ସାରା ଦେଶ ‘ଲକ୍ଡାଉନ୍’ – ୨୧ ଦିନ ଯାଏଁ ତାଲା ।
କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ଼ ଘୋଷଣା କରିଛନ୍ତି। ଆଜି ଠାରୁ ପୂରା ଦେଶ ‘ଲକ୍ଡାଉନ୍’ ଘୋଷଣା କରିଛନ୍ତି। ୨୧ ଦିନ ଯାଏଁ ଏହି ‘ଲକ୍ଡାଉନ୍’ ଜାରି ରହିବ।
୨୧ ଦିନିଆ ‘ଲକ୍ଡାଉନ୍’ ସାରା ଦେଶରେ ଲାଗୁ ହେବ। ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, ଜିଲ୍ଲା, ସହର ଏବଂ ଗାଁରେ ଏହି ନିୟମ କଡ଼ାକଡ଼ି ପାଳନ ହେବ। ୨୧ ଦିନ ଯାଏଁ କେହି ଘରୁ ବାହାରନ୍ତୁ ନାହିଁ। ୨୧ ଦିନ ଲକ୍ଡାଉନ୍ ନକଲେ ଆମେ ୨୧ ବର୍ଷ ପଛକୁ ଫେରିଯିବା କହିଛନ୍ତି ମୋଦୀ। କୌଣସି ଲୋକ ଘରୁ ନବାହାରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଜନତା କର୍ଫ୍ୟୁଠାରୁ ଲହି ଲକ୍ ଡାଉନ୍ ଗୋଟେ ପାଦ ଆଗରେ ରହିବ।
ରବିବାର ଦିନ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ସାରା ଦେଶରେ ଜନତା କର୍ଫ୍ୟୁ ପାଳନ କରାଯାଇଥିଲା। ଏହାକୁ ବିପୁଳ ଜନସମର୍ଥନ ମିଳିଥିବାରୁ ଦେଶବାସୀଙ୍କୁ ଧନ୍ୟବାଦ ଦେଇଥିଲେ ମୋଦୀ।
‘‘ମୁଁ ଆପଣମାନଙ୍କୁ କିଛି ସପ୍ତାହ ମାଗିଥିଲି। ଏବେ ୩ ସପ୍ତାହ ମାଗୁଛି। ଆଜି ରାତିରୁ କରୋନା ପାଇଁ ପୂରା ଦେଶ ଲକ୍ଡାଉନ୍ ରହିବ। ଏହା ଏକ ପ୍ରକାର କର୍ଫ୍ୟୁ କହିଲେ ଭୁଲ୍ ହେବନି’’, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ସାରା ଦେଶ ‘ଲକ୍ଡାଉନ୍’ – ୨୧ ଦିନ ଯାଏଁ ତାଲା
ଭାରତ ରେ କରୋନା ଭାଇରସ୍ ପାଇଁ ୭୬ ଜଣ ଙ୍କର ମୃତ୍ୟୁ ହେଇଗଲାଣି ଓ ୩,୧୦୬ ଜଣ ସଂକ୍ରମିତ ହୋଇସାରିଲେଣି ଆଉ ୧୮୪ ଜଣ ଭଲ ହୋଇସାରିଲେଣି| (Updated)
ରୋନା ନିୟନ୍ତ୍ରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଉ ଗୋଟେ ପାଦ ଆଗକୁ ବଢ଼ିଛନ୍ତି। ଆଜି ରାତି ୧୨ଟାରୁ ସାରା ଦେଶରେ ୨୧ ଦିନିଆ ତାଲାବନ୍ଦ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ତାଲାବନ୍ଦ ‘ଜନତା କର୍ଫ୍ୟୁ’ଠାରୁ ଅଧିକ କଡ଼ାକଡ଼ି ହେବ ବୋଲି ମୋଦୀ କହିଛନ୍ତି।
‘‘ଭାରତବାସୀଙ୍କ ଜୀବନ ବଞ୍ଚାଇବା ହେଉଛି ମୋର ପ୍ରଥମ କର୍ତ୍ତବ୍ୟ। ଏହାକୁ ଦୃଷ୍ଟିରେ ରଖି ୨୧ ଦିନିଆ ‘ଲକ୍ଡାଉନ୍’ ଘୋଷଣା କରାଗଲା। କେହି ଘରୁ ବାହାରକୁ ବାହାରନ୍ତୁ ନାହିଁ। ନିଜର ଏବଂ ନିଜ ପରିବାରର ମଙ୍ଗଳ ପାଇଁ ଯିଏ ଯେଉଁଠି ଅଛ ସେଇଠି ରହିଯାଅ। ଆପଣଙ୍କ ପରିବାରର ଜଣେ ସଦସ୍ୟ ଭାବ ଏଭଳି ପଦକ୍ଷେପ ନେଇଛି’’, ଦେଶବାସୀଙ୍କୁ ସମ୍ବୋଧିତ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ।
‘‘ମୁଁ ଆପଣମାନଙ୍କୁ କିଛି ସପ୍ତାହ ମାଗିଥିଲି। ଏବେ ୩ ସପ୍ତାହ ମାଗୁଛି। ୩ ସପ୍ତାହ ଯାଏଁ କେହି କୁଆଡ଼େ ନଯାଆନ୍ତୁ’’, ଏହା ଅପିଲ କରିଛନ୍ତି ମୋଦୀ।
କରୋନା ଚିକିତ୍ସା ପାଇଁ ୧୫ ହଜାର କୋଟି ଟଙ୍କାର ପାଣ୍ଠି ଦେଉଛନ୍ତି ମୋଦୀ। ଚିକିତ୍ସା ଏବଂ ଅନ୍ୟ ଆନୁଷଙ୍ଗୀକ ପାଇଁ ଏହା ଖର୍ଚ୍ଚ କରାଯିବ।
ସାରା ଓଡ଼ିଶା ଲକ୍ଡାଉନ୍ ଘୋଷଣା କରିଥିଲେ ରାଜ୍ୟ ସରକାର। ପ୍ରଥମେ ୫ଟି ଜିଲ୍ଲା ଓ ୮ଟି ସହର ଏବଂ ପରେ ୧୪ ଜିଲ୍ଲା ଓ ଆଜିଠୁ ସାରା ରାଜ୍ୟ ଲକ୍ଡାଉନ୍ ଘୋଷଣା କରିଥିଲେ। କାଲି ସାରା ଦେଶ ଲକ୍ଡାଉନ୍ ଘୋଷଣା କଲେ ପ୍ରଧାନମନ୍ତ୍ରୀ।