ଭାରତୀୟ ଦଳ ଠାରୁ ଆଉ ଏକ ସିରିଜ ଖେଳିବାକୁ ଯାଉଛି। ହରାରେ ସ୍ପୋର୍ଟସ କ୍ଳବରେ ଏହି ପ୍ରଥମ ଦିନିକିଆ ମ୍ୟାଚ ଭାରତ ବନାମ ଜିମ୍ବାୱେ ମଧ୍ୟରେ ଖେଳାଯିବାର ଅଛି। ଏହି ମ୍ୟାଚରେ ରାହୁଲ ତ୍ରିପାଠୀ ଡେବ୍ୟୁ କରି ପାରନ୍ତି। ତେବେ ଇଂଜୁରୀରୁ ଆରୋଗ୍ୟ ହୋଇ ଫେରିଥିବା କେ ଏଲ ରାହୁଲ ଏହି ସିରିଜରେ ଖେଳିବାର ଅଛି। ସେ ଶିଖର ଧାୱନଙ୍କ ସହ ମିଶି ଓପନିଙ୍ଗ କରିବାର ଅଛି। ଏହା ପୂର୍ବରୁ ଭାରତୀୟ ଯୁବ ଦଳ ଶିଖର ଧାୱନଙ୍କ ନେତୃତ୍ୱରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ତିନୋଟି ଯାକ ମ୍ୟାଚ ଜିତି ସିରିଜ ବିଜୟ ଲାଭ କରିଥିଲା। ଭାରତ ଏହାର ଅବଶିଷ୍ଟ ଦୁଇଟି ମ୍ୟାଚ ୨୦ ତାରିଖ ଏବଂ ୨୨ ତାରିଖରେ ଖେଳା ଯିବାର ଅଛି।

ସିନିୟର ଖେଳାଳିଙ୍କୁ ଆରାମ ଦିଆଯିବା ପରେ ଏହି ସିରିଜ ଯୁବ କ୍ରିକେଟରଙ୍କ ପାଖରେ ନିଜକୁ ପ୍ରମାଣିତ କରିବା ପାଇଁ ସବୁଠାରୁ ବଡ଼ ମୌକା। ତେବେ କୋଚ୍ ଭିଭିଏସ୍ ଲକ୍ଷ୍ମଣ ଉଇକେଟ କିପିର ସଂଜୁ ସାମସନ ଏବଂ ଇଶାନ କିଷାନଙ୍କ ମଧ୍ୟରୁ କାହାକୁ ଦଳର ଚୂଡାନ୍ତ ଏକାଦଶରେ ସାମିଲ କରିବା ତାହାମ୍ୟାଚ ଦିନ ହିଁ ଜଣ ପଡିବ। ଅନ୍ୟପକ୍ଷରେ ରାହୁଲ ତ୍ରିପାଠୀ ଘରୋଇ କ୍ରିକେଟରେ ବହୁତ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ତେବେ ସେ ଏଠାରେ ମଧ୍ୟ ସେହିପରି ଖେଳିବାକୁ ଚାହିଁବେ।

କିନ୍ତୁ ବର୍ତ୍ତମାନ ଶୁଭମନ ଗିଲଙ୍କ ବ୍ୟାଟିଂ ସ୍ଥାନ ଟିମ ମ୍ୟାନେଜମେଣ୍ଟ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି। ପୂର୍ଵ ୱେଷ୍ଟ ଇଣ୍ଡିଜ ବିପକ୍ଷ ସିରିଜରେ ସେ ଓପନିଙ୍ଗ କରିଥିଲେ ଏବଂ ଚମତ୍କାର ବ୍ୟାଟିଂ କରି ୨୦୦ ରୁ ଅଧିକ ରନ ମଧ୍ୟ କରିଥିଲେ। କିନ୍ତୁ ବର୍ତ୍ତମାନ ଦଳକୁ କେ ଏଲ ରାହୁଲ ଫେରି ଥିବାରୁ ତାଙ୍କ ସ୍ଥାନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏପରି ପରିସ୍ଥିତିରେ ସେ ୩ ନମ୍ବରଏଏ ଖେଳିପାରନ୍ତି। ତେବେ ୩ ନମ୍ବରରେ ରାହୁଲ ତ୍ରିପାଠୀ ଖେଳିବେ କି ଶୁଭମନ ଗିଲ, ତାହା ମ୍ୟାଚ ଦିନ ହିଁ ଜଣା ପଡିବ।

ବୋଲର ହିସାବରେ କୁଲଦୀପ ଯାଦବ ଏବଂ ଅକ୍ସର ପଟେଲ ଖେଲିବା ନିଶ୍ଚିତ ହୋଇ ଯାଇଛି। ଉଭୟ ଖେଳାଳି ଦଳର ସ୍ପିନ ଭାର ସମ୍ଭାଳିବେ। ସେହିପରି ଦୀପକ ଚହର ବହୁତ ଦିନ ପରେ ଦଳକୁ ଫେରିଛନ୍ତି। ସେ ଇଂଜୁରୀ କାରଣରୁ ୨୦୨୨ ଆଇପିଏଲ ମଧ୍ୟ ଖେଳି ନଥିଲେ।
ପ୍ରଥମ ଦିନିକିଆ ପାଇଁ ସମ୍ଭାବ୍ୟ ଦଳ: କେ ଏଲ ରାହୁଲ (ଅଧିନାୟକ), ଶିଖର ଧାୱନ(ଉପ ଅଧିନାୟକ), ରାହୁଲ ତ୍ରିପାଠୀ,ଶୁଭମନ ଗିଲ, ଇଶାନ କିଶାନ, ଦୀପକ ହୁଡ୍ଡା, ଅକ୍ସର ପଟେଲ, ଦୀପକ ଚାହର, କୁଲଦୀପ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା ଏବଂ ମହମ୍ମଦ ସିରାଜ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।