ଆପଣମାନେ ପ୍ରାୟ ଜାଣିଥିବେ କାଲି ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଥିଲା। ଏହି ଟି-୨୦ ମ୍ୟାଚରେ ଭାରତର ଅଧିନାୟକ ଥିଲେ ରୋହିତ ଶର୍ମା।ରୋହିତ ଶର୍ମାଙ୍କ ଅଧୀନରେ ଭାରତୀୟ ଟିମ କଲି ରାତିରେ ୱେଷ୍ଟ ଇଣ୍ଡିଜ କୁ ଭେଟିଥିଲା। ଏହି ଟି-୨୦ ମ୍ୟାଚରେ ଭାରତର ଅଧିନୟକ ରୋହିତ ଶର୍ମା ଜବରଦସ୍ତ ବ୍ୟାଟିଂ କରିଥିଲେ। ସେ ଅର୍ଦ୍ଧ ଶତକ ଲଗାଇଥିଲେ। ଦିନେସ କାର୍ତ୍ତିକ ଏହି ମ୍ୟାଚରେ ଏକ ଦମଦାର ପାରି ଖେଳିଥିଲେ। ଏହି ଦୁଇ ଖେଳାଳିଙ୍କ ଆକର୍ଷଣୀୟ ଖେଳ ବଳରେ ଭାରତ ଆଗୁଆ ହୋଇଯାଇଥିଲା।

କାରଣ କିଛି ଦିନ ହେବ ଭାରତର ଦୁଇ ଭଲ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲି ଭଲ ଖେଳ ପ୍ରଦର୍ଶନ କରି ପାରୁନାହାନ୍ତି। ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ରୋହିତ ଶର୍ମା ପ୍ରଥମେ ବହୁତ ଧୀରେ ଖେଳିଥିଲେ ମାତ୍ର ସୂର୍ଯ୍ୟ କୁମାର ଆଉ ପନ୍ତ ଆଉଟ ହୋଇଯିବା ପରେ ରୋହିତ ଶର୍ମା ଖେଳରେ ଟିକେ ପରିବର୍ତ୍ତନ ଦେଖାଇଥିଲେ। ଏହି ମ୍ୟାଚରେ ରୋହିତ ଶର୍ମା ୪୪ ଟି ବଲ ଖେଳି ୬୪ ରନ କରିଛନ୍ତି। ଆଉ ଏହି ୬୪ ରନ କରିବା ବେଳେ ସେ ସେଥିରେ ୭ଟି ଚୌକା ଆଉ ୨ଟି ଛକା ମଧ୍ୟ ଲଗାଇଛନ୍ତି।
ଏଇ କିଛି ଦିନ ତଳେ ନ୍ୟୁଜିଲାଣ୍ଡ ଖେଳାଳି ମାର୍ଟିନ ଗପଟିଲ ଟି-୨୦ରେ ସବୁଠାରୁ ଅଧିକ ରନ କରିବାରେ ରେକର୍ଡ କରିଦେଇଥିଲେ।

ତାଙ୍କ ତଳକୁ ମାର୍ଟିନ ଗପଟିଲ ରହିଛନ୍ତି ଯାହାଙ୍କ ସମୁଦାୟ ଟି-୨୦ ସ୍କୋର ହେଉଛି ୩୩୯୯ ରନ ସେ ରୋହିତ ଶର୍ମାଙ୍କ ଠାରୁ ମାତ୍ର ୪୪ ରନ ପଛରେ ରହିଛନ୍ତି। ଆଉ ତାଙ୍କ ତଳକୁ ରହିଛନ୍ତି ଭାରତୀୟ ଖେଳାଳି ବିରାଟ କୋହଲି ତାଙ୍କର ସମୁଦାୟ ସ୍କୋର ହେଉଛି ୩୩୦୮ ରନ। ଭାରତ ଆଗକୁ ୱେଷ୍ଟ ଇଣ୍ଡିଜ ସହିତ ଆଉ ୪ ଟି ଟି-୨୦ ଖେଳିବାକୁ ଥିବା ବେଳେ ଯଦି ରୋହିତ ଶର୍ମା ଏହି ୪ଟି ଟି-୨୦ ରେ ଭଲ ପ୍ରଦର୍ଶନ କରନ୍ତି ସେ ମାର୍ଟିନ ଗପଟିଲଙ୍କ ଠାରୁ ବହୁତ ଆଗକୁ ପଳେଇବେ ବୋଲି ଅନୁମାନ କରାଯାଉଛି।
ତେଣୁ ଭାରତରେ ଥିବା ତାଙ୍କର ଫ୍ୟାନସ୍ ମାନେ ଅନୁମାନ ରଖିଛନ୍ତି କି ସେ ପ୍ରଥମ ଟି-୨୦ ରେ ଯେପରି ପ୍ରଦର୍ଶନ କଲେ ସେ ଅନ୍ୟ ମ୍ୟାଚ ଗୁଡିକରେ ମଧ୍ୟ ସେପରି ପଦର୍ଶନ କଲେ ତାଙ୍କର ଭାରତରେ ଥିବା ପ୍ରଶଂସକ ମାନେ ଖୁସି ଅନୁଭବ କରିବେ। ବିଶ୍ୱକପରେ ଭାରତର ଏହିଭଳି ପ୍ରଦର୍ଶନର ଅନୁମାନ ରହିପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।