ବ୍ୟୁରୋ ରିପୋର୍ଟ: କ୍ରିକେଟ ଗ୍ରାଉଣ୍ଡରେ ଗୋଟେ ଟିମର ବିଜୟରେ ଯେତିକି ଭୂମିକା ବ୍ୟାଟ୍ସମ୍ୟାନ ଓ ବୋଲରଙ୍କର ଥାଏ ସେତିକି ଭୂମିକା ଫିଲଡରଙ୍କର ମଧ୍ୟ ଥାଏ।ଫିଲଡିଙ୍ଗ କାରଣରୁ ହିଁ ଦକ୍ଷିଣ ଆଫ୍ରିକାର ଜୋଣ୍ଟି ରୋର୍ଡସ, ଭାରତର ରବିନ୍ଦ୍ର ଜାଡେଜା, ମହମ୍ମଦ କେଫ, ଶ୍ରୀଲଙ୍କାର ତିଲକରତନେ ଦିଲସାନ ନିଜର ଏକ ଅଲଗା ପରିଚିତ ସୃଷ୍ଟି କରିଛନ୍ତି।ଅଳ୍ପଦିନ ତଳେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟ ତିନୋଟି ମ୍ୟାଚର ଏକଦିବସିୟ ସିରିଜର ଦ୍ୱିତୀୟ ମ୍ୟାଚ ତ୍ରିନିଦାଦରେ ଖେଳାଯାଇଥିଲା। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ପରାଜୟ ମିଳିଲା କିନ୍ତୁ ପାଖାପାଖି ଏହି ୨୬ ବର୍ଷୀୟ ୱେଷ୍ଟଇଣ୍ଡିଜର ଅଧିନାୟକ ନିକୋଲସ ପୁରନ ନିଜର ଫିଲଡିଙ୍ଗ ଦ୍ଵାରା ପ୍ରଭାବିତ କରିଥିଲେ।

ଏହି ମ୍ୟାଚର ଏକ ଭିଡ଼ିଓ ୱେଷ୍ଟଇଣ୍ଡିଜ କ୍ରିକେଟ ଏକ ଅଧିକାରୀର ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛି। ଏହି ଭିଡ଼ିଓରେ ପୁରନ ସୁନ୍ଦର ଭାବେ ଡାଇଭ ଲଗାଇ ରନ ଆଉଟ କରିବାକୁ ପ୍ରୟାସ କରୁଛନ୍ତି। ଏହି ରନ ଆଉଟ କିନ୍ତୁ ହୋଇପାରିନଥିଲା। ପୁରନଙ୍କର ଯଥେଷ୍ଟ ଚେଷ୍ଟା ପରେ ମଧ୍ୟ ଦ୍ୱିତୀୟ ଏକଦିବସିୟରେ ୱେଷ୍ଟଇଣ୍ଡିଜକୁ ପରାଜୟ ମିଳିଥିଲା। ଏହା ସହିତ ୱେଷ୍ଟଇଣ୍ଡିଜ ଟିମ ତିନୋଟି ମ୍ୟାଚ ବିଶିଷ୍ଟ ଏକଦିବସିୟ ସିରିଜ ହାରିଯାଇଛି। ଏବେ ଭାରତ ଏହି ସିରିଜରେ ୨-୦ରେ ଆଗୁଆ ହୋଇଯାଇଛି।ଏହି ସିରିଜର ତୃତୀୟ ବା ଶେଷ ଏକଦିବସିୟ ୨୭ ଜୁଲାଇକୁ ଖେଳାଯିବାର ଅଛି।
Warra catch Pooran ? pic.twitter.com/D4XzeXpIOV
— َ (@7___of___51) July 22, 2022
ଏହା ପୂର୍ବରୁ ଏହି ମ୍ୟାଚରେ ଅଧିନାୟକ ପୁରନ ଦମଦାର ପାରି ଖେଳିଥିଲେ। ସେ ଏହି ମ୍ୟାଚରେ ୭୭ ବଲରେ ଜବରଦସ୍ତ ୭୪ ରନର ପାରି ଖେଳିଥିଲେ। ଏହି ସମୟରେ ତାଙ୍କ ବ୍ୟାଟିରୁ ବଡ଼ ବଡ଼ ଶର୍ଟ ଦେଖିବାକୁ ମିଳିଥିଲା। ଏହା ସହ ସେ ଚତ୍ରୁର୍ଥ ୱିକେଟ ପାଇଁ ସାଇ ହୋପଙ୍କ ସହ ୧୧୫ ରନର ପାର୍ଟନରସିପ କରିଥିଲେ। ଏହି ଦୁଇ ଖେଳାଳିଙ୍କ ସୁନ୍ଦର ପାରି ଦ୍ଵାରା ୱେଷ୍ଟଇଣ୍ଡିଜ ୩୦୦ ରନରୁ ଅଧିକ ରନର ଟାର୍ଗେଟ ଦେବାରେ ସଫଳ ହୋଇଥିଲା।
What a catch by Pooran to dismiss Shreyas Iyer.#INDvsWI1stODI #INDvsWIonFanCode pic.twitter.com/VMUsXsb6pr
— Dívyànsh Bãghël ??? (@CricDivyansh) July 22, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।