ବ୍ୟୁରୋ ରିପୋର୍ଟ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୫ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଚତ୍ରୁର୍ଥ ମ୍ୟାଚ ଫ୍ଲୋରିଡାର ସେଣ୍ଟ୍ରାଲ ବ୍ରୋବାର୍ଡ ରିଜନାମ ପାର୍କର ଷ୍ଟାଡିୟମର ଟର୍କ ଗ୍ରାଉଣ୍ଡରେ ଖେଳାଯିବାର ଅଛି। ଭାରତ ଏବେ ସିରିଜରେ ୨-୧ରେ ଆଗୁଆ ଅଛି। ୟୁଏସରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଜିତି ଭାରତୀୟ ଟିମ ସିରିଜ ଜିତିବାକୁ ଚାହିଁବ। ଏଥିପାଇଁ ଅଧିନାୟକ ରୋହିତ ଶର୍ମା ଟିମରେ ଦୁଇଟି ବଡ଼ ପରିବର୍ତ୍ତନ କରିପାରନ୍ତି। ଗୋଟେ ପରିବର୍ତ୍ତନ ବ୍ୟାଟ୍ସମ୍ୟାନ ଓ ଆଉ ଗୋଟେ ପରିବର୍ତ୍ତନ ବୋଲରଙ୍କର ହେବ। ରୋହିତ ଚତ୍ରୁର୍ଥ ଟି-୨୦ରେ ସେହି ଖେଳାଳିଙ୍କୁ ବାହାର କରିବେ ଯାହାଙ୍କ ପ୍ରଦର୍ଶନ ଏବେ ପର୍ଯ୍ୟନ୍ତ ଏହି ସିରିଜରେ ଖରାପ ରହିଛି।

ଏହି ଦୁଇ ଖେଳାଳି ଶ୍ରେୟସ ଅୟର ଓ ଆଭେଶ ଖାନ ହୋଇପାରନ୍ତି। ଅୟର ଏବେ ପର୍ଯ୍ୟନ୍ତ ଏହି ସିରିଜରେ ଖେଳାଯାଇଥିବା ତିନୋଟି ମ୍ୟାଚରେ ୦,୧୦,ଓ ୨୪ ରନ କରିଛନ୍ତି। ଏପରି ନୁହେଁକି ତିନୋଟି ଯାକ ମ୍ୟାଚରେ ଜଲ୍ଦି ରନ କରିବାକୁ ଯାଇ ସେ ଆଉଟ ହୋଇଥିଲେ କାରଣ ତାଙ୍କର ଷ୍ଟାଇକରେଟ ୧୦୦ ରୁ କମ ରହିଥିଲା।
ଅନ୍ୟ ବାହାର ହେବାକୁ ଥିବା ଖେଳାଳି ଆଭେଶ ଖାନ ହୋଇପାରନ୍ତି। ପ୍ରଥମ ଟି-୨୦ରେ ତାଙ୍କୁ ମୌକା ମିଳିନଥିଲା। ଯେବେ ଅଧିନାୟକ ରୋହିତ ଦେଖିଲେ ପେସରଙ୍କୁ ଫାଇଦା ହେଉଛି ସେ ଦ୍ୱିତୀୟ ମ୍ୟାଚରେ ଆବେଶ ଖାନଙ୍କୁ ସ୍ପିନର ରବି ବିସ୍ନୋଇଙ୍କ ଜାଗାରେ ସାମିଲ କରାଯାଇଥିଲା। ସେ ଦ୍ୱିତୀୟ ଟି-୨୦ରେ ୨.୨ ଓଭରରେ ୩୧ ରନ ଦେଇଥିଲେ ଓ ଶେଷ ଓଭରରେ ଟିମର ପରାଜୟର କାରଣ ହୋଇଥିଲେ। ତୃତୀୟ ଟି-୨୦ରେ ସେ ୩ ଓଭରରେ ୪୭ ରନ ଦେଇଥିଲେ।

ତେଣୁ ଚତ୍ରୁର୍ଥ ଟି-୨୦ରେ ରୋହିତ ଶର୍ମା ଶ୍ରେୟସ ଅୟର ଓ ଆବେଶ ଖାନଙ୍କ ଜାଗାରେ ସଞ୍ଜୁ ସାମସନ ଓ ହର୍ଷଲ ପଟେଲଙ୍କୁ ମୌକା ଦେଇପାରନ୍ତି। ସାମସନଙ୍କୁ କେ ଏଲ ରାହୁଲଙ୍କ ରିପ୍ଲେସମେଣ୍ଟ ରୂପରେ ଟିମରେ ସାମିଲ କରାଯାଇଥିଲା। ସାମସନ ନିଜର ପୂର୍ଵ ତିନୋଟି ଟି-୨୦ମ୍ୟାଚରେ ୩୯,୧୮ ଓ ୭୭ ରନ କରିଛନ୍ତି। ସେହି ଅର୍ଦ୍ଧଶତକ ସେ ଆୟରଲ୍ୟାଣ୍ଡ ବିରୁଦ୍ଧରେ ଲଗାଇଥିଲେ।
ହର୍ଷଲ ପଟେଲଙ୍କ କଥା କହିବା ତ ସେ ବୋଲିଙ୍ଗରେ ଭିନ୍ନ ଭିନ୍ନବଲ ପକାଇପାରୁଥିବାରୁ ୱିକେଟ ଟେକର ଅପ୍ସନ ସାବ୍ୟସ୍ତ ହୋଇଥାନ୍ତି। ସେ ଟି-୨୦ବିଶ୍ୱକପ ଖେଳିବାର ସମ୍ଭାବନା ଅଛି ତେଣୁ ଅଧିନାୟକ ରୋହିତ ଏସିଆ କପ ପୂର୍ବରୁ ତାଙ୍କୁ ମୌକା ଦେଇପାରନ୍ତି।

ଚତ୍ରୁର୍ଥ ଟି-୨୦ରେ ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ:
ରୋହିତ ଶର୍ମା, ସୂର୍ଯ୍ୟ କୁମାର ଯାଦବ,ଶ୍ରେୟସ ଅୟର/ସଞ୍ଜୁ ସାମସନ,ରିଷଭ ପନ୍ତ, ହାର୍ଦିକ ପାଣ୍ଡ୍ୟା,ଦିନେସ କାର୍ତ୍ତିକ,ଆର ଅଶ୍ୱିନୀ, ଭୁବନେଶ୍ୱର କୁମାର, ଆଭେଶ ଖାନ/ହର୍ଷଲ ପଟେଲ,ଅର୍ସଦୀପ ସିଂ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।