ଜିମ୍ବାୱେ ଗସ୍ତରେ ଯିବା ପାଇଁ ରାହୁଲଙ୍କ ଏବେ ଭାରତୀୟ ଦଳର ଅଧିନାୟକ ଘୋଷଣା କରାଯାଇଛି। ପୂର୍ବରୁ ଯେତେବେଳ ଭାରତୀୟ ଟିମ ଘୋଷଣା କରାଯାଇଥିଲା ସେହି ସମୟରେ ରାହୁଲ ଆଘାତ ପ୍ରାପ୍ତ ହୋଇ ଭାରତୀୟ ଟିମରୁ ବାହାରେ ଥିଲେ ଏବଂ ଧାୱନଙ୍କୁ ଭାରତୀୟ ଦଳର ଅଧିନାୟକ ପଦ ଦିଆଯାଇଥିଲା। ମାତ୍ର ରାହୁଲ ଠିକ ହୋଇ ଯାଇଥିବାରୁ ତାଙ୍କୁ ଏବେ ଜିମ୍ବାୱେ ଗସ୍ତରେ ଅଧିନାୟକ ହିସାବରେ ପଠା ଯାଉଛି।

ପାକିସ୍ତାନର ଜଣେ ପୂର୍ବ ଖେଳାଳି କହିଛନ୍ତି କି ଏସିଆ କପରେ ଓପନର ହିସାବରେ ରାହୁଲଙ୍କ ଜାଗାରେ ସୂର୍ଯ୍ୟ କୁମାର ଯାଦବଙ୍କୁ ଖେଳାଇବା ପାଇଁ। ଏପରି ସେ କଣ ପାଇଁ କହିଛନ୍ତି ଆସନ୍ତୁ ଆଗକୁ ଜାଣିବା।
ଆପଣ ଜାଣିଛନ୍ତି କି ଅଗଷ୍ଟ ମାସ ୨୮ ତାରିଖ ଦିନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ ଖେଳାଯିବାର ଅଛି।ଯାହାକି ଏସିଆ କପରେ ଅନ୍ତର୍ଗତ। ରାହୁଲ ମଧ୍ୟ ଭାରତୀୟ ଦଳରେ ସ୍ଥାନ ବଜାଇ ରଖିଛନ୍ତି। ସେ ଜିମ୍ବାୱେ ବିପକ୍ଷ ସିରିଜରେ ଅଧିନାୟକ ଭାବରେ କାର୍ଯ୍ୟ ତୁଲାଇବେ। ସେ ବହୁତ ସମୟ ଧରି ଆଘାତପ୍ରାପ୍ତ ହୋଇ ଟିମରୁ ବାହାରେ ଥିଲେ ତେଣୁ ତାଙ୍କୁ ଜିମ୍ବାୱେ ଗସ୍ତରେ ଛଡା ହୋଇଛି। ୱେଷ୍ଟ ଇଣ୍ଡିଜ ବିପକ୍ଷ ସିରିଜରେ ରହୁଲ ଖେଳି ପାରିନଥିଲେ।

କାରଣ ସେ କୋ-ଭି- ଡ଼ ରେ ଆ-କ୍ରା-ନ୍ତ ଥିଲେ ବୋଲି ନ୍ୟୁଜରୁ ଜଣା ଯାଇଥିଲା। ତେଣୁ ରୋହିତ ଶର୍ମାଙ୍କ ସହିତ ସୂର୍ଯ୍ୟ କୁମାର ଯାଦବ ଓପନର ଭାବରେ ପାଳି ଆରମ୍ଭ କରିଥିଲେ।ଏହି ସିରିଜରେ ସୂର୍ଯ୍ୟ କୁମାର ଯାଦବ ଯେଉଁପରି ଭାବରେ ଭଲ ପ୍ରଦର୍ଶନ କରିଛନ୍ତି ତାଙ୍କୁ ଦେଖି ପାକିସ୍ତାନର ପୂର୍ବ କ୍ରିକେଟର ଦାନିସ କନେରିଆ କହିଛନ୍ତି ଏସିଆ କପ ୨୦୨୨ରେ ମଧ୍ୟ ସୂର୍ଯ୍ୟ କୁମାର ଯାଦବ ରୋହିତ ଶର୍ମାଙ୍କ ସହିତ ପାଳି ଆରମ୍ଭ କରନ୍ତୁ।
ସେ କହିଛନ୍ତି କି ସୂର୍ଯ୍ୟଙ୍କ ସହିତ ରୋହିତ ହିଁ ପାଳିର ଆରମ୍ଭ କରନ୍ତୁ କାରଣ କିଛିଦିନ ହେବ ସୂର୍ଯ୍ୟ କୁମାର ପାଳି ଆରମ୍ଭ କରି ଭଲ ପ୍ରଦର୍ଶନ କରିଛନ୍ତି। ଆଉ ରାହୁଲ ଯେ କୌଣସି ପରିସ୍ଥିତି ହେଉନା କାହିଁକି ସେ ନିଜକୁ ସାବ୍ୟସ୍ତ କରିଛନ୍ତି ତେଣୁ ରାହୁଲଙ୍କୁ ତଳେ ଖେଳିବା କଥା ସେ କହିଛନ୍ତି।

ସେ କହିଛନ୍ତି କି ରାହୁଲ ବହୁତ ସମୟ ପରେ ଭାରତୀୟ ଦଳକୁ ଆସୁଛନ୍ତି। ସେ ଆଇପି.ଲଏଲ ପରଠାରୁ ଆଉ କ୍ରିକେଟ ଖେଳି ନାହାନ୍ତି। ତେଣୁ ତାଙ୍କୁ ସିଧା ଯଦି ଏସିଆ କପରେ ଓପନର ହିସାବରେ ରଖାଯାଏ ଏହା ଭାରତୀୟ ଦଳ ପାଇଁ ଆଶଙ୍କା ସୃଷ୍ଟି କରିପାରେ। ସୂର୍ଯ୍ୟ କୁମାର ଯାଦବ ଏବେ ଭଲ ଫର୍ମରେ ଅଛନ୍ତି ତେଣୁ ତାଙ୍କୁ ଓପନର ହିସାବରେ ରଖିଲେ ଭାରତକୁ ବହୁତ ଫାଇଦା ହେବ ତେଣୁ ରାହୁଲଙ୍କୁ ତଳ ଭାଗରେ ଖେଳାଇ ସୂର୍ଯ୍ୟଙ୍କ ଓପନର ଭାବରେ ଖେଳାଇବା ଆବଶ୍ୟକ ବୋଲି ପାକିସ୍ତାନର ପୂର୍ବ ଖେଳାଳି ଦାନିସ କନେରିଆ କହିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।