😃👍 #WIvIND
Follow the game ▶️ https://t.co/d4GVR1EhCQ pic.twitter.com/CFOva9pEal
— BCCI (@BCCI) July 24, 2022
ସାଇ ହୋପ ୧୦୦ ତମ ମ୍ୟାଚରେ ୧୩ ତମ ଏକଦିବସିୟ ଶତକ ମାରିଲେ:
ସାଇ ହୋମ ନିଜର ୧୦୦ ତମ ମ୍ୟାଚରେ ସୁନ୍ଦର ଭାବେ ଖେଳି ୪୫ ତମ ଓଭରରେ ଛକା ମାରି ନିଜର ଶତକ ପୁରା କରିଥିଲେ। ସେ ୪୯ ତମ ଓଭରରେ ଆଉଟ ହୋଇଥିଲେ। ଏହା ପରେ ପାୱେଲ ଓ ସେପଡ଼ ଟିମର ସ୍କୋର ୩୦୦ ରନ ପାର କରିଥିଲେ। ୱେଷ୍ଟଇଣ୍ଡିଜ ଶେଷ ୧୦ ଓଭରରେ ୯୩ ରନ କରିଥିଲା।
A match-winning knock of 6️⃣4️⃣*(35) from Axar Patel backed by half-centuries from Shreyas Iyer and Sanju Samson help #TeamIndia seal the series with ☝️game to spare. 👏🔝
A turnaround to remember for the #MenInBlue. 💥🔥#PlayBold #WIvIND pic.twitter.com/Gh8OJJ6hz1
— Royal Challengers Bangalore (@RCBTweets) July 24, 2022
ସାରଦୁଲ ଠାକୁର ନେଇଥିଲେ ତିନି ୱିକେଟ,ଆଭେଶଙ୍କୁ ମିଳିନାହିଁ ୱିକେଟ:
ସାରଦୁଲ ଠାକୁର ନିଜର ପ୍ରଥମ ଓଭରରେ ୧୩ ରନ ଦେଇ ମଧ୍ୟ୧୦ ଓଭରରେ ୫୪ ରନ ଦେଇ ତିନୋଟି ୱିକେଟ ନେଇଥିଲେ। ଆଭେଶ ଖାନ ୬ ଓଭରରେ ୫୪ ରନ ଦେଇ କୌଣସି ୱିକେଟନେଇପାରିନଥିଲେ। ସିରାଜ ୧୦ ଓଭରରେ ୪୬ ରନ ଦେଇ କୌଣସି ୱିକେଟ ନେଇନଥିଲେ। ଅକ୍ସର ପଟେଲ, ଦୀପକ ହୁଡ୍ଡା ଓ ଚାହଲ ୧-୧ ୱିକେଟ ନେଇଥିଲେ।
Axar Patel's match winning innings last night. Just fantastic, what a knock. pic.twitter.com/rttgpMlmAF
— Mufaddal Vohra (@mufaddal_vohra) July 25, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।