IND vs WI: ODI ପରେ ଟି-୨୦ ରେ ଚେଞ୍ଜ ହୋଇଯିବ ଟିମ ଇଣ୍ଡିଆ, ଜାରି ହେଲା ସମ୍ଭାବ୍ୟ ପ୍ଲେଇଁ ଇଲେଭେନ!

ବ୍ୟୁରୋ ରିପୋର୍ଟ: ଭାରତୀୟ ଟିମ ୱେଷ୍ଟଇଣ୍ଡିଜ ଗ୍ରସ୍ତରେ ୱେଷ୍ଟଇଣ୍ଡିଜକୁ ଏକଦିବସିୟ ସିରିଜରେ ୩-୦ରେ କ୍ଲିନ ସୁଇପ କରିବା ପରେ ଏବେ ଦୁଇ ଦେଶ ମଧ୍ୟରେ ୫ ଟି ମ୍ୟାଚର ଟି-୨୦ ସିରିଜ ହେବାର ଅଛି। ଟି-୨୦ ସିରିଜର ପ୍ରଥମ ମ୍ୟାଚ ୨୯ ଜୁଲାଇକୁ ତ୍ରିନିଦାଦର ବ୍ରାୟନ ଲାରା ଷ୍ଟାଡିୟମରେ ଖେଳାଯିବାର ଅଛି। ଆଶା ରହିବ କି ପ୍ରଥମ ଟି-୨୦ ଜିତି ଟିମ ଇଣ୍ଡିଆ ୧-୦ରେ ଆଗୁଆ ହୋଇଯାଉ। ଅନ୍ୟ ପଟେ ୱେଷ୍ଟଇଣ୍ଡିଜ ଟିମ ଏକଦିବସିୟ ସିରିଜରେ ମିଳିଥିବା ପରାଜୟ ଭୁଲି ଜିତିବାକୁ ଟି-୨୦ ସିରିଜ ଚାହିପାରେ। ଯେବେ ଆସନ୍ତୁ ଜାଣିବା ପ୍ରଥମ ଟି-୨୦ରେ କଣ ହୋଇପାରେ ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ।

Google

ରୋହିତ ଓ ଇସାନ କିସନ କରିବେ ଓପନିଙ୍ଗ:

ଭାରତୀୟ ରେଗୁରାଲ ଅଧିନାୟକ ରୋହିତ ଶର୍ମା ଟି-୨୦ ସିରିଜ ପାଇଁ ଭାରତୀୟ ଟିମରେ ସାମିଲ ହୋଇଯାଇଛନ୍ତି। ତେଣୁ ରୋହିତ ପ୍ରଥମ ମ୍ୟାଚରେ ଆସିବା ପ୍ରାୟ ନିଶ୍ଚିତ। ଏହା ଛଡା କେ ଏଲ ରାହୁଲ ଫିଟ ହୋଇନଥିବା ପାଇଁ ବୋଧ ହୁଏ ଇସାନ କିସନ ରୋହିତଙ୍କ ସହ ପାରିର ଓପନିଙ୍ଗ କରିପାରନ୍ତି। ଇସାନ ପୂର୍ଵ କିଛି ସମୟରେ ସୁନ୍ଦର ଫର୍ମରେ ଅଛନ୍ତି।

ଏହି ଖେଳାଳି ମାନଙ୍କ ଉପରେ ରହିବ ମଧ୍ୟକ୍ରମର ଦାୟୀତ୍ୱ:

Google

ବିରାଟ କୋହଲିଙ୍କ ଅନୁପସ୍ଥିତରେ ତୃତୀୟ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କୁ ମୌକା ମିଳିପାରେ କିନ୍ତୁ ଏହି ସ୍ଥାନରେ ଶ୍ରେୟସ ଅୟର ତାଙ୍କୁ କଡା ଟକର ଦେଉଛନ୍ତି। ଚତ୍ରୁର୍ଥ ନମ୍ବର ପାଇଁ ରିଷଭ ପନ୍ତ ଓ ଦୀପକ ହୁଡାଙ୍କ ମଧ୍ୟରେ ଟକର ହେବ। ପଞ୍ଚମ ଓ ଷଷ୍ଠ ନମ୍ବରରେ ହାର୍ଦିକ ପାଣ୍ଡ୍ୟା ଓ ଦିନେସ କାର୍ତ୍ତିକ ଖେଳବା ପ୍ରାୟ ନିଶ୍ଚିତ ମାନାଯାଉଛି।ସପ୍ତମ ସ୍ଥାନରେ ରବିନ୍ଦ୍ର ଜାଡେଜା ଓ ଅକ୍ସର ପଟେଲଙ୍କ ମଧ୍ୟରୁ ଜଣଙ୍କୁ ମୌକା ମିଳିପାରେ।

ଏହି ବୋଲରଙ୍କୁ ମିଳିପାରେ ମୌକା:

ଅଧିନାୟକ ରୋହିତ ଶର୍ମା ପ୍ରଥମ ଟି-୨୦ ମ୍ୟାଚରେ ହର୍ଷଲ ପଟେଲ, ଭୁବନେଶ୍ୱର କୁମାର ଓ ଅର୍ସଦୀପ ସିଂଙ୍କ ସହ ଓହ୍ଲାଇପାରନ୍ତି। ଏହି ତିନି ବୋଲର ସୁନ୍ଦର ପ୍ରଦର୍ଶନ କରୁଛନ୍ତି। ଏହା ସହ ସ୍ପିନରଙ୍କ ରୂପରେ ଆର ଅଶ୍ୱିନୀ, ରବି ବିସ୍ନୋଇ କିମ୍ବା କୁଲଦୀପ ଯାଦବଙ୍କ ମଧ୍ୟରେ ଜଣଙ୍କୁ ମୌକା ମିଳିପାରେ।

Google

ପ୍ରଥମ ଟି-୨୦ ପାଇଁ ସମ୍ଭାବିତ ଭାରତୀୟ ଟିମ:

ରୋହତ ଶର୍ମା (ଅଧିନାୟକ) ,ଇସାନ କିସାନ, ସୂର୍ଯ୍ୟ କୁମାର ଯାଦବ/ଶ୍ରେୟସ ଅୟର,ରିଷଭ ପନ୍ତ/ଦୀପକ ହୁଡ୍ଡା,ହାର୍ଦିକ ପାଣ୍ଡ୍ୟା, ଦିନେସ କାର୍ତ୍ତିକ,ରବିନ୍ଦ୍ର ଜାଡେଜା/ଅକ୍ସର ପଟେଲ, ଆର ଅଶ୍ୱିନୀ, ହର୍ଷଲ ପଟେଲ,ଭୁବନେଶ୍ୱର କୁମାର, ଅର୍ସଦୀପ ସିଂ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *