ବ୍ୟୁରୋ ରିପୋର୍ଟ: ଅଲରାଉଣ୍ଡର ସାହବାଜ ଅହମ୍ମଦଙ୍କୁ ଆଇପିଏଲ ୨୦୨୨ରେ ଆରସିବି ତରଫରୁ ଭଲ ପ୍ରଦର୍ଶନ କରିବାର ପୁରସ୍କାର ମିଳିଲା। ତାଙ୍କୁ ଜିମ୍ବାୱେ ବିରୁଦ୍ଧରେ ତିନୋଟି ମ୍ୟାଚର ଏକଦିବସିୟ ସିରିଜ ପାଇଁ ଭାରତୀୟ ଟିମରେ ସାମିଲ କରାଯାଇଛି। ୩ ଟି ମ୍ୟାଚ ବିଶିଷ୍ଟ ଏହି ଏକଦିବସିୟ ସିରିଜ ୧୮ ଅଗଷ୍ଟରୁ ଆରମ୍ଭ ହେବ। ଆଘାତ କାରଣରୁ ୱାସିଙ୍ଗଟନ ସୁନ୍ଦର ବାହାର ହୋଇଯିବ ପରେ ତାଙ୍କୁ ଟିମରେ ମୌକା ମିଳିଛି।

ହରିଆଣାର ମେବାତରେ ଜନ୍ମ ହୋଇଥିବା ସାହବାଜ ବାମହାତୀ ସ୍ପିନର ଅଟନ୍ତି। ସେ ମୌକା ମିଳିଲେ ବ୍ୟାଟିଙ୍ଗରେ ମଧ୍ୟ ଜଲୱା ଦେଖାଇଥାନ୍ତି। ଏବେ ଜିମ୍ବାୱେ ବିରୁଦ୍ଧରେ ସେ ଇଣ୍ଟରନେସନାଲ ଡେବ୍ୟୁ କରିପାରନ୍ତି। ତାଙ୍କୁ ପ୍ରଥମ ଥର ଭାରତୀୟ ଟିମରେ ସାମିଲ କରାଯାଇଛି। ତାଙ୍କର ଲିଷ୍ଟ ଏ କ୍ୟାରିୟରରେ ରେକର୍ଡ ମଧ୍ୟ ବହୁତ ଭଲ ଅଟେ।ଲିଷ୍ଟ ଏ ରେ ସେ ୨୬ ମ୍ୟାଚରେ ଦୁଇଟି ଶତକ ଓ ଦୁଇଟି ଅର୍ଦ୍ଧଶତକ ଦ୍ଵାରା ୬୬୨ ରନ କରିଛନ୍ତି ଓ ତାଙ୍କ ଔସତ ୪୭ର ଅଟେ। ଏହା ଛଡା ସେ ୪.୪୩ ଔସତରେ ୨୪ ୱିକେଟ ମଧ୍ୟ ନେଇଛନ୍ତି।

ଘରୋଇ କ୍ରିକେଟରେ ପଶ୍ଚିମବଙ୍ଗ ତରଫରୁ ଖେଳୁଥିବାସାହବାଜ ଆଇପିଏଲ ୨୦୨୨ରେ ଆରସିବି ତରଫରୁ ଖେଳିଥିଲେ। ସେ ଆଇପିଏଲ ୨୦୨୨ରେ ୧୬ ମ୍ୟାଚରେ ୧୨୧ ଷ୍ଟାଇକ ରେଟରେ ୨୧୯ ରନ କରିବା ସହ ୪ ଟି ୱିକେଟ ନେଇଥିଲେ।
Shahbaz Ahmed has received his maiden call-up to the Indian squad as Washington Sundar’s replacement for the upcoming 3️⃣-match ODI series against Zimbabwe. 🙌
Can’t wait to see you in #TeamIndia colours, Shahbaz. 🤩#PlayBold #ZIMvIND pic.twitter.com/4SjD7jkpef
— Royal Challengers Bangalore (@RCBTweets) August 16, 2022
ଏହା ଛଡା ସେ ଟି-୨୦ରେ ଏବେ ପର୍ଯ୍ୟନ୍ତ ମୋଟ ୫୬ମ୍ୟାଚରେ ୫୧୨ ରନ କରିଛନ୍ତି ଯେଉଁଥିରେ ଗୋଟେ ଅର୍ଦ୍ଧଶତକ ସାମିଲ ଅଛି। ଏହା ସହ ସେ ୩୯ ୱିକେଟ ମଧ୍ୟ ନେଇଛନ୍ତି। ସେ ନିଜ ଫାଷ୍ଟକ୍ଳାସ କ୍ୟାରିଅରରେ ୧୮ ମ୍ୟାଚରେ ଗୋଟେ ଶତକ ଓ ୭ ଅର୍ଦ୍ଧଶତକ ଦ୍ଵାରା ୧୦୪୧ ରନ କରିଛନ୍ତି । ସେହିପରି ୨.୬୪ ଇକୋନୋମିରେ ୫୭ ୱିକେଟ ମଧ୍ୟ ନେଇଛନ୍ତି।
ଜିମ୍ବାୱେ ଗ୍ରସ୍ତ ପାଇଁ ଭାରତୀୟ ଟିମ ଏହି ପ୍ରକାର ଅଟେ:
କେ ଏଲ ରାହୁଲ (ଅଧିନାୟକ),ଋତୁରାଜ ଗାୟକୱାଡ଼,ଶିଖର ଧାୱନ (ଉପ ଅଧିନାୟକ), ଶୁଭମନ ଗିଲ, ଅକ୍ସର ପଟେଲ, ଦୀପକ ହୁଡ୍ଡା, ସାହବାଜ ଅହମ୍ମଦ,ଇସାନ କିସାନ, ରାହୁଲ ତ୍ରିପାଠୀ,ସଞ୍ଜୁ ସାମସନ, ଆବେଶ ଖାନ,ଦୀପକ ଚାହାର, କୁଲଦୀପ ଯାଦବ,ମହମ୍ମଦ ସାମୀ, ପ୍ରସିଦ୍ଧ କ୍ରିଷ୍ଣା, ସାରଦୁଲ ଠାକୁର।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।